ARTICLE AD BOX
ୱାସିଂଟନ:ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ ଧମକ ଦେଇଛନ୍ତି, ଯଦି ଆମେରିକୀୟ ନୌସେନା ଜାହାଜ ଉପରେ ଆକ୍ରମଣ କରାଯାଏ ତେବେ ଆମେରିକା ପକ୍ଷରୁ ସମୁଦ୍ରରେ ଇରାନୀ ତୈଳ ଟ୍ୟାଙ୍କରଗୁଡ଼ିକୁ ବୁଡ଼ାଇ ଦିଆଯିବ। ହେଗସେଥ୍ଙ୍କ ଏହି ଚେତାବନୀ ଆମେରିକା ୩ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିବା ପରେ ଆସିଛି। ଆମେରିକୀୟ ନୌସେନା ଯୁଦ୍ଧଜାହାଜକୁ ଟାର୍ଗେଟ କରିବାର ଜବାବରେ ଆମେରିକୀୟ ସେନା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଆମେରିକୀୟ ସେନା କହିଛି। ଇରାନ ସେହି ଅଞ୍ଚଳରେ ନିୟୋଜିତ ଏକ ଆମେରିକୀୟ ବିମାନ ବାହକ ଏବଂ ଏକ ବିଧ୍ୱଂସକକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯାହାକୁ କେନ୍ଦ୍ରୀୟ କମାଣ୍ଡ ପଣ୍ଡ କରିଥିବା ଦାବି କରିଛି।
କେନ୍ଦ୍ରୀୟ କମାଣ୍ଡ ପଣ୍ଡ କରିଥିବା ଦାବି
ହେଗସେଥ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି,ଯଦି ଇରାନ ଆମେରିକୀୟ ଜାହାଜ ଉପରକୁ ଗୁଳି ଚାଳନା କରେ, ତେବେ ଆମେ ସେମାନଙ୍କର ତେଲ ଟ୍ୟାଙ୍କରଗୁଡ଼ିକୁ ନଷ୍ଟ କରି ବୁଡ଼ାଇ ଦେବୁ। ଆମେରିକୀୟ ନୌସେନା ଉପରେ ଗୁଳି ଚାଳନା କରିବାରୁ ସେମାନେ ନିବୃତ୍ତ ରୁହନ୍ତୁ ବୋଲି ସେ ଧମକ ଦେଇଛନ୍ତି। ଇରାନର କୌଣସି ନୌସେନା କିମ୍ବା ବାୟୁସେନା ନାହିଁ। କେନ୍ଦ୍ରୀୟ କମାଣ୍ଡ ଏବଂ ପ୍ରଶାନ୍ତ ମହାସାଗର କମାଣ୍ଡରେ ଆମର ବିମାନ, ଜାହାଜ ଏବଂ ବୁଡ଼ାଜାହାଜ ସେମାନଙ୍କ ଉପରେ ସହଜରେ ଆକ୍ରମଣ କରିପାରିବେ।
କେନ୍ଦ୍ରୀୟ କମାଣ୍ଡ କହିଛି ଯେ ଦୁଇଟି ଇରାନୀ ତୈଳ ଟ୍ୟାଙ୍କର୍ ସ୍ଥାୟୀ ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ତୃତୀୟଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେନା କହିଛି ଯେ ଟ୍ୟାଙ୍କର୍ଗୁଡ଼ିକ ଇରାନର ଆଇଆରଜିସି ଏବଂ ଏହାର ସଶସ୍ତ୍ର ସହଯୋଗୀମାନଙ୍କୁ ପାଣ୍ଠି ଯୋଗାଇବା ପାଇଁ ବ୍ୟବହୃତ ଏକ ଗୁପ୍ତ ନେଟୱାର୍କର ଅଂଶ ଥିଲା। ଗୋଟିଏ ଟ୍ୟାଙ୍କର୍ ଉପରେ ଖାର୍ଗ ଦ୍ୱୀପ ନିକଟରେ ଏବଂ ଅନ୍ୟଟି ଉପରେ ହର୍ମୁଜ୍ ପ୍ରଣାଳୀର ପୂର୍ବରେ ଥିବା ଜାସ୍କ ଦ୍ୱୀପ ନିକଟରେ ଆକ୍ରମଣ କରାଯାଇଥିଲା। ଖାଲି ଟ୍ୟାଙ୍କର୍କୁ ଓମାନ ଉପସାଗରରେ ଟାର୍ଗେଟ କରାଯାଇଥିଲା।
Iran: ଇରାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ, ୧୧ ଜୀବନ୍ତ ଦଗ୍ଧ, ୭ ଆହତ
ଇରାନର ସରକାରୀ ଟିଭି ଦୁଇଟି ଜାହାଜ ଉପରେ ଆକ୍ରମଣ ହୋଇଥିବା ସମ୍ପର୍କରେ ରିପୋର୍ଟ କରିଛି ଏବଂ କହିଛି ଯେ, କ୍ରୁ ସଦସ୍ୟମାନେ ସୁରକ୍ଷିତ ଭାବରେ ବାହାରକୁ ଆସିଯାଇଛନ୍ତି। ଇରାନର ବୈଦେଶିକ ମନ୍ତ୍ରଣାଳୟ ତେଲ ଟ୍ୟାଙ୍କର୍ ଧ୍ୱଂସକୁ ଦୃଢ଼ ନିନ୍ଦା କରିଛି ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧ ଅପରାଧ ବୋଲି କହିଛି।

1 week ago
9


