Odisha suffers from floods: ଝାଡ଼ଖଣ୍ଡ ପାଇଁ ବନ୍ୟା ଯନ୍ତ୍ରଣା ଭୋଗୁଛି ଓଡ଼ିଶା! ଗାଲୁଡିହି ବ୍ୟାରେଜ୍‌ ସାଜୁଛି କାଳ, ମଧ୍ୟସ୍ଥତାରେ ସମାଧାନ ଦାବି

1 week ago 4
ARTICLE AD BOX

ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ସୁବର୍ଣ୍ଣରେଖା ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମଧ୍ୟରେ ହୋଇଥିବା ଚୁକ୍ତିର ସୁଫଳ ଓଡ଼ିଶା ପାଉନି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ରୁ ଜଳ ଛାଡ଼ିବା ଫଳରେ ଉତ୍ତର ବାଲେଶ୍ୱରରେ ପ୍ରତିବର୍ଷ ତିନିରୁ ଚାରିଥର ବନ୍ୟା ସୃଷ୍ଟି ହେଉଥିବାବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ କେନ୍ଦ୍ର ଜଳ ଆୟୋଗ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ଉତ୍ପତ୍ତି ଲାଭ କରିଥିବା ସୁବର୍ଣ୍ଣରେଖା ନଦୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଦେଇ ପ୍ରାୟ ୩୯୫ କିଲୋମିଟର ପ୍ରବାହିତ ହୋଇଛି। ବନ୍ୟା ନିୟନ୍ତ୍ରଣ ଓ ଜଳସେଚନକୁ ଲକ୍ଷ୍ୟ କରି ୧୯୭୦ ଦଶକରେ ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପ (ଏସ୍‌ଏମ୍‌ପି) ଯୋଜନା କରାଯାଇଥିଲା। ୬,୬୧୩ କୋଟି ଟଙ୍କାର ଏହି ପ୍ରକଳ୍ପରେ ଏପର୍ଯ୍ୟନ୍ତ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ପ୍ରକଳ୍ପ ଅନୁଯାୟୀ; ଝାଡ଼ଖଣ୍ଡର ୨.୩୬ ଲକ୍ଷ ହେକ୍ଟର, ପଶ୍ଚିମବଙ୍ଗର ୫ ହଜାର ହେକ୍ଟର ଓ ଓଡ଼ିଶାର ୯୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବା କଥା।

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍

ଏଥିରେ ଘାଟଶିଳାଠାରୁ ୧୩ କିଲୋମିଟର ଦୂରରେ ଥିବା ଗାଲୁଡିହି ବ୍ୟାରେଜ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଠାରେ ୯୦.୫ ମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣର ବ୍ୟବସ୍ଥା ଅଛି। ବ୍ୟାରେଜ୍‌ର ପାଣି ଝାଡ଼ଖଣ୍ଡର ବିସ୍ତୀର୍ଣ୍ଣ ଚାଷଜମି, ଏକାଧିକ ସହରର ପାନୀୟଜଳ ଓ ୧୫ରୁ ଅଧିକ ଶିଳ୍ପସଂସ୍ଥାର ଆବଶ୍ୟକତା ପୂରଣରେ ବ୍ୟବହାର ହେଉଛି। ଫଳରେ ବର୍ଷା ଋତୁରେ ମଧ୍ୟ ବ୍ୟାରେଜ୍‌ରେ ୯୦ରୁ ୯୧ ମିଟର ପର୍ଯ୍ୟନ୍ତ ପାଣି ସଂରକ୍ଷିତ ରଖାଯାଉଛି। କିନ୍ତୁ ଲଘୁଚାପ କିମ୍ବା ପ୍ରବଳ ବର୍ଷାରେ ଜଳସ୍ତର ହଠାତ୍ ବଢ଼ିଗଲେ ବ୍ୟାରେଜ୍‌ର ସୁରକ୍ଷା ପାଇଁ ଗେଟ୍‌ ଖୋଲି ବହୁ ପରିମାଣର ପାଣି ଛାଡ଼ିବାକୁ ପଡ଼ୁଛି। ଯାହାର ସିଧା ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗର ତଳମୁଣ୍ଡରେ ଦେଖିବାକୁ ମିଳୁଛି। ଲୋକଙ୍କ କହିବା ଅନୁଯାୟୀ, ଓଡ଼ିଶା ସୁବର୍ଣ୍ଣରେଖା ପ୍ରକଳ୍ପରୁ ଯେତିକି ସେଚ ସୁବିଧା ପାଉଛି, ପ୍ରତିବର୍ଷ ବନ୍ୟାରେ ତା’ଠାରୁ ଅନେକଗୁଣ ଅଧିକ କ୍ଷତି ସହୁଛି। 

GDP: ଜିଡିପିରେ ଡାଟା ସେଣ୍ଟରର ଯୋଗଦାନ ନଗଣ୍ୟ ରହିବ

ଉଲ୍ଲେଖଥାଉକି ଫାଇଲିନ୍‌, ଫନି, ବୁଲ୍‌ବୁଲ୍‌ ଓ ଅମ୍ଫାନ୍‌ ବାତ୍ୟା ସମୟରେ ଗାଲୁଡିହି ବ୍ୟାରେଜ୍‌ରୁ ଜଳ ଛାଡ଼ିବାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ବିରୋଧ କରିଥିଲେ। ହେଲେ ଏଯାଏଁ ତା’ର କିଛି ପ୍ରଭାବ ପଡ଼ିନି। ବିଶେଷଜ୍ଞ ଓ ସ୍ଥାନୀୟ ଲୋକଙ୍କ ମତରେ, ସୁବର୍ଣ୍ଣରେଖା ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ଓ କେନ୍ଦ୍ର ଜଳ ଆୟୋଗଙ୍କ ମଧ୍ୟସ୍ଥତାରେ ଝାଡ଼ଖଣ୍ଡ ସରକାରଙ୍କ ସହ ଆଲୋଚନା ହେବା ଦରକାର। ବ୍ୟାରେଜ୍‌ର ଜଳ ପରିଚାଳନା ପାଇଁ ବାଧ୍ୟତାମୂଳକ ନିୟମାବଳୀ ପ୍ରଣୟନ କରାଯିବା ନିହାତି ଆବଶ୍ୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.