ARTICLE AD BOX
ଭୁବନେଶ୍ୱର: ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଆଜି (ଶୁକ୍ରବାର) ଅନୁଷ୍ଠିତ ହୋଇଯାଇଛି।
ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବୈଠକରେ ଅଧ୍ୟକ୍ଷତା କରିଥିଲେ।
Odisha Flood : ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ: ସମ୍ବେଦନଶୀଳ ଅଞ୍ଚଳରେ ଅଧିକାରୀ ମୁତୟନ
ବୈଠକରେ ପ୍ରକଳ୍ପର ସାମଗ୍ରିକ ସ୍ଥିତି, ଆର୍ଥିକ ଉପାଦାନ ଓ ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯିବା ସହିତ ଜଳସେଚନ ସୁବିଧାକୁ କୃଷି ଉତ୍ପାଦନ ଓ ଜୀବିକା ସହ ଯୋଡ଼ିବା ପାଇଁ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜଳସେଚିତ ଅଞ୍ଚଳରେ ଡାଲି ଉତ୍ପାଦନ ବୃଦ୍ଧି ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ଆଲୋଚନା ହୋଇଥିଲା। କ୍ଷୁଦ୍ର ଜଳସେଚନ ଓ ଓସିସିଏଲ୍ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଓ ଜଳାଶୟ ଉନ୍ନତୀକରଣ ଓ ଜଳାଶୟଗୁଡ଼ିକର ଡିଜିଟାଲ୍ ମ୍ୟାପିଂ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଜଳାଶୟ ଉନ୍ନତିକରଣକୁ କେବଳ ଜଳ ସଂରକ୍ଷଣରେ ସୀମିତ ନରଖି, ଜଳାଶୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୃଷି ଓ ମତ୍ସ୍ୟଚାଷକୁ ଏକାଠି ବିକଶିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜଳାଶୟର ଜଳକୁ ଆଧାର କରି ମାଛ ଚାଷ ସହ ପାର୍ଶ୍ୱବର୍ତ୍ତୀ ଜମିରେ ଉପଯୋଗୀ ଫସଲ ଚାଷକୁ ପ୍ରୋତ୍ସାହନ ଦେଇ ଏକୀକୃତ ଜୀବିକା ମଡେଲ୍ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଜିସିଏଫ୍ ପ୍ରକଳ୍ପର ପରବର୍ତ୍ତୀ କାର୍ଯ୍ୟାନ୍ୱୟନ ଓ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।
Water Resources Scam ଚାନ୍ଦବାଲି ଜଳସମ୍ପଦ ଦୁର୍ନୀତି ମାମଲା, ତଦନ୍ତ ଘେରରେ ୨୯ଟି ଫାଇଲ୍
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଧବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିସନର ତଥା ଶାସନ ସଚିବ ଗିରିଶ ଏସ୍ଏନ୍ , କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଓଆଇପିସିଆରଏ ପ୍ରକଳ୍ପ ନିର୍ଦ୍ଦେଶିକା ସବିତା ମଲ୍ଲିକ, ଇଞ୍ଜିନିୟର ଇନ୍ ଚିଫ୍ କମ୍ ସ୍ୱତନ୍ତ୍ର ଶାସନ ସଚିବ ଈଂ ବିଘ୍ନରାଜ ପୁରୋହିତଙ୍କ ସମେତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଓଆଇପିସିଆରଏର ମୁଖ୍ୟ ବୈଶିଷ୍ଟ୍ୟ ଜଳ ସମ୍ପଦ ବିଭାଗ ସହ କୃଷି ଓ କୃଷକ ସଶକ୍ତିକରଣ, ଉଦ୍ୟାନକୃଷି, ମତ୍ସ୍ୟଚାଷ, ଏପିକଲ୍ ଏବଂ ଜଳସେଚନ ଓ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ସୋସାଇଟି ଭଳି ବିଭିନ୍ନ ଅଂଶୀଦାର ସଂସ୍ଥା ଏକାଠି କାର୍ଯ୍ୟ କରୁଛନ୍ତି।

17 minutes ago
1


