Odisha Environment Congress: ରାଉରକେଲାରେ ହେବ ଓଡ଼ିଶା ପରିବେଶ କଂଗ୍ରେସର ୧୭ତମ ଅଧିବେଶନ

1 week ago 7
ARTICLE AD BOX

ଭୁବନେଶ୍ୱର: ଓଡ଼ିଶା ପରିବେଶ କଂଗ୍ରେସର ୧୭ତମ ଅଧିବେଶନ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଉରକେଲା ଏନ୍‌ଆଇଟିରେ ଅନୁଷ୍ଠିତ ହେବ। ଚଳିତବର୍ଷର ଅଧିବେଶନର ବିଷୟବସ୍ତୁ ରହିଛି ‘ପରିବେଶ ଓ ପ୍ରଯୁକ୍ତି’। ଏ ଉପରେ ଆଜି ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟଠାରେ ଅନୁଷ୍ଠିତ ହୋଇଯାଇଛି। 

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ

ପରିବେଶ କଂଗ୍ରେସର ଅଧ୍ୟକ୍ଷ ଡ. ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପରିବେଶ ଉପରେ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଏବଂ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା, ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପ୍ରଯୁକ୍ତିଭିତ୍ତିକ ବିକାଶ ଉପରେ ଅଧିବେଶନରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ପ୍ରଫେସର ଶରତ ପାଳିତା କହିଥିଲେ।

ଏନ୍‌ଆଇଟି ରାଉରକେଲାର ଖଣିଜ ଶାସ୍ତ୍ର ବିଭାଗର ପ୍ରଫେସର ତଥା ପରିବେଶ କଂଗ୍ରେସର ସ୍ଥାନୀୟ ଆୟୋଜକ କମିଟି ସଭାପତି  ହିମାଂଶୁ ଶେଖର ସାହୁ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସ ଅଧିବେଶନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।  ଅଧିବେଶନ ପାଇଁ ଦେଶ ବିଦେଶରୁ ଗବେଷଣାଭିତ୍ତିକ ପ୍ରବନ୍ଧ ଆହ୍ୱାନ ପାଇଁ ଲେଖକଙ୍କୁ ଯୋଗାଯୋଗ କରିବାକୁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପିଲାଙ୍କ ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ। ଏଥିରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ। ପିଲାଙ୍କ ଭିତରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସୃଜନାତ୍ମକ ପ୍ରକଳ୍ପ ଆୟୋଜନ ହେବ। ସକ୍ରେଟିସ ଫାଉଣ୍ଡେସନ ଏହାକୁ ଆୟୋଜନ କରିବ ବୋଲି ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶକ ଦେବଜିତ୍ ମିତ୍ର କହିଥିଲେ। ‘ପ୍ରଫେସର ରାଧାମୋହନ ଗ୍ରିନ ଆମ୍ବାସାଡର ପୁରସ୍କାର’, ‘ପଦ୍ମଶ୍ରୀ ଅଜୟ ପରିଡ଼ା ଯୁବ ବୈଜ୍ଞାନିକ ପୁରସ୍କାର’, ‘ଏସ୍‌.ବି. ମିଶ୍ର ଗ୍ରିନ କର୍ପୋରେଟ ପୁରସ୍କାର’, ‘ଅବସର ବେଉରା ଯୁବ ପରିବେଶବିତ୍ ପୁରସ୍କାର’ ପ୍ରଦାନ କରାଯିବ। 

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍

ବୈଠକରେ ପ୍ରଫେସର ସୁନ୍ଦର ନାରାୟଣ ପାତ୍ର, ପ୍ରଫେସର ସୂର୍ଯ୍ୟ ନାୟକ, ଶିଶିରକାନ୍ତ ବେହେରା, ଡ. ଶୁଭ୍ରାଂଶୁ ଭୂଷଣ ରାୟ, ସିଦ୍ଧାନ୍ତ ପଣ୍ଡା, ଜୟପ୍ରକାଶ ନାୟକ, ଅରୁଣ ସାହା, ଦେବଜିତ୍ ମିତ୍ର, ମନୋରଞ୍ଜନ ମିଶ୍ର, ରମେଶ ଚନ୍ଦ୍ର ସାହୁ, ପ୍ରଫେସର ଶିବପ୍ରସାଦ ଅଧିକାରୀ, ସୁପ୍ରଭା ପଟ୍ଟନାୟକ, ହିଂମାଶୁ ଭୂଷଣ ସାହୁ, ପ୍ରଫେସର ପଦ୍ମଜା ମିଶ୍ର, ବିଭୀଷଣ ନାୟକ, ବିଜୟ କୁମାର ପ୍ରଧାନ, ଗିରିଜା ଶଙ୍କର ଦାସ, ଇଂ. ଆଶୁତୋଷ ଦାସ, ସଚ୍ଚିକାନ୍ତ ପ୍ରଧାନ, ଶଙ୍କର ପ୍ରସାଦ ପାଣି, ମନୋଜ କୁମାର ବାରିକ ଓ ନିଗମ ଜ୍ୟୋତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.