President Droupadi Murmu ଯୁବବର୍ଗଙ୍କ ପ୍ରତିଭା ବିକଶିତ ହେବାରେ ସହାୟକ ବିଶ୍ବବିଦ୍ୟାଳୟ ସୃଷ୍ଟି ହେଉ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

2 hours ago 1
ARTICLE AD BOX

ଭୁବନେଶ୍ବର/କଟକ: ଭାରତରେ ଏକ ବୃହତ ଯୁବଶକ୍ତି ରହିଛନ୍ତି । ଏହା ଆମର ସର୍ବଶ୍ରେଷ୍ଠ ସମ୍ପତ୍ତି। ଏହି ସମ୍ପତ୍ତିର ସଠିକ୍ ବ୍ୟବହାର ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ପଡିବ ଯେଉଁଠାରେ ଯୁବପିଢ଼ି ସେମାନଙ୍କର ପ୍ରତିଭାକୁ ସମ୍ପୂର୍ଣ୍ଣ ଭାବରେ ବିକଶିତ କରିପାରିବେ ଏବଂ ସେମାନଙ୍କର ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରିପାରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ ଅବସରରେ ପରାମର୍ଶ ଦେଇଛନ୍ତି। 

Droupadi Murmu's Odisha Tour: ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି,  ସେମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିବାକୁ ପଡିବ। ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ହେଉଛି ଯେ ସେମାନେ ସଚ୍ଚୋଟତା, ଶୃଙ୍ଖଳା, ସମ୍ବେଦନଶୀଳତା ଏବଂ ଜାତୀୟ ସ୍ୱାର୍ଥ ଭାବନାରେ ପରିପୂର୍ଣ୍ଣ ନାଗରିକମାନଙ୍କୁ ପ୍ରସ୍ତୁତ କରନ୍ତୁ । ଯୁବପିଢ଼ିଙ୍କ ଜ୍ଞାନ ସେତିକିବେଳେ ଅର୍ଥପୂର୍ଣ୍ଣ ହୋଇଥାଏ, ଯେତେବେଳେ ଏହା ମାନବତା, ସମାଜର କଲ୍ୟାଣ ଏବଂ ରାଷ୍ଟ୍ର ପ୍ରଗତିରେ ଉତ୍ସର୍ଗୀକୃତ ହୋଇଥାଏ ।

Jagadguru Kripalu University: ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ଓଡ଼ିଶାର ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସେବାର ଇତିହାସକୁ ସ୍ମରଣ କରି ସେ କହିଛନ୍ତି, ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ମାଟି ଶହ ଶହ ବର୍ଷ ଧରି ସମାବେଶୀ ଭାବନା, କରୁଣା ଏବଂ ମାନବ କଲ୍ୟାଣର ବାର୍ତ୍ତା ପ୍ରଚାର କରିଆସିଛି। କଟକର ଏହି ଅଞ୍ଚଳ 'ଉତ୍କଳ ଗୌରବ' ମଧୁସୂଦନ ଦାସ, 'କର୍ମବୀର' ଗୌରୀଶଙ୍କର ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଭୂମି ମଧ୍ୟ।

Rashtrapati Droupadi Murmu Krupalu Univeristy1

 ଏହା 'ଉତ୍କଳମଣି' ପଣ୍ଡିତ ଗୋପବନ୍ଧୁ ଦାସ ଏବଂ 'ଉତ୍କଳ କେଶରୀ' ଡକ୍ଟର ହରେକୃଷ୍ଣ ମହତାବଙ୍କ କର୍ମଭୂମି। ଜନସେବା, ସାହିତ୍ୟ ଓ ସଂସ୍କୃତିରେ କଟକର ଅବଦାନ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ। ଏପରି ଏକ ଗୌରବଶାଳୀ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସହିତ ସଂଯୋଜିତ କରିବା ସହିତ ସମାଜ ଓ ରାଷ୍ଟ୍ର ସେବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ ବୋଲି ଆଶା କରାଯାଉଛି।

President Droupadi Murmu : ଦିଲ୍ଲୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଉନ୍ମୋଚନ କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତି କହିଛନ୍ତି, ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ରଖିଛୁ। ଏହି ଲକ୍ଷ୍ୟ ହାସଲ କରିବାରେ ଆମର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜ୍ଞାନ କେନ୍ଦ୍ର ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ଯେଉଁଠାରେ ବିକଶିତ ଚିନ୍ତାଧାରା ଓ ପ୍ରଯୁକ୍ତିବିଦ୍ୟା ସମାଜର ଆବଶ୍ୟକତାକୁ ପୂରଣ କରେ।

Rashtrapati Droupadi Murmu Krupalu Univeristy2

ସେ ଗୁରୁତ୍ୱାରୋପ କରି କହିଛନ୍ତି, ଆଧୁନିକ ଜ୍ଞାନକୁ ଗ୍ରହଣ କରିବା ସହିତ ସେମାନଙ୍କୁ ନୈତିକ ମୂଲ୍ୟବୋଧକୁ ମଧ୍ୟ ବଜାୟ ରଖିବାକୁ ପଡିବ। ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗବେଷଣା, ନୂତନ ଉଦ୍ଭାବନ ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବ ବୋଲି ଜାଣି ସେ ଖୁସି ହୋଇଥିଲେ । ଏହି ବିଶ୍ୱବିଦ୍ୟାଳୟ ଦକ୍ଷ ମାନବଶକ୍ତି, ଗବେଷକ ଏବଂ ଉଦ୍ୟୋଗୀମାନଙ୍କୁ ପ୍ରସ୍ତୁତ କରିବ ଯେଉଁମାନେ ଏକ ବିକଶିତ ଓଡ଼ିଶା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟରେ ଯୋଗଦାନ ଦେବେ ବୋଲି ସେ   ବିଶ୍ୱାସ ପ୍ରକଟ କରିଥିଲେ।

 

Read Entire Article
LEFT SIDEBAR AD

Hidden in mobile, Best for skyscrapers.