ARTICLE AD BOX
ପାରଳାଖେମୁଣ୍ଡି: ନେରେଡି ବ୍ୟାରେଜ୍ ପ୍ରକଳ୍ପକୁ ନେଇ ପାରଳାଖେମୁଣ୍ଡିରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଏହି ବୈଠକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜଳସମ୍ପଦ ବିଭାଗର ଅଧିକାରୀମାନେ ଯୋଗଦେଇଛନ୍ତି। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ର ଚୂଡ଼ାନ୍ତ ଆଦେଶ ଓ ନେରେଡି ପ୍ରକଳ୍ପର ପରବର୍ତ୍ତୀ ପ୍ରକ୍ରିୟାକୁ ନେଇ ଆଲୋଚନା ଜାରି ରହିଛି।
ବଂଶଧାରା ନଦୀରେ ଆନ୍ଧ୍ରର ବ୍ୟାରେଜ ନିର୍ମାଣ ହେଲେ ପ୍ରଭାବିତ ହେବ ଓଡ଼ିଶା ସୀମାବର୍ତ୍ତୀ ଗଜପତିଜିଲ୍ଲା କାଶୀନଗର ବ୍ଲକର ଏକାଧିକ ଜନବସତି ଓ ଶହ ଶହ ଏକର ଚାଷଜମି। ଟ୍ରିବ୍ୟୁନାଲ ନିଷ୍ପତ୍ତିରେ ଏହିସବୁ ଅଞ୍ଚଳର ଗ୍ରାମସଭା ଓ ପଲ୍ଲୀ ସଭାର ନିଷ୍ପତ୍ତି ନିଆଯାଇ ନଥିବା ବେଳେ ଲୋକଙ୍କ ଦାବିକୁ ଗୁରୁତ୍ୱ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଯାହାର ପ୍ରତିଫଳନରେ ଏହାର ବିରୋଧ ଦେଖିବାକୁ ମିଳିଛି।
୧୦୬ ଏକର ଜମି ଅଧିଗ୍ରହଣ କରିବ ଆନ୍ଧ୍ର
ବ୍ୟାରେଜ ନିର୍ମାଣ ସ୍ଥଳକୁ ଉଭୟ ଆନ୍ଧ୍ର ଓ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ପ୍ରବେଶ କରାଇ ଦେଉନାହାଁନ୍ତି ଅଞ୍ଚଳବାସୀ। ଟ୍ରିବ୍ୟୁନାଲ ନିଷ୍ପତ୍ତି ପ୍ରକାରେ ଓଡ଼ିଶା ତଟର ୧୦୬ ଏକର ଜମି ଅଧିଗ୍ରହଣ କରିବ ଆନ୍ଧ୍ର। ଏହା ଦ୍ବାରା ବ୍ୟାରେଜ ଜଳ ଉପରେ ଓଡ଼ିଶାର ଅଧିକାର ରହିବ ନାହିଁ। ଯାହାକୁ ନେଇ ପୂର୍ବରୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି ଲୋକେ। ନିର୍ମାଣ ସ୍ଥଳରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ଯୁଗ୍ମ ଅନୁଧ୍ୟାନକୁ ତୀବ୍ର ବିରୋଧ କରାଯାଇଥିଲା। ଟ୍ରିବ୍ୟୁନାଲ ନିଷ୍ପତ୍ତିର ପୁର୍ନବିଚାର ପାଇଁ ଓଡ଼ିଶା ସରକାର ଏବଂ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିବା ବେଳେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ପ୍ରଭାବିତ ହେବାକୁ ଥିବା ଲୋକେ।
Passes Away: ପରଲୋକରେ ଡାକ୍ତର ପଦ୍ମାବତୀ ପଣ୍ଡା, ମୟୂରଭଞ୍ଜ ହରାଇଲା ଜଣେ କିମ୍ବଦନ୍ତୀ ଚିକିତ୍ସକ

5 days ago
3


