Nepal flood: ନେପାଳ ବନ୍ୟା ମୃତକଙ୍କ ପରିଚୟ ପାଇଁ ଭାରତରେ ହେବ ଡିଏନ୍‌ଏ ପରୀକ୍ଷା

1 week ago 11
ARTICLE AD BOX

ନୂଆଦିଲ୍ଲୀ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ନିଖୋଜ ଲୋକଙ୍କ ମୃତଦେହ ଚିହ୍ନଟ କରିବାରେ ସହାୟତା ପାଇଁ କେନ୍ଦ୍ର ସରକାର ଭାରତରେ ଡିଏନ୍‌ଏ ପ୍ରୋଫାଇଲିଂ ସୁବିଧା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଦେଶ ମନ୍ତ୍ରଣାଳୟ (ଏମ୍‌ଇଏ) ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଏହି ବ୍ୟବସ୍ଥା ଅନୁସାରେ ନେପାଳରେ ନିଖୋଜ ଥିବା ବ୍ୟକ୍ତିଙ୍କ ଭାରତରେ ରହୁଥିବା ସମ୍ପର୍କୀୟଙ୍କଠାରୁ ନମୁନା ସଂଗ୍ରହ କରାଯିବ। ଏଥିରେ ବାପା-ମା’, ସନ୍ତାନ ଓ ଭାଇ-ଭଉଣୀଙ୍କ ନମୁନା ନିଆଯାଇ ଡିଏନ୍‌ଏ ପ୍ରୋଫାଇଲ୍‌ ପ୍ରସ୍ତୁତ କରାଯିବ। ଭାରତର କେନ୍ଦ୍ରୀୟ ଫରେନ୍‌ସିକ୍‌ ବିଜ୍ଞାନ ପରୀକ୍ଷାଗାର (ସିଏଫ୍‌ଏସ୍‌ଏଲ୍‌), ରାଜ୍ୟ ଫରେନ୍‌ସିକ୍‌ ବିଜ୍ଞାନ ପରୀକ୍ଷାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌), ଜାତୀୟ ଫରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ) ଏବଂ ଡିଏନ୍‌ଏ ପ୍ରୋଫାଇଲିଂ ସୁବିଧା ଥିବା ଅନ୍ୟ ଏନ୍‌ଏବିଏଲ୍‌-ମାନ୍ୟତାପ୍ରାପ୍ତ ପରୀକ୍ଷାଗାରରେ ଏହି ପ୍ରକ୍ରିୟା କରାଯାଇପାରିବ।

Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା

ବନ୍ୟା ମୃତକଙ୍କ ଚିହ୍ନଟ ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ପ୍ରକ୍ରିୟା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ନେପାଳ ପୁଲିସର ପରାମର୍ଶ ଅନୁସାରେ ‘ଅଟୋସୋମାଲ୍‌ ଏସ୍‌ଟିଆର୍‌’ ପଦ୍ଧତିରେ ଡିଏନ୍‌ଏ ପ୍ରୋଫାଇଲିଂ କରିବାକୁ କୁହାଯାଇଛି। ପ୍ରସ୍ତୁତ ଡିଏନ୍‌ଏ ପ୍ରୋଫାଇଲ୍‌ ଓ ଆବଶ୍ୟକ ପ୍ରାରମ୍ଭିକ ତଥ୍ୟ ନେପାଳ ପୁଲିସକୁ ଇ-ମେଲ୍‌ ଯୋଗେ ପଠାଯିବ। ସେଠାରେ ଅଚିହ୍ନା ମୃତଦେହରୁ ମିଳିଥିବା ଡିଏନ୍‌ଏ ସହ ଏହାର ତୁଳନା କରାଯିବ। ସମନ୍ୱୟ ଓ ସହାୟତା ପାଇଁ ଡିଏନ୍‌ଏ ପ୍ରୋଫାଇଲ୍‌ର ଏକ ନକଲ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯାଇପାରିବ। ଏହି ପ୍ରକ୍ରିୟା ପାଇଁ ଡିଏନ୍‌ଏ ପରୀକ୍ଷା ସୁବିଧା ଥିବା ସରକାରୀ ପରୀକ୍ଷାଗାରର ତାଲିକା ଏମ୍‌ଇଏ ପ୍ରକାଶ କରିଛି। ସହାୟତା ପାଇଁ ହେଲ୍‌ପଲାଇନ୍‌ ନମ୍ବର ମଧ୍ୟ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.