ARTICLE AD BOX
ରାଞ୍ଚି: ଝାଡ଼ଖଣ୍ଡ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସୋସାଇଟି ପକ୍ଷରୁ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପଦବିରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି କରାଯାଇଛି। ଯେଉଁ ପ୍ରାର୍ଥୀମାନେ କୌଣସି କାରଣରୁ ପୂର୍ବରୁ ଆବେଦନ କରିପାରିନାହାନ୍ତି, ସେମାନେ ନଭେମ୍ବର ୧୫, ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିପାଇଁ ଅଫିସିଆଲ୍ ୱେବସାଇଟ୍ recruitment.jharkhand.gov.in କୁ ଯାଇ ଅନଲାଇନ୍ ଆବେଦନ କରିବାକୁ ହେବ।
ବୟସ ସୀମା
ଏହି ପଦବି ପାଇଁ ଆବେଦନକାରୀଙ୍କ ବୟସ ୨୩ରୁ ୬୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ୩୧ ଅକ୍ଟୋବର ୨୦୨୬ ଆଧାରରେ ବୟସ ଗଣନା କରାଯିବ। ଆବେଦନକାରୀଙ୍କ ପାଖରେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଏମ୍ବିବିଏସ୍ ଡିଗ୍ରି ଥିବା ଆବଶ୍ୟକ। ଝାଡ଼ଖଣ୍ଡ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସୋସାଇଟି ପକ୍ଷରୁ ଜାରି ସୂଚନା ଅନୁସାରେ ମୋଟ ୩୦୬ଟି ପଦବିରେ ନିଯୁକ୍ତି ହେବ। ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପାଇଁ ୧୦୬ଟି ପଦବି ଥିବା ବେଳେ ନନ୍-ଟିଚିଂ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପାଇଁ ୨୦୦ଟି ପଦବି ରହିଛି। ଏହି ପଦବିରେ ଚୟନ ପ୍ରାର୍ଥୀଙ୍କୁ ମାସିକ ୩ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯିବ।
କିପରି କରିବେ ଆବେଦନ?
୧. ପ୍ରଥମେ ଅଫିସିଆଲ୍ ୱେବସାଇଟ୍ recruitment.jharkhand.gov.in କୁ ଯାଆନ୍ତୁ।
୨. ହୋମ୍ପେଜ୍ରେ ଥିବା ଅନଲାଇନ୍ ରେଜିଷ୍ଟ୍ରେସନ୍ ବିଭାଗ ଉପରେ କ୍ଲିକ୍ କରନ୍ତୁ।
୩. ଆବଶ୍ୟକୀୟ ସମସ୍ତ ତଥ୍ୟ ସଠିକ୍ ଭାବେ ପୂରଣ କରନ୍ତୁ।
୪. ଆବଶ୍ୟକ ଦସ୍ତାବିଜର ସ୍କାନ୍ କପି ଅପଲୋଡ୍ କରନ୍ତୁ।
୫. ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଫର୍ମର ପ୍ରିଣ୍ଟଆଉଟ୍ ରଖନ୍ତୁ।
୧୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

55 minutes ago
2


