Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି  ଭିକ

1 hour ago 3
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଜଙ୍ଗଲରୁ ମହୁ, ଝୁଣା, ଦାନ୍ତକାଠି ଓ ଜଙ୍ଗଲୀ ଫଳ ଏବଂ ଶୁଆ, ଶାରୀ, ମୟୂର ଓ ବନ୍ୟଜନ୍ତୁ ଶାବକ ବିକ୍ରିକରି ମିଳୁଥିବା ସାମାନ୍ୟ ଅର୍ଥକୁ ଗୁଜୁରାଣ କରି ତିଷ୍ଠି ରହିଥିବା ମହ୍ଲାର ଜନଜାତିଙ୍କ ପାରିବାରିକ ଜୀବନ ଦୟନୀୟ। ଜୀବିକା ଓ ରୋଜଗାର ବିନା ଘରେଘରେ ଅଭାବ। ଅର୍ଦ୍ଧାହାରରେ ବଞ୍ଚି ରହିଥିବା ୨ ମାଆଙ୍କୁ ଘାରିଛି ଏବେ ଛୁଆଙ୍କୁ ବଞ୍ଚାଇ ରଖିବାର ଚିନ୍ତା ଘାରିଛି। 

ପାଠରୁ ଦୂରେଇ ରହି ବାଲ୍ୟବିବାହ କରିଥିବା ୨ ନିରକ୍ଷର ମାଆ ଛୁଆଙ୍କ ପେଟ ଭରିବାକୁ ଭିକ ମାଗୁଥିବା ଦେଖାଯାଇଛି। ରତ୍ନଗର୍ଭା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ଚିଙ୍ଗୁଡ଼ିପାଳ ରଗଦା ଉପରଡିହ ବସ୍ତିରେ ରହୁଥିବା ରାଜ ପ୍ରଧାନଙ୍କ ପତ୍ନୀ ଯଶୋଦା ଓ ଭିକୁ ପ୍ରଧାନଙ୍କ ପତ୍ନୀ ଖଇରୀ ଶାଢ଼ି କୋଳରେ ଝୁଲାଇଥିବା ନିଜନିଜର ପ୍ରଥମ ସନ୍ତାନଙ୍କୁ ଧରି ବେଣାଗାଡ଼ିଆ ଗାଁରେ ଘରକୁ ଘର ବୁଲି ଭିକ ଓ ପିଠାପଣା ମାଗୁଥିଲେ। ଭିକ ମାଗିବା ଲାଜର କଥା ବୋଲି ଜାଣିