ARTICLE AD BOX
ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ଏଆଇ ଚିପ୍ କମ୍ପାନି ଏନ୍ଭିଡିଆର ସିଇଓ ଜେନ୍ସେନ୍ ହୁଆଙ୍ଗ ଇସ୍ତଫା ଦେବା ପରେ ତାଙ୍କ ଉତ୍ତରାଧିକାରୀ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଦୌଡ଼ରେ ୩ ଜଣ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନେ ହେଉଛନ୍ତି ସଞ୍ଜୟ ମାଲହୋତ୍ରା, ନିକେଶ ଅରୋରା ଓ ଥମାସ କୁରିଏନ। ଏହା ବ୍ୟତୀତ ପ୍ରଯୁକ୍ତି ଦୁନିଆ ବିଶିଷ୍ଟ ଲିଡର୍ ଟିମ୍ କୁକ୍, କୋଲେଟି କ୍ରେସ୍, ଇଆନ ବୁକ୍, ରେନେ ହାସ, ଲିସା ସୁ ଓ ପ୍ୟାଟ୍ ଗେଲ୍ସିଙ୍ଗର ମଧ୍ୟ ଦୌଡ଼ରେ ରହିଛନ୍ତି।
ହୁଆଙ୍ଗ ନିଜ ଆଡ଼ୁ ଇସ୍ତଫା ଦେବା ପରେ ଏନ୍ଭିଡିଆ କ୍ରେସଙ୍କୁ ଅନ୍ତରୀଣ ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସଞ୍ଜୟ ହେଉଛନ୍ତି ଆମେରିକୀୟ ଚିପ୍ କମ୍ପାନି ମାଇକ୍ରନ୍ ଟେକ୍ନୋଲୋଜିର ସିଇଓ। ୨୦୧୭ ପରଠାରୁ ସେ ଏହି ଦାୟିତ୍ବ ତୁଲାଉଛନ୍ତି। ୧୯୮୮ରେ ସେ ସାନ୍ଡିସ୍କକୁ ପ୍ରତିଷ୍ଠା କରିଥିଲେ। ସେହିପରି, ନିକେଶ ହେଉଛନ୍ତି ସାଇବର ନିରାପତ୍ତା କମ୍ପାନି ପାଲୋ ଅଲ୍ଟୋ ନେଟ୍ୱର୍କର ମୁଖ୍ୟ ଭାବେ କାମ କରୁଛନ୍ତି। ୨୦୧୮ ପରଠାରୁ ସେ ଏହି ଦାୟିତ୍ବରେ ଅଛନ୍ତି। ଥମାସ୍ ଗୁଗଲ୍ କ୍ଲାଉଡ୍ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଏନ୍ଭିଡିଆ ଏହାର ସିଇଓ ପଦ ପାଇଁ ଉଭୟ କମ୍ପାନି ଭିତର ଓ ବାହାରର ପ୍ରାର୍ଥୀଙ୍କୁ ବିଚାରକୁ ନେବ।
Nvidia CEO: ଜେନସେନ୍ ହୁଆଙ୍ଗଙ୍କୁ ହଟାଇବାକୁ ପ୍ରସ୍ତୁତି କରୁଛି କି ବୋର୍ଡ?

1 hour ago
3


