Pakistan Fight: ପାକିସ୍ତାନ ପାଇଁ ଲଢ଼ିଲେ ସଫିକ-ବାବର

56 minutes ago 1
ARTICLE AD BOX

ପୋର୍ଟ ଅଫ୍‌ ସ୍ପେନ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ପାକିସ୍ତାନ ପ୍ରଥମ ପାଳିରେ ଲଢ଼ୁଆ ପ୍ରଦର୍ଶନ କରିଛି। ଘରୋଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୩୪୪ ରନ୍‌ କରିଥିବାବେଳେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ପାକିସ୍ତାନ ୨ ୱିକେଟ୍‌ ହରାଇ ୨୬୬ ରନ୍‌ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି। ଅବଦୁଲା ସଫିକ୍‌ ତାଙ୍କ ଖେଳ ଜୀବନର ଷଷ୍ଠ ଟେଷ୍ଟ୍‌ ଶତକ ହାସଲ କରିଥିବାବେଳେ ବାବର ୪ ବର୍ଷ ପରେ ଶତକ ହାସଲଠାରୁ ମାତ୍ର ୧୪ ରନ୍‌ ଦୂରରେ ରହିଛନ୍ତି। ଉଭୟ ସଫିକ ଓ ଆଜମ ଅତୁଟ ତୃତୀୟ ୱିକେଟ୍‌ ପାଇଁ ୧୬୮ ରନ୍‌ ଯୋଡ଼ିବା ପରେ ଏହି କାରବୀୟ ଗସ୍ତରେ ପାକିିସ୍ତାନ ଏହି ଫର୍ମାଟରେ ଲଢ଼ିବା ନଜରକୁ ଆସିଛି। ପ୍ରଥମ ଟେଷ୍ଟ୍‌କୁ ପାକିସ୍ତାନ ୯୦ ରନ୍‌ରେ ହାରିଯାଇଥିଲା। ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ହୋଇଥିବାରୁ ପାକିସ୍ତାନ ପୋର୍ଟ ଅଫ୍‌ ସ୍ପେନ୍‌ରେ ବିଜୟୀ ହେବା ସହ ଡ୍ର’ ଆଶାରେ ରହିଛି।

ଆହୁରି ପଢ଼ନ୍ତୁ: ତେଲକୋଇ-କାଞ୍ଜିପାଣି ବାରବାଙ୍କ ଘାଟିରେ ବସ୍ ଦୁର୍ଘଟଣା, ଟଳିଲା ବଡ଼ ବିପଦ

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୧୦୫.୪ ଓଭରରେ ୩୪୪/୧୦ (ଜଷ୍ଟିନ୍‌ ଗ୍ରିଭ୍‌ସ-୭୩, ରସ୍ତନ୍‌ ଚେଜ୍‌-୭୦, ବ୍ରାଣ୍ଡନ୍‌ କିଙ୍ଗ୍‌-୪୬, ସାଜିଦ୍‌ ଖାନ୍‌-୪/୮୫, ଉବୈଦ ସାହା-୨/୬୬, ମହମ୍ମଦ ଅଲୀ-୨/୬୭, ଅଲୀ ଉସମାନ-୨/୮୦)। ପାକିସ୍ତାନ ପ୍ରଥମ ପାଳି: ୬୬ ଓଭରରେ ୨୬୬/୨ (ଅବଦୁଲା ସଫିକ-୧୦୭*, ବାବର ଆଜମ-୮୬*, ଆଜନ ଆୱେସ-୫୫, ସମାର ଯୋସେଫ-୧/୫୮, ଜୋମେଲ ୱାରିକାନ୍‌-୧/୭୫)।

ଆହୁରି ପଢ଼ନ୍ତୁ: କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାରୁ ଅଟକାଇଲା ପୁଲିସ: ଧାରଣାରେ ବସିଲେ ଏଏପି ନେତା

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.