Credit Card App Update କ୍ରେଡିଟ୍ କାର୍ଡ ଅପଡେଟ୍ ନାଁରେ ୧.୯୪ ଲକ୍ଷ ଟଙ୍କା ଠକେଇ

1 hour ago 4
ARTICLE AD BOX

ଭଦ୍ରକ:  ଭାଦ୍ରକରେ ସାଇବର ଠକେଇର ନୂଆ କୌଶଳ। କ୍ରେଡିଟ୍ କାର୍ଡ ଆପ୍‌ ଅପଡେଟ୍ କରିବା ଆଳରେ ଓଟିପି ହାତେଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୪ ହଜାର ୬୨୬ ଟଙ୍କା ୨୦ ପଇସା ଠକି ନିଆଯାଇଛି। ଏଭଳି ଏକ ସାଇବର ଠକେଇ ଘଟଣା ଭଦ୍ରକ ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ଏନେଇ ଗବାସାହି ସାହାପୁରର ଶଶାଙ୍କ ଭୂଷଣ ଦାସ ଥାନାରେ ଅଭିଯୋଗ କରିଛନ୍ତି।

Cyber ​​fraud: ୩.୮୪ କୋଟିର ସାଇବର ଠକେଇ ନେଟ୍‌ୱର୍କ ଠାବ: ‘ମ୍ୟୁଲ୍‌’ ବ୍ୟାଙ୍କ୍ ଆକାଉଣ୍ଟ ଯୋଗାଣ ଅଭିଯୋଗରେ ୩ ଗିରଫ

ଅଭିଯୋଗ ଅନୁଯାୟୀ, ନଭେମ୍ବର ୨ ତାରିଖରେ ଶଶାଙ୍କଙ୍କ ମୋବାଇଲ୍‌କୁ ୮୮୨୨୪୮୨୧୧୭ ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଆପ୍‌ ଅପଡେଟ୍ କରିବାକୁ କହିଥିଲେ। ଏହି ବାହାନାରେ ଓଟିପି ହାସଲ କରି ଠକମାନେ ଦୁଇଟି ପର୍ଯ୍ୟାୟରେ ତାଙ୍କଠାରୁ ଉକ୍ତ ଟଙ୍କା ହଡ଼ପ କରିଥିବା ଏତଲାରେ ଦର୍ଶାଯାଇଛି।

Inter-State Cyber Fraud ଅନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍‌ର ପର୍ଦ୍ଦାଫାସ୍, ୨ ଗିରଫ
ଅଭିଯୋଗରେ ଆହୁରି ଉଲ୍ଲେଖ ରହିଛି ଯେ, ଠକେଇ ଟଙ୍କାରେ ପଶ୍ଚିମବଙ୍ଗର ବାଲି ଅଞ୍ଚଳରୁ ମୋବାଇଲ୍ ଫୋନ୍ କିଣାଯାଇଥିବା ବେଳେ ମୁନ୍ତାଜିନ୍ ନାମକ ବ୍ୟକ୍ତିଙ୍କ ଠିକଣାରେ ତାହା ଡେଲିଭରି ହୋଇଥିଲା। ଏହି ଘଟଣାରେ ଠକେଇ ପଛରେ ଥିବା ବ୍ୟକ୍ତିଙ୍କ ପରିଚୟ ଓ ନେଟୱର୍କ ଖୋଜିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.