Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ

1 week ago 10
ARTICLE AD BOX

ଧଣ୍ଡାମୁଣ୍ଡା (ସରୋଜ ମିଶ୍ର):ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ଗଡ଼ ଭାବରେ ବେଶ ପରିଚିତ। ଏଠାରେ କାମ ଧନ୍ଦା ମିଳୁନଥିବା କାରଣରୁ ବ୍ଲକ ଅଞ୍ଚଳର ୨୧ଟି ପଞ୍ଚାୟତରୁ ଯୁବକ ଯୁବତୀ ଓ ପରିବାର ସଦସ୍ୟମାନେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ଇଟା ଭାଟି, ସୂତା କଳ, ସାର୍ଟ କମ୍ପାନି, ବିସ୍କୁଟ କମ୍ପାନି, ବ୍ୟାଟେରି କମ୍ପାନି, ମାର୍ବଲ କମ୍ପାନି ଓ ବିଭିନ୍ନ କମ୍ପାନି ସହ ଅନୁଷ୍ଠାନ ମାନଙ୍କରେ କାମ କରି ରୋଜଗାର କ୍ଷମ ହୋଇଥାନ୍ତି। ତେଣୁ ସେମାନେ ବର୍ଷ ତମାମ କାମ ଅନ୍ୱେଷଣରେ କରି କାମ ପାଇଥିବା ସ୍ଥାନରେ  ରହିଥାନ୍ତି। 

ଏବେ ପଶ୍ଚିମ ଓଡ଼ିଶାର ବଡ଼ି ପର୍ବ ନୂଆଁଖାଇ ହୋଇଥିବା ବେଳେ ରାଜ୍ୟ ବାହାରେ ରହୁଥିବା ଯୁବକ, ଯୁବତୀ ଓ ପରିବାର  ସଦସ୍ୟ ମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ନିଜ ପରିବାର ଲୋକେ ଘରର ସଦସ୍ୟ ଙ୍କ ସହ ମିଶି ଆନନ୍ଦ ର ମାହୋଲ ତିଆରି ହେଉଥିବା  ଜଣାପଡ଼ିଛି।

Dead body: ମାଛ ଧରିବାକୁ ଯାଇ ଆଉ ଫେରିଲେନି ସୁରିଆ! ବୁଢ଼ାବଳଙ୍ଗରୁ ମିଳିଲା ମୃତଦେହ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.