Asian Games 2026:ଖେଳ ପାଇଁ ସନ୍ତାନ ଠାରୁ ଦୂରେଇ ରହିବାର ଯନ୍ତ୍ରଣା ବଖାଣିଲେ ଖେଳାଳି

28 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଭାରତୀୟ ଡିସ୍‌କସ୍‌ ଥ୍ରୋ ଖେଳାଳି ସୀମା କଲିରମନା ପାଇଁ ପଦକ ଜିତିବାର ରାସ୍ତା କେବଳ ଖେଳପଡ଼ିଆର ଚ୍ୟାଲେଞ୍ଜ ନୁହେଁ, ବରଂ ଜଣେ ମା’ ଭାବେ ଏକ ଭାବନାତ୍ମକ ପରୀକ୍ଷା ମଧ୍ୟ। ୪ ବର୍ଷର ପୁଅ ରୁଦ୍ରଙ୍କଠାରୁ ଦୂରରେ ରହି ପ୍ରଶିକ୍ଷଣ ନେଉଥିବା ସୀମା ତାଙ୍କ କଷ୍ଟ ବଖାଣିଛନ୍ତି। 

ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ସୀମା ଗତ ମାସରେ ଗ୍ଲାସଗୋରେ ହୋଇଥିବା କମନୱେଲ୍ଥ ଗେମ୍ସରେ ଜିତିଥିବା ବ୍ରୋଞ୍ଜ ପଦକ ଆହୁରି ଭଲ ପ୍ରଦର୍ଶନ କରିବାର ଆଶା ରଖିଛନ୍ତି।ସୀମା ଘରପରିବାର ଠାରୁ ଦୂରରେ ରହିବାର ଯନ୍ତ୍ରଣା ବଖାଣି କହିଛନ୍ତି, ‘ମୁଁ ପୁଅ ରୁଦ୍ରଙ୍କଠାରୁ ଦୂରରେ କାହିଁକି ରହୁଛି ଏହା ଜାଣିଛି କିନ୍ତୁ ଏହା ସତ୍ତ୍ୱେ ବି ପୁଅ ଠାରୁ ଅଲଗା ରହିବାର ବିଚ୍ଛେଦ ମନକୁ ଖୁବ କଷ୍ଟ ଦେଉଛି। ମୋ ପୁଅ ଧୀରେଧୀରେ ବଡ଼ ହେଉଛି। ମୁଁ ତାର ପିଲାଦିନକୁ ଖୁବ ମନେ ପକାଉଛି। ଖାସ  ମୋ ପୁଅ ପାଖରେ ପ୍ରତିଟି ମୁହୂର୍ତ୍ତ ମୁଁ ରହି ପାରନ୍ତି। ତାର ପ୍ରତିଟି କାର୍ଯ୍ୟକଳାପକୁ ନିଜ ଆଖିରେ ଦେଖି ପାରନ୍ତି। 

ପିଲା ଜନ୍ମ ହେବା ପରେ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ହେବାପରେ ମୋର ଖେଳ ଜୀବନ ପ୍ରାୟ ଭାଙ୍ଗି ପଡ଼ିଥିଲା। ଏବେ ମୁଁ ପୁଣି ନିଜ କ୍ୟାରିୟର ଗଢ଼ିବା ପାଇଁ ପୁଅ ଠାରୁ ଦୂରରେ ରହିବାର ତ୍ୟାଗ କରୁଛନ୍ତି।ବେଳେବେଳେ ମୋତେ ଲାଗେ ମୁଁ ତା’ର ପିଲାଦିନ ଛଡ଼େଇ ନେଇ ନାହିଁ ତ। ଜଣେ ଆଥଲେଟ୍‌ଙ୍କୁ କିଛି ବି ସହଜରେ ମିଳେ ନାହିଁ। ପ୍ରତ୍ୟେକଙ୍କୁ କିଛି ନା କିଛି ତ୍ୟାଗ କରିବାକୁ ପଡ଼େ। ମୋର ଯାତ୍ରା ଟିକେ ଭିନ୍ନ, କାରଣ ମୁଁ ଜଣେ ମା’ ମଧ୍ୟ। କିନ୍ତୁ ଏହା ମୋତେ ସାହସ ଦିଏ।”

ଫିଲିପାଇନ୍ସ ସ୍କୁଲରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.