ARTICLE AD BOX
ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନଭେମ୍ବର ୨୬ରେ ମଣିପୁରକୁ ଦିନିକିଆ ଗସ୍ତରେ ଯାଇପାରନ୍ତି। ସୂତ୍ର ଅନୁସାରେ, ସାମ୍ପ୍ରଦାୟିକ ହିଂସାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ଓ ରିଲିଫ୍ ଶିବିରରେ ରହୁଥିବା ବିସ୍ଥାପିତଙ୍କୁ ସେ ଭେଟିବେ। ଇମ୍ଫାଲରୁ ତାଙ୍କର ଏହି ଗସ୍ତ ଆରମ୍ଭ ହେବ। ଏହାପରେ ସେ ହିଂସା ଦ୍ୱାରା ସର୍ବାଧିକ ପ୍ରଭାବିତ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତ କରିବେ। ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସେ ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ଏକ ସମୀକ୍ଷା ବୈଠକ ମଧ୍ୟ କରିବେ।
୨୦୨୩ ମେ ମାସରେ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବାର ତିନି ବର୍ଷ ପରେ ମଧ୍ୟ ହଜାର ହଜାର ପରିବାର ରିଲିଫ୍ ଶିବିରରେ ରହୁଛନ୍ତି। ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ଏହି ହିଂସାରେ ୩୦୬ ଜଣ ପ୍ରାଣ ହରାଇଥିବାବେଳେ ୪୯ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ବିରୋଧୀ ଦଳ ନେତା ହେବା ପରେ ମଣିପୁରକୁ ଏହା ରାହୁଲ ଗାନ୍ଧୀଙ୍କ ତୃତୀୟ ଗସ୍ତ ହେବ। ଏହା ପୂର୍ବରୁ ସେ ଜୁନ୍ ୨୦୨୩ ଓ ଜୁଲାଇ ୨୦୨୪ରେ ମଣିପୁର ଗସ୍ତ କରିଥିଲେ। ସେତେବେଳେ ଜିରିବାମ୍, ଚୁରାଚାନ୍ଦପୁର ଓ ମୋଇରାଙ୍ଗରେ ଥିବା ରିଲିଫ୍ ଶିବିର ପରିଦର୍ଶନ କରିଥିଲେ। ବିରୋଧୀ ଦଳ ନେତା ଭାବେ ତାଙ୍କର ଏହି ଗସ୍ତ ମଣିପୁର ହିଂସା, ବିସ୍ଥାପିତଙ୍କ ପୁନର୍ବାସ ଓ ରାଜ୍ୟରେ ଶାନ୍ତି ପୁନଃପ୍ରତିଷ୍ଠା ପ୍ରସଙ୍ଗକୁ ଜାତୀୟ ସ୍ତରରେ ପୁଣି ଥରେ ଚର୍ଚ୍ଚାକୁ ଆଣିବ।
Amit Shah : ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ ଟାର୍ଗେଟ୍: ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ହେବ କେନ୍ଦ୍ର

58 minutes ago
1


