Odisha Robotics Labs: ସରକାରୀ ବିଦ୍ୟାଳୟରେ ୫୦୦ ରୋବୋଟିକ୍ସ ଲ୍ୟାବ୍, ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ

1 hour ago 2
ARTICLE AD BOX

ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ପ୍ରଯୁକ୍ତି ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ଲାଗି ବିଭିନ୍ନ ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍‌ ସ୍ଥାପନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ଏହି ଅଭିଯାନ ଅଧୀନରେ ପାଞ୍ଚ ବର୍ଷ ମଧ୍ୟରେ ୧.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, କୋଡିଂ, ଇଲେକ୍ଟ୍ରୋନିକ୍ସ ଓ ୩ଡି ପ୍ରିଣ୍ଟିଂ ବିଷୟରେ ଅବଗତ କରିବା ଲକ୍ଷ୍ୟ ରହିଛି। ୧୬ଟି ଜିଲ୍ଲାରେ ମଫତଲାଲ୍‌ ଟେକ୍ନୋଲୋଜିସ୍‌ ପକ୍ଷରୁ ୫୦୦ ରୋବୋଟିକ୍ସ ଲ୍ୟାବ୍‌ ସ୍ଥାପନ କରାଯାଇଛି। 

ରୋବୋଟିକ୍ସ ସମାଧାନ ଓ ୩ଡି ପ୍ରିଣ୍ଟିଂ
୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କମ୍ପାନି ଏହି ଲ୍ୟାବ୍‌ଗୁଡ଼ିକୁ ପରିଚାଳନା କରିବ। କକମ୍ପାନି ତରଫରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସୁରଭି ୨୦୨୬ରେ ଏକ ଷ୍ଟଲ୍‌ ସ୍ଥାପନ କରି ବିଭିନ୍ନ ପ୍ରକାର ରୋବୋଟିକ୍ସ ସମାଧାନ ଓ ୩ଡି ପ୍ରିଣ୍ଟିଂକୁ ପ୍ରଦର୍ଶିତ କରାଯାଇଛି। ଏହି ଅବସରରେ କମ୍ପାନିର ସଭାପତି ଜିତେନ୍ଦ୍ର ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀମାନଙ୍କୁ ନୂଆ ପ୍ରଯୁକ୍ତି ବିଷୟରେ ଜଣାଇବା ଉପରେ ଓଡ଼ିଶା ସରକାର ଗୁରୁତ୍ବ ଦେଉଛନ୍ତି। ଆମ ରୋବୋଟିକ୍ସ ଲ୍ୟାବ୍‌ ଜରିଆରେ ଆମେ ପାଠପଢ଼ାରେ ପ୍ରଯୁକ୍ତିର ସମନ୍ବୟ କରିବାକୁ ପ୍ରତିବଦ୍ଧ ରହିଛୁ। ଏହି ପ୍ରଯୁକ୍ତିକୁ ଦୂରଦୂରାନ୍ତରେ ପହଞ୍ଚାଇବା ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଗଢ଼ିବାକୁ ଆମେ ଲକ୍ଷ୍ୟ ରଖିଛୁ। 

ମଫତଲାଲ ଟେକ୍ନୋଲୋଜିସ୍‌ର ରୋବୋଟିକ୍ସ ଲ୍ୟାବ୍‌ରେ ରୋବୋଟିକ୍ସ ଉପକରଣ, ଶିକ୍ଷଣୀୟ କିଟ୍‌, ପ୍ରଦର୍ଶନ ଅଞ୍ଚଳ ରହିଛି। ନିର୍ଦ୍ଦିଷ୍ଟ କିଛି ବିଦ୍ୟାଳୟର ଛାତ୍ରଛାତ୍ରୀମା‌ନେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି। ଆଲୋକ ଓ ସ୍ବର ନିୟନ୍ତ୍ରଣ କରୁଥିବା ରୋବଟ୍‌, ରେଖାକୁ ଅନୁସରଣ କରୁଥିବା ରୋବଟ୍‌, ଅଗ୍ନିକାଣ୍ଡ ଚିହ୍ନଟ ରୋବଟ୍‌, ଜିନିଷକୁ ଅନୁସରଣ କରୁଥିବା ରୋବଟ୍‌ ଆଦିକୁ ସୁରଭି ୨୦୨୬ରେ ପ୍ରଦର୍ଶିତ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.