ARTICLE AD BOX
ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅଫିସ୍ରେ ଅଧିକ କାମର ଚାପ ବିଭିନ୍ନ ପ୍ରକାର ରୋଗକୁ ଡାକି ଆଣୁଛି। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ବ ମଧୁମେହ ଦିବଦ ପାଳନ କରାଯାଏ। ଏହି ଅବସରରେ ଦିଲ୍ଲୀସ୍ଥିତ ଡାକ୍ତର କହିଛନ୍ତି ଯେ ଆମର ଦ୍ରେନିକ ଅଫିସ୍ ଅଭ୍ୟାସ କିପରି ରକ୍ତର ଶର୍କରା ସ୍ତରକୁ ପ୍ରଭାବିତ କରି ଟାଇପ୍-୨ ଡାଇବେଟିସ୍ର ବିପସ ବଢ଼ାଇଥାଏ। ଗୋଟିଏ ସ୍ଥାନରେ ବସି ରହିବା ଓ ନିଦ୍ରା ଅଭାବର ପ୍ରଭାବ ଯୋଗୁ ଶରୀରରୁ କର୍ଟିସୋଲ୍ ଓ ଆଡ୍ରେନାଲିନ୍ ଭଳି ହରମୋନ୍ ନିର୍ଗତ ହୁଏ। ଏହା ରକ୍ତରେ ଗ୍ଲୁକୋଜ୍ ସ୍ତର ବଢ଼ାଇ ଦେଇଥାଏ। ଦୀର୍ଘ ସମୟ ଧରି ଚାପରେ ରହିଲେ ଇନସୁଲିନ୍ କାର୍ଯ୍ୟକ୍ଷମତା ପ୍ରଭାବିତ ହୁଏ।
ଆହୁରି ପଢ଼ନ୍ତୁ: ଆସାମର କାଜିରଙ୍ଗାରେ ଟ୍ରକ୍କୁ ଶକ୍ତ ଧକ୍କା ଦେଲା ଟ୍ରାଭେଲର, ୨୦ଜଣଙ୍କ ମୃତ୍ୟୁ ଆଶଙ୍କା
- ଶାରୀରିକ ନିଷ୍କ୍ରିୟତା:
ଦିନସାରା ଗୋଟିଏ ଚେୟାରରେ ବସି କାମ କରିବା ଦ୍ୱାରା ମାଂସପେଶୀ ସକ୍ରିୟ ରହେ ନାହିଁ ଯାହା ଫଳରେ ଶରୀର ଗ୍ଲୁକୋଜ୍କୁ ଶକ୍ତି ଭାବରେ ବ୍ୟବହାର କରିପାରେ ନାହିଁ। - ନିଦ୍ରାର ଅଭାବ:
କମ୍ ଶୋଇବା ଦ୍ୱାରା ଭୋକ ନିୟନ୍ତ୍ରଣ କରୁଥିବା ହରମୋନ୍ ଅସନ୍ତୁଳିତ ହୋଇଯାଏ, ଯାହା ଫଳରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ। ଏହି ଅଭ୍ୟାସ ନିୟମିତ ହେଲେ ଡାଇବେଟିସ୍ ହେବାର ଆଶଙ୍କା ବହୁଗୁଣିତ ହୋଇଯାଏ। ପ୍ରାରମ୍ଭିକ ଲକ୍ଷଣକୁ ଅଫିସ୍ ଥକାପଣ ଭାବି ଅଣଦେଖା କରନ୍ତୁ ନାହିଁ
ଅନେକ ସମୟରେ ଡାଇବେଟିସ୍ର ପ୍ରାରମ୍ଭିକ ଲକ୍ଷଣକୁ ଲୋକମାନେ ଅଫିସ୍ କାମର ଥକାପଣ ଭାବି ଅଣଦେଖା କରିଦିଅନ୍ତି।
ଯଦି ଆପଣଙ୍କଠାରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଉଛି, ତେବେ ସତର୍କ ହୋଇଯାଆନ୍ତୁ:
