ARTICLE AD BOX
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନ୍ ଶୁକ୍ରବାର ଫୋନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଉଭୟ ପଶ୍ଚିମ ଏସିଆ ସଙ୍କଟ ଓ ଦ୍ବିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉପରେ କଥାବାର୍ତ୍ତା ହୋଇଛନ୍ତି। ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ଦୁଇ ନେତା ଏକାଠି କାମ କରିବାକୁ ସେମାନଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କହିଛନ୍ତି।
ପଶ୍ଚିମ ଏସିଆ ସଙ୍କଟ
ମୋଦୀ ଓ ଶେଖ ମହମ୍ମଦ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ ​​କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ। ଶକ୍ତି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ସ୍ୱାସ୍ଥ୍ୟ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ନେଇ ସେମାନଙ୍କର ଆଲୋଚନା ହୋଇଥିଲା।

16 minutes ago
1


