Protest: ଉମରକୋଟ-ନବରଙ୍ଗପୁର ରାସ୍ତା ଅବରୋଧ କଲେ ଲୋକେ

5 days ago 4
ARTICLE AD BOX

ପାପଡାହାଣ୍ଡି (ଜନାର୍ଦ୍ଦନ ରେଡ୍ଡୀ): ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ତୁରୀ ନଦୀ ପୋଲ ଠାରେ ଶବ ରଖି ରାସ୍ତାରୋକ କଲେ ସାହି ବାସିନ୍ଦା। ଏଥି ଯୋଗୁଁ ଉମରକୋଟରୁ ନବରଙ୍ଗପୁର ରାସ୍ତା ଅବରୋଧ ରହିଥିଲା। ପ୍ରଶାସନ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ପାପଡାହାଣ୍ଡି ହରିଜନ ସାହିର କ୍ରିଷ୍ଣା ହରିଜନ (୧୫)ଙ୍କ ମଙ୍ଗଳବାର ରାତି ୪ଟାରେ ସ୍ୱାଭାବିକ ମୃତ ହୋଇଥିଲା। ଶବ ସତ୍କାର ପାଇଁ ପରିବାର ସହ ସାହି ବାସିନ୍ଦା ଶେଷ ଦର୍ଶନ କରିବାକୁ ଯାଇଥିଲେ। କିନ୍ତୁ ତୁରୀ ନଦୀ ପୋଲରୁ ତଳେ ଆଲ୍ଲାହାଇବା ଶ୍ୱାସନକୁ ଯିବା ରାସ୍ତା ନିର୍ମାଣ ହୋଇନଥିଲା। ପଥର ପେଚିଙ୍ଗ କରି ଛାଡି ଦିଆଯାଇଥିଲା। ଆଜି ପ୍ରବଳ ବର୍ଷା ଯୋଗୁଁ ଶବକୁ ପୋଲ ଉପରୁ ତଳୁ ଆଲ୍ଲାହାଇବାକୁ ସମ୍ଭବ ହୋଇନଥିଲା। ଏଥି ଯୋଗୁଁ ସାହି ବାସିନ୍ଦା ରାସ୍ତାକଡ଼ରେ ଶବ ରଖି ଉମରକୋଟ ନବରଙ୍ଗପୁର ରାସ୍ତା ଦିନ ୧୨ଟା ୩୦ରେ ଅବରୋଧ କରିଥିଲେ। ଏଥି ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଥିଲା।

ରାସ୍ତା ଅବରୋଧ ଜାଣିବା ପରେ ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କଣ୍ଡେଲକାଲ, ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ନିଜ ଟିମ ସହ ପହଁଚିଥିଲେ। ଘଟଣାସ୍ଥଳରେ ବିଡ଼ିଓ କପିଳଦେବ ସାହୁ, ତହସିଲଦାର ତପନ କୁମାର ନାୟକ, ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ଏଏଇ ଅଭିମନ୍ୟୁ ବେହେରା, ଜେଇ ବିପିନ କୁମାର ତ୍ରିପାଠୀ ପହଁଚିଥିଲେ। ସାହି ବାସିନ୍ଦାଙ୍କ ସମସ୍ୟା ଶୁଣି ଆସନ୍ତାକାଲି ଠାରୁ ରାସ୍ତା ମରାମତି କରାଯିବ। ଶବ ସତ୍କାର ପାଇ ଅନ୍ୟ ଏକ ସ୍ଥାନ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଠିଥିଲା। ଦେଢ଼ ଘଣ୍ଟା କାଳ ନବରଙ୍ଗପୁର, ଉମରକୋଟ ରାସ୍ତା ଅବରୋଧ ହେବା ଯୋଗୁଁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.