ARTICLE AD BOX
ନୋଏଡା:ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ନେଇ ନୋଏଡାର ବିଭିନ୍ନ ମନ୍ଦିରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତି, ଆଧ୍ୟାତ୍ମିକତା ଓ ଭବ୍ୟ ସାଜସଜ୍ଜାରେ ସଜିଉଠିଛି ସହରର ପ୍ରମୁଖ ମନ୍ଦିରଗୁଡ଼ିକ। ଚଳିତ ବର୍ଷ ଜନ୍ମାଷ୍ଟମୀ ଅବସରରେ କେଉଁଠି ଶ୍ରୀକୃଷ୍ଣଙ୍କୁ ୫୦୦ରୁ ଅଧିକ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗିବ, ତ ଆଉ କେଉଁଠି ଭକ୍ତଙ୍କ ମଧ୍ୟରେ ପ୍ରାୟ ୧୫୦୦ କିଲୋଗ୍ରାମ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି। ସେକ୍ଟର-୩୩ସ୍ଥିତ ଇସ୍କନ୍ ମନ୍ଦିର, ସେକ୍ଟର-୧୫୧ ଏବଂ ସେକ୍ଟର-୧୯ର ମନ୍ଦିର ସମେତ ସହରର ବିଭିନ୍ନ ମନ୍ଦିରକୁ ଫୁଲ, ଆଲୋକ ଓ ଆକର୍ଷଣୀୟ ସାଜସଜ୍ଜାରେ ସଜାଯାଇଛି। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଧୁମଧାମ୍ ରେ ପାଳନ କରାଯିବ।
୫୦୦ରୁ ଅଧିକ ପ୍ରକାରର ଭୋଗ
ସେକ୍ଟର-୩୩ସ୍ଥିତ ଇସ୍କନ୍ ନୋଏଡାରେ ଏଥର ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେବ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୫୦୦ରୁ ଅଧିକ ପ୍ରକାରର ଭୋଗ। ଏହା ପାଇଁ ଆବଶ୍ୟକ ସାମଗ୍ରୀ ଓ ମସଲା ମନ୍ଦିରର ରୋଷ ଶାଳାରେ ହିଁ ପ୍ରସ୍ତୁତ କରାଯାଉଛି। ଏହି ଭୋଗ ପ୍ରସ୍ତୁତିରେ ୨୫ ବର୍ଷ ଧରି ସେବା କରିଆସୁଥିବା ୩୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ହରେ କୃଷ୍ଣ ମହାମନ୍ତ୍ର ଜପ କରି ସେମାନେ ଶ୍ରଦ୍ଧାର ସହ ଭୋଗ ପ୍ରସ୍ତୁତ କରୁଛନ୍ତି। ଜନ୍ମାଷ୍ଟମୀ ପାଇଁ ଶ୍ରୀକୃଷ୍ଣଙ୍କ ନିମନ୍ତେ ସ୍ୱତନ୍ତ୍ର ପୋଷାକ ମଧ୍ୟ ପ୍ରସ୍ତୁତ କରାଯାଇଛି। ରେଶମ କପଡ଼ା, ମୁକ୍ତା, ଗୋଟା ଓ ଜରିରେ ଏହି ପୋଷାକକୁ ସଜାଯାଇଛି। ଭକ୍ତମାନେ ନିଜ ହାତରେ ଏହି ସ୍ୱତନ୍ତ୍ର ପୋଷାକ ପ୍ରସ୍ତୁତ କରୁଛନ୍ତି। ରାତିରେ ଜନ୍ମୋତ୍ସବ ଅଭିଷେକ ଏବଂ ମଧ୍ୟରାତ୍ରିରେ ମହାଆରତୀ ଆୟୋଜିତ ହେବ।
ସେକ୍ଟର-୧୯ସ୍ଥିତ ଶ୍ରୀ ସନାତନ ଧର୍ମ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀକୁ ନେଇ ବିଶେଷ ଆୟୋଜନ କରାଯାଇଛି। ଏଠାରେ ଶ୍ରୀକୃଷ୍ଣ, ରାଧାରାଣୀ ଓ ଲଡ୍ଡୁ ଗୋପାଳଙ୍କ ପାଇଁ ସ୍ୱତନ୍ତ୍ର ପୋଷାକ ପ୍ରସ୍ତୁତ କରାଯାଉଛି। ଲଡ୍ଡୁ ଗୋପାଳଙ୍କୁ ରୂପା ଦୋଳିରେ ବିରାଜମାନ କରାଯିବ। ଏଥିସହ ପ୍ରାୟ ୧୫୦୦ କିଲୋଗ୍ରାମ ପ୍ରସାଦ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରିବାକୁ ପ୍ରସ୍ତୁତି ଚାଲିଛି।
Stray Dogs: ଦୁଷ୍କର୍ମ ଉଦ୍ୟମରୁ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲେ ବୁଲା କୁକୁର, ନାବାଳକ ଗିରଫ
ଜନ୍ମାଷ୍ଟମୀ ଅବସରରେ ମନ୍ଦିରଗୁଡ଼ିକରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଏଥିପାଇଁ ପୁଲିସ ଓ ମନ୍ଦିର ସେବାୟତଙ୍କ ପକ୍ଷରୁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ବ୍ୟାରିକେଡିଂ ଓ ଦର୍ଶନ ବ୍ୟବସ୍ଥା କରାଯାଇଛି। ଇସ୍କନ୍ ମନ୍ଦିର ନିକଟରେ ଯାତାୟାତ ନିୟନ୍ତ୍ରଣ ପାଇଁ ଡାଇଭର୍ସନ୍ ମଧ୍ୟ ଘୋଷଣା କରାଯାଇଛି।
ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କୁ ଭିଡ଼ ଏଡ଼ାଇବାକୁ ଅନୁରୋଧ କରାଯାଇଛି। ଯେଉଁ ଭକ୍ତମାନେ ମନ୍ଦିରକୁ ଯାଇପାରିବେ ନାହିଁ, ସେମାନଙ୍କ ପାଇଁ ଅନଲାଇନ୍ ଦର୍ଶନର ବ୍ୟବସ୍ଥା ମଧ୍ୟ ରହିଛି।

1 week ago
7


