Paralakhemundi: ବର୍ଷାରେ ତାତି ୩୭ଂ ଛୁଇଁଲା ପାରଳାଖେମୁଣ୍ଡି

1 week ago 8
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଉପରେ ମୌସୁମୀ ବାୟୁ ଦୁର୍ବଳ ହେବା ସହ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାର କେତେକ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରି ଡେଇଁଯାଇଥିଲା। ପରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ପୁରୀରେ ୩୫.୭, ଭୁବନେଶ୍ବର, ଢେଙ୍କାନାଳ ଓ ଚାନ୍ଦବାଲିରେ ୩୫.୬, ଗୋପାଳପୁରରେ ୩୫.୨, ନୟାଗଡ଼ରେ ୩୫ ଡିଗ୍ରି ରହିଥିଲା। 

ଆସନ୍ତା‌ ଦୁଇ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାକୁ ନ ଥିବା ବେଳେ ୯ ତାରିଖଠାରୁ ପୁଣିଥରେ ବର୍ଷା ବଢ଼ିବ। ୯ ଓ ୧୦ ତାରିଖରେ ବାଲେଶ୍ବର, କେନ୍ଦୁଝରମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ୧୧ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.