* ସବୁବେଳେ ଅତ୍ୟଧିକ ଥକ୍କା ଲାଗିବା ଓ ଦୁର୍ବଳ ଅନୁଭବ କରିବା।
* ବାରମ୍ବାର ଶୋଷ ଲାଗିବା ଓ ପରିସ୍ରା ଲାଗିବା।
* ଅତ୍ୟଧିକ ଭୋକ ଲାଗିବା କିମ୍ବା ହଠାତ୍ ଓଜନ କମିଯିବା।
* ଆଖିକୁ ଝାପ୍ସା ଦେଖାଯିବା।
* କୌଣସି କ୍ଷତ ଶୀଘ୍ର ନ ଶୁଖିବା କିମ୍ବା ହାତ ଓ ପାଦ ଝିମ୍ଝିମ୍ ହେବା
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଅନେକ ସମୟରେ ବିନା କୌଣସି ଲକ୍ଷଣରେ ମଧ୍ୟ ଟାଇପ୍-୨ ଡାଇବେଟିସ୍ ହୋଇପାରେ। ତେଣୁ ନିୟମିତ ଭାବରେ ଫାଷ୍ଟିଂ ବ୍ଲଡ୍ ଗ୍ଲୁକୋଜ୍ ଓ ଏଚ୍ବିଏ୧ସି ପରୀକ୍ଷା କରାଇ ନେବା ଜରୁରୀ।
ଅଫିସ୍ରେ ୭ଟି ଜିନିଷରୁ ଦୂରେଇ ରହିବା ଉଚିତ:
- ଖାଦ୍ୟ ନ ଖାଇ ରହିବା: ମିଟିଂ କିମ୍ବା ଡେଡଲାଇନ୍ ଚାପରେ ଠିକ୍ ସମୟରେ ଖାଦ୍ୟ ନ ଖାଇଲେ ପରେ ଅତ୍ୟଧିକ ଖାଇବାର ଅଭ୍ୟାସ ସୃଷ୍ଟି ହୁଏ।
- ମିଠା ପାନୀୟର ଅତ୍ୟଧିକ ବ୍ୟବହାର: ବାରମ୍ବାର ଚିନିଯୁକ୍ତ ଚା’, କଫି, ଏନର୍ଜି ଡ୍ରିଙ୍କ୍ସ କିମ୍ବା ପ୍ୟାକେଟ୍ ଜୁସ୍ ପିଇବା ବନ୍ଦ କରନ୍ତୁ।
- ଲଗାତାର ବସି ରହିବା: ପ୍ରତି ଘଣ୍ଟାରେ କିଛି ମିନିଟ୍ ପାଇଁ ସିଟ୍ରୁ ଉଠି ଚଲାବୁଲା କରନ୍ତୁ।
- ବିଳମ୍ବିତ ରାତିରେ ଖାଇବା: ରାତିରେ ବିଳମ୍ବରେ ଭାରି ଖାଦ୍ୟ ଖାଇବା ଦ୍ୱାରା ନିଦ ଓ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ।
- ନିଦ ସହ ସାଲିସ୍ କରିବା: କାମ ପାଇଁ ନିୟମିତ ନିଦ କମ୍ କରିବା ଶରୀରର ମେଟାବୋଲିଜିମ୍କୁ ବିଗାଡ଼ି ଦିଏ।
- ଲକ୍ଷଣକୁ ଅଣଦେଖା କରିବା: କ୍ରମାଗତ ଥକାପଣ କିମ୍ବା ଶୋଷ ଲାଗିବାକୁ ସାମାନ୍ୟ ଭାବି ଡାକ୍ତରୀ ପରାମର୍ଶ ନେବାରେ ବିଳମ୍ବ କରନ୍ତୁ ନାହିଁ।
ଆହୁରି ପଢ଼ନ୍ତୁ: ପେଟ୍ରୋଲ୍ରେ ୧୨, ଡିଜେଲରେ ୨୭ ଟଙ୍କା କ୍ଷତି
ଅଧିକ ଦେଖନ୍ତୁ:

1 hour ago
3


