Odia magazine: ‘ସ୍ୱୟଂସିଦ୍ଧା’ ପାର୍ବଣ  ବିଶେଷାଙ୍କ ପାଠକାର୍ପିତ

1 hour ago 3
ARTICLE AD BOX

ଭୁବନେଶ୍ୱର: ପବିତ୍ର ଦୀପାବଳି ଅବସରରେ ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ପ୍ରକାଶିତ ଚତୁର୍ମାସିକ ସାହିତ୍ୟ, ଫିଚର ଓ ସମ୍ବାଦଧର୍ମୀ ପତ୍ରିକା ସୃଜନର ନବ ଉନ୍ମେଷ ‘ସ୍ୱୟଂସିଦ୍ଧା’ର ପାର୍ବଣ ସଂଖ୍ୟା ଶୈଳଶ୍ରୀ ବିହାରସ୍ଥିତ ମା' ତାରିଣୀ ମନ୍ଦିରଠାରେ ପାଠକାର୍ପିତ ହୋଇଯାଇଛି। ମା’ ତାରିଣୀଙ୍କଠାରେ ପୂଜାର୍ଚ୍ଚନା ପରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ‘ସ୍ୱୟଂସିଦ୍ଧା’କୁ ଉନ୍ମୋଚନ କରିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ କବି ସୁରେଶ ସାଗର, କବି ଗାରିମା ନାଥ, ‘ସ୍ୱୟଂସିଦ୍ଧା’ର ସଂପାଦକ ଡକ୍ଟର ସୁଶୀଳ କୁମାର ବାଗ୍, ଲେଖିକା ଡକ୍ଟର କ୍ଷୀରୋଦିନୀ ବେହେରା, ଫାଉଣ୍ଡେସନର ଟ୍ରଷ୍ଟି ମଧୁସ୍ମିତା ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଂଖ୍ୟାରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ଯୁବ ଲେଖକଲେଖିକାଙ୍କ କବିତା, ଗପ, ପ୍ରବନ୍ଧ, ଫିଚର, ଶିଶୁ କବିତା, ଅନୁବାଦ, ସାକ୍ଷାତକାର ଆଦି ପ୍ରକାଶ ପାଇଛି। ‘ସ୍ୱୟଂସିଦ୍ଧା’ର ପାର୍ବଣ ସଂଖ୍ୟାଟି ପାଠକମାନଙ୍କ ଦ୍ୱାରା ଆଦୃତି ଲାଭ କରିବ ବୋଲି ଆଶା କରାଯାଏ।

BHUରେ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅସ୍ମିତା ଉପରେ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଆୟୋଜନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.