Parking: ଦୂର ହେବ ଟ୍ରାଫିକ୍‌ ସମସ୍ୟା; ୧୧.୮୬ କୋଟିରେ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ

1 hour ago 2
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ସ୍ମାର୍ଟସିଟି ରାଉରକେଲାର ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ପାର୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ଶେଷରେ ପଦକ୍ଷେପ ନେଇଛି। ଡେଲି ମାର୍କେଟ୍ ନିକଟସ୍ଥ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍ ନିକଟରେ ଏକ ଅତ୍ୟାଧୁନିକ ବହୁସ୍ତରୀୟ କାର୍ ପାର୍କିଂସ୍ଥଳୀ ନିର୍ମାଣ କରାଯିବ। ଏଠାରେ ଏକକାଳୀନ ୮୨ଟି ଚାରିଚକିଆ ଯାନ ପାର୍କିଂ କରିବାର ସୁବିଧା ରହିବ। ଏତଦ୍‌ବ୍ୟତୀତ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଏହି ବହୁତଳ ପାର୍କିଂ ପ୍ରକଳ୍ପ ପାଇଁ ମୋଟ ୧୧ କୋଟି ୮୬ ଲକ୍ଷ ୪୨ ହଜାର ୬୩୧ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଡେଲି ମାର୍କେଟ୍, ମେନ୍ ରୋଡ୍‌କୁ ଆସୁଥିବା ହଜାର ହଜାର ଗ୍ରାହକ, ବିକ୍ରେତାଙ୍କ ଗାଡ଼ି ପାର୍କିଂ ଜନିତ ଅସୁବିଧା ଦୂର କରାଯାଇପାରିବ।

ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କ ଇ-ପ୍ରୋକ୍ୟୁରମେଣ୍ଟ୍ ପୋର୍ଟାଲ ମାଧ୍ୟମରେ ଆରଏସ୍‌ସିଏଲ୍ ପକ୍ଷରୁ ବିଧିବଦ୍ଧ ଭାବେ ଜାତୀୟସ୍ତରୀୟ ଟେଣ୍ଡର୍ ଆହ୍ୱାନ କରାଯାଇଥିଲା। ଗତ ଜୁଲାଇ ୨୦ ତାରିଖରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜୁଲାଇ ୩୦ ତାରିଖରେ ପ୍ରି-ବିଡ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ବିଡ୍ ଦାଖଲ ପ୍ରକ୍ରିୟା ଚାଲିବା ପରେ ଅଗଷ୍ଟ ୨୦ ତାରିଖରେ ଟେଣ୍ଡର୍ ଖୋଲାଯାଇଥିଲା। ସେପ୍ଟେମ୍ବର ୨୩ ତାରିଖରେ ଏହି ପ୍ରକଳ୍ପର ବୈଷୟିକ ମୂଲ୍ୟାଙ୍କନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ଗତ ୩ ତାରିଖରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। 

Illegal bus parking on the road: ରାସ୍ତାରେ ବେଆଇନ ବସ୍ ପାର୍କିଂ: ବଢ଼ୁଛି ଅସନ୍ତୋଷ

ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିନଠାରୁ ୫୪୮ ଦିନ, ଅର୍ଥାତ୍ ପ୍ରାୟ ୧୮ ମାସ ମଧ୍ୟରେ ଏହି ପାର୍କିଂ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଇସ୍ପାତ ନଗରୀର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଶା କରାଯାଉଛି। ଏହାସହ ପ୍ରକଳ୍ପ ମୁଖ୍ୟ ରାସ୍ତା ଓ ଡେଲି ମାର୍କେଟ୍‌ର ଦୈନନ୍ଦିନ ବଜାର ଭିଡ଼କୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ପରିସରରେ ମଲ୍ଟି-ଲେଭଲ୍ କାର୍ ପାର୍କିଂ ନିର୍ମାଣ କରାଯାଇଥିଲା। ଏଠାରେ ୧୮୦ରୁ ଅଧିକ କାର୍ ପାର୍କିଂ କ୍ଷମତା ରହିବା ସହ ବ୍ୟାବସାୟିକ ଅଫିସ୍ ପାଇଁ ଜାଗା ଉପଲବ୍ଧ ଥିଲା। ତେବେ ଦୂରଦର୍ଶିତାର ଅଭାବ ଯୋଗୁ ଏହି ପ୍ରକଳ୍ପ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଏବେ ସଂପୃକ୍ତ ପ୍ରକଳ୍ପକୁ ବେସରକାରୀ ସଂସ୍ଥା ହାତକୁ ଟେକି ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.