Odisha High Court: କଣ୍ଟାବାଂଝି ନିର୍ବାଚନୀ ମାମଲା: ଗିରିରାଜ ମାଝୀଙ୍କ ସାକ୍ଷ୍ୟ ଗ୍ରହଣ, ନଭେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣି

5 days ago 2
ARTICLE AD BOX

କଟକ: କଣ୍ଟାବାଂଝି ନିର୍ବାଚନୀ ମାମଲାରେ ଆବେଦନକାରୀ ଗିରିରାଜ ସିଂହ ମାଝୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଆବେଦନକାରୀଙ୍କୁ ପ୍ରତିପକ୍ଷ ବିଧାୟକ ଲକ୍ଷ୍ମଣ ବାଗଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜେରା କରିଥିଲେ। ଜେରା ଅସଂପୂର୍ଣ୍ଣ ରହିଥିଲା। ପରବର୍ତ୍ତୀ ତାରିଖରେ ଆବେଦନକାରୀଙ୍କୁ ପୁଣି ଜେରା କରାଯିବ। ଏଥି ସହିତ କଣ୍ଟାବାଂଝି ଜେଏମଏଫସି ଓ ଖରିଆର ଜେଏମଏଫସି ଅଦାଲତରୁ ନିର୍ଦ୍ଦିଷ୍ଟ ଦୁଇଟି ମାମଲାର ରେକର୍ଡ ତଲବ ପାଇଁ ପ୍ରତିପକ୍ଷଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନ ଉପରେ ଆପତ୍ତି ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ସମୟ ପ୍ରଦାନ କରିଛନ୍ତି। ନଭେମ୍ବର ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମାଝୀଙ୍କ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରି ନଥିବା ଅଭିଯୋଗ

ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି କଣ୍ଟାବାଂଝିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଜଣେ ଭୋଟର ଗିରିରାଜ ସିଂହ ମାଝୀ ହାଇକୋର୍ଟରେ ଏହି ନିର୍ବାଚନୀ ମୋକଦ୍ଦମା ଦାୟର କରିଛନ୍ତି। ସତ୍ୟପାଠରେ ଶ୍ରୀ ବାଗ ବିଭିନ୍ନ ପ୍ରସଂଗରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରି ନଥିବା ଅଭିଯୋଗ ହୋଇଛି। ଶ୍ରୀ ମାଝୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

Shot Dead: ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.