ARTICLE AD BOX
ନୂଆଦିଲ୍ଲୀ: ଶିକ୍ଷା କେବଳ ବହି, ଶ୍ରେଣୀଗୃହ ଓ ପାଠ୍ୟକ୍ରମ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଶିକ୍ଷକମାନେ ପିଲାଙ୍କ ଜୀବନ, ଆଗ୍ରହ, ସମସ୍ୟା ଓ ପ୍ରତିଭାକୁ ବୁଝିବା ଦରକାର। ଶିକ୍ଷକ ଦିବସ ପୂର୍ବସନ୍ଧ୍ୟାରେ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆହ୍ୱାନ ଦେଇଛନ୍ତି। ୭, ଲୋକ କଲ୍ୟାଣ ମାର୍ଗରେ ହୋଇଥିବା ଆଲୋଚନାରେ ମୋଦୀ କହିଥିଲେ, ଶିକ୍ଷକମାନଙ୍କୁ ବହି ଓ ପାଠ୍ୟକ୍ରମରୁ ବାହାରି ଆସି ପିଲାଙ୍କ ଜୀବନ ସହ ଯୋଡ଼ି ହେବାକୁ ପଡ଼ିବ। ସେ ଆହୁରି କହିଥିଲେ ଯେ, ପିଲାମାନେ ଯେପରି ଶୈଶବ ସହିତ ଜଡିତ କୌତୁହଳ, ସୃଜନଶୀଳତା ଓ ଖୋଲା ମନ ବଜାୟ ରଖିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ପିଲାଙ୍କ ସମସ୍ୟା ବୁଝିବା ଦରକାର
ପ୍ରତି ପିଲାର ପ୍ରତିଭା ଚିହ୍ନଟ କରିବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପାଠପଢ଼ାରେ ଜଣେ ପିଲା ଭଲ ନ କଲେ ମଧ୍ୟ ତା’ ଭିତରେ ଅନ୍ୟ କୌଣସି ପ୍ରତିଭା ଥାଇପାରେ। ତେଣୁ ପ୍ରତ୍ୟେକ ପିଲାର ନିଜସ୍ୱ ଦକ୍ଷତା ଚିହ୍ନଟ କରି ତାହାର ବିକାଶରେ ସହାୟତା କରିବାକୁ ସେ ଶିକ୍ଷକମାନଙ୍କୁ କହିଥିଲେ। ନିୟମିତ ଅଭ୍ୟାସ ଓ ଆତ୍ମବିଶ୍ୱାସ ଦ୍ୱାରା ପିଲାଙ୍କ ଭିତରେ ଭଲ ଭାବେ କଥା କହିବାର ଦକ୍ଷତା ବଢ଼ାଇହେବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
ମୋବାଇଲ୍ ଓ ଅନ୍ୟ ଡିଜିଟାଲ୍ ଉପକରଣରେ ଅଧିକ ସମୟ ବିତାଇବା ବଦଳରେ ପିଲାଙ୍କୁ କ୍ରୀଡ଼ା, ଶାରୀରିକ ଖେଳ ଓ ସୃଜନଶୀଳ କାର୍ଯ୍ୟରେ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ। ଏହାଦ୍ୱାରା ପିଲାଙ୍କ କଳ୍ପନାଶକ୍ତି, ଆତ୍ମବିଶ୍ୱାସ ଓ ସାମାଜିକ ଦକ୍ଷତାର ବିକାଶ ହୋଇପାରିବ। ଆଲୋଚନାରେ ସ୍ତନ କର୍କଟ ସଚେତନତା ଓ ନିଶାଦ୍ରବ୍ୟ ସମ୍ପର୍କିତ ସଚେତନତା ଭଳି ବିଷୟ ମଧ୍ୟ ଉଠିଥିଲା। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଦେଖି ଶିକ୍ଷକମାନେ ସେମାନଙ୍କ ସମସ୍ୟା ବୁଝିବା ଦରକାର ବୋଲି ମୋଦୀ କହିଥିଲେ।
Iran Oil Tanker: ଖାର୍ଗ ଦ୍ୱୀପ ନିକଟରେ ବିସ୍ଫୋରଣ, ଇରାନୀ ତୈଳ ଜାହାଜକୁ ଆମେରିକାର ମିସାଇଲ ମାଡ଼!
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଶିକ୍ଷକ ଦିବସରେ ଶିକ୍ଷକଙ୍କ ଅବଦାନକୁ ସମ୍ମାନ ଜଣାଇଥିଲେ। ଦେଶର ୧.୩ କୋଟିରୁ ଅଧିକ ଶିକ୍ଷକ ପ୍ରାୟ ୨୫ କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ସେ କହିଥିଲେ। ନବୀନ ଶିକ୍ଷା ପଦ୍ଧତି, ପ୍ରଯୁକ୍ତି, କଳା, ଖେଳ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅବଦାନ ପାଇଁ ଚଳିତବର୍ଷର ଜାତୀୟ ଶିକ୍ଷକ ପୁରସ୍କାର ଦିଆଯାଇଛି।

1 week ago
6


