Odisha: ଓଡ଼ିଶା ବାଳକ ଦଳ ଉପବିଜେତା

1 week ago 10
ARTICLE AD BOX

ଭୁବନେଶ୍ବର: ପୋଖରୀପୁଟ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ଉପ ବିଜେତାରେ ସନ୍ତୁଷ୍ଟ ହୋଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍‌ରେ ଓଡ଼ିଶାକୁ ଉତ୍ତରାଖଣ୍ଡ ୨-୦ ସେଟ୍‌ରେ ପରାସ୍ତ କରିଥିଲା। ସୌମ୍ୟଜିତ ସାହୁ ୭-୧୫, ୭-୧୫ ପଏଣ୍ଟରେ ନିଶ୍ଚଳ ଚାନ୍ଦଙ୍କ ଠାରୁ ଏବଂ ଯୁଗଳରେ ଦିବ୍ୟମ କେଜ୍ରିୱାଲ ଓ ଶୁଭ୍ରକେତନ ମଲ୍ଲିକ ୧୧-୧୫, ୧୪-୧୬ ପଏଣ୍ଟରେ ସୌର୍ଯ୍ୟ ଅଗ୍ରୱାଲ ଓ ନିଶ୍ଚଲ ଚାନ୍ଦଙ୍କଠାରୁ ହାରିଯାଇଥିଲେ। ସେହିଭଳି ବାଳିକା ବର୍ଗରେ ଉତ୍ତରାଖଣ୍ଡ ବିଜେତା ହେବାର ଏଠାରେ ଦ୍ବିମୁକୁଟ ଅର୍ଜନ କରିଛି। ଉତ୍ତରାଖଣ୍ଡ ବାଳିକା ଦଳ ମଧ୍ୟ ସମାନ ୨-୦ ସେଟ୍‌ରେ ପଶ୍ଚିମବଙ୍ଗ ବାଳିକାଙ୍କୁ ପରାସ୍ତ କରିଥିଲେ। ପୁରୁଷ ଦଳଗତ ଏବଂ ମହିଳା ଦଳଗତରେ ମଧ୍ୟ ଉତ୍ତରାଖଣ୍ଡ ବିଜେତା ‌ହୋଇଛି।

ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ: ଉତ୍ତରାଖଣ୍ଡକୁ ୪ ମୁକୁଟ

ଫଳରେ ଉତ୍ତରାଖଣ୍ଡ ସମସ୍ତ ୪ ଦଳଗତ ଇଭେଣ୍ଟ୍‌ରେ ବିଜେତା ହୋଇ ୪ ମୁକୁଟ କରାୟତ କରିଛି। ଉତ୍ତରାଖଣ୍ଡ ପୁରୁଷ ଦଳ ୩-୧ରେ ଉତ୍ତରପ୍ରଦେଶକୁ ଏବଂ ମହିଳା ଦଳ ୩-୦ରେ ବିହାରକୁ ପରାସ୍ତ କରି ଏହି ଗୌରବ ଆଣିଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ବ୍ୟକ୍ତିଗତ ବର୍ଗ ଆରମ୍ଭ ହୋଇଛି।ଶୁକ୍ରବାର କ୍ରୀଡା ଓ ଯୁବସେବା ବିଭା ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ରାଜ୍ୟ ନଗର ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ, କ୍ରୀଡା ବିଭାଗର ଯୁଗ୍ମ ସଚିବ ଗୀତା ଦାସ, ଅନ୍ତର୍ଜାତୀୟ ପ୍ରଶିକ୍ଷକ ଗୋବର୍ଧନ ରେଡ୍ଡୀ, ମୁଖ୍ୟ ରେଫରି ଇପି ଦିବାକରଣ, ଓସବା ଉପସଭାପତି କାର୍ତିକ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ନିଲିନ କୁମାର, ଶୈଳେନ୍ଦ୍ର ଚୌଧୁରୀ, ମନରଞ୍ଜନ ପଣ୍ଡା, ସୁରୁଲାଲ ମଟାରୀ ପ୍ରମୁଖ ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.