ARTICLE AD BOX
ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୦୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନସ ରଞ୍ଜନ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ, ଆଞ୍ଚଳିକ ଆସ୍ୟୁରାନ୍ସ ମୁଖ୍ୟ ଶଙ୍କର ହେମ୍ବ୍ରମ, ଭୁବନେଶ୍ବର କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କ ତରଫରୁ ଏମ୍ସ ପରିସରରେ ଅନ୍ନଦାନ କାର୍ଯ୍ୟକ୍ରମ ଓ ୱାକାଥନ ଆୟୋଜନ କରାଯାଇଥିଲା।
ଆଞ୍ଚଳିକ ମୁଖ୍ୟ ଶ୍ରୀ ସହାୟତ ମହୁରା ଓ କିଟ୍ ଛକରେ ଦୁଇଟି ଯୁବା ଶାଖା ଓ ଇନ୍ଫୋସିଟିରେ ଗୋଟିଏ ଷ୍ଟାର୍ଟଅପ୍ ଶାଖା ଉଦ୍ଘାଟନ କରିଥିଲେ। ବ୍ୟାଙ୍କ ପକ୍ଷରୁ ଜାତୀୟ ପ୍ରତିରକ୍ଷା ପାଣ୍ଠିକୁ ୧୧.୧୭ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ଏହି ଅବସରରେ ଡିଜିଟାଇଜଡ୍ କର୍ପୋରେଟ୍ ବେତନ ଶାଖା, ୟୁନିୟନ ଭେଇକିଲ ପ୍ଲସ, ପିପିଏଫ୍ ଉପରେ ଡିଜିଟାଲ୍ ଋଣ, ୟୁପିଆଇ ଗ୍ଲୋବାଲ୍ ସର୍କଲ୍, ଆଇସିଡି ଆଣ୍ଡ୍ ଅଟୋପେ, ଅନଲାଇନ୍ ଲକର୍ ସୁବିଧା, ଏମ୍-ପାସ୍ବୁକ୍, ଏନ୍ପିଏସ୍ ତତ୍କାଳ, ଡିଜିଟାଲ୍ ସଲ୍ଭେନ୍ସି ସାର୍ଟିଫିକେଟ୍ ଓ କେନ୍ଦ୍ରୀକୃତ ଗ୍ରାହକ ପରିଚାଳନା ପୋର୍ଟାଲ୍ ଆରମ୍ଭ କରାଯାଇଥିଲା। ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୩.୭୨ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା।

1 hour ago
2


