President Murmu: ଶିକ୍ଷକମାନେ ‘ରା‌ଷ୍ଟ୍ର ନିର୍ମାଣର ଅଗ୍ରଣୀ ସୈନିକ’ : ରାଷ୍ଟ୍ରପତି ମୁର୍ମୁ

1 week ago 8
ARTICLE AD BOX

ନୂଆଦିଲ୍ଲୀ : ଗୁରୁ ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକମାନଙ୍କୁ ‘ରାଷ୍ଟ୍ର ନିର୍ମାଣର ଅଗ୍ରଣୀ ସୈନିକ’ କହିଛନ୍ତି। ବିଶେଷକରି ବଞ୍ଚିତ ଓ ଅସୁବିଧାରେ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା, ଆତ୍ମବିଶ୍ୱାସ ଓ ସମ୍ବେଦନଶୀଳତା ବିକଶିତକରିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ରାଷ୍ଟ୍ରପତି ମୁର୍ମୁ ଏହି ଟିପ୍ପଣୀ ଦେଇଛନ୍ତି। 

ଆହୁରି ପଢନ୍ତୁ :Circuit House: ସର୍କିଟ ହାଉସ ପରିସରରେ ନମାଜ ପଢ଼ିବା ଯୋଗୁ ସମାଜବାଦୀ ପାର୍ଟି ନେତାଙ୍କ ନାଁରେ ମାମଲା

ଚଳିତ ବର୍ଷର ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମୁର୍ମୁ ଶିକ୍ଷା କ୍ଷେତ୍ରର ଅଗ୍ରଦୂତ ସାବିତ୍ରୀବାଇ ଫୁଲେ, ରବୀନ୍ଦ୍ରନାଥ ଠାକୁର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। ଶିକ୍ଷାର ପ୍ରସାର ଏବଂ ପ୍ରାକୃତିକ ପରିବେଶରେ ଶିକ୍ଷାଦାନକୁ ପ୍ରୋତ୍ସାହନ ଦେବାରେ ସେମାନଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ଠାକୁରଙ୍କ ଶାନ୍ତିନିକେତନ ଏବଂ ଗୋପବନ୍ଧୁ ଦାସଙ୍କ ‘ବନ ବିଦ୍ୟାଳୟ’ ବା ଖୋଲା ଆକାଶ ତଳେ ଶିକ୍ଷାଦାନକୁ ଉଦାହରଣ ଭାବେ ଦର୍ଶାଇଥିଲେ।

ଆହୁରି ପଢନ୍ତୁ :Bihar: ବିହାରରେ ଭୀଷଣ ବନ୍ୟା ସ୍ଥିତି: ୧୩ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ, ପାଟନାରେ ହାଇଆଲର୍ଟ

ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମୋଟ ୮୨ ଜଣ ଶିକ୍ଷକ ଓ ଶିକ୍ଷାବିତ୍‌ଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୪୮ ଜଣ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷାନୁଷ୍ଠାନ ଓ ପଲିଟେକ୍ନିକ୍‌ର ୨୧ ଜଣ ଶିକ୍ଷକ ଏବଂ ଅଧ୍ୟାପକ, ଏବଂ କୌଶଳ ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରଣାଳୟର ୧୩ ଜଣ କୌଶଳ ପ୍ରଶିକ୍ଷକ ଅଛନ୍ତି। ଲଦାଖଠାରୁ ଆରମ୍ଭ କରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଏବଂ ଅରୁଣାଚଳ ପ୍ରଦେଶରୁ ଗୁଜରାଟ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳରୁ ପୁରସ୍କାର ବିଜେତାମାନେ ଆସିଥିବାର ଉଲ୍ଲେଖ କରି ମୁର୍ମୁ କହିଥିଲେ ଏହା ଅତ୍ୟନ୍ତ ଉତ୍ସାହଜନକ ଯେ ବହୁ ସଂଖ୍ୟକ ପୁରସ୍କାରପ୍ରାପ୍ତ ଶିକ୍ଷକ ଗ୍ରାମାଞ୍ଚଳର ସ୍କୁଲରେ ଶିକ୍ଷାଦାନ କରୁଛନ୍ତି।

ଆହୁରି ପଢନ୍ତୁ :Narendra modi: ଦିଲ୍ଲୀରେ ଏସ୍‌ଆର୍‌ସିସିର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମେଟ୍ରୋ ଟ୍ରେନରେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା

ସେମାନଙ୍କ ଶିକ୍ଷାଦାନ ଓ ପ୍ରଶିକ୍ଷଣ ପଦ୍ଧତି ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରେରଣା ଦେଇପାରିବ। ସ୍କୁଲ, ଉଚ୍ଚଶିକ୍ଷାନୁଷ୍ଠାନ ଓ ପଲିଟେକ୍ନିକ୍‌ର ଶିକ୍ଷକମାନଙ୍କ ସହ କୌଶଳ ପ୍ରଶିକ୍ଷକମାନଙ୍କୁ ସମ୍ମାନିତ କରିବାର ଗୁରୁତ୍ୱ ଉପରେ ମଧ୍ୟ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଶିକ୍ଷାଗତ ଉତ୍କର୍ଷତା, କୌଶଳବିକାଶ ଓ ଉଦ୍ୟୋଗୀତା ଭାରତର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଏହା ଭାରତକୁ ଏକ ‘ଜ୍ଞାନ ମହାଶକ୍ତି’ ଏବଂ ‘ବିଶ୍ୱର କୌଶଳ ରାଜଧାନୀ’ ରେ ପରିଣତ କରିବାର ଲକ୍ଷ୍ୟ ପୂରଣରେ ସହାୟକ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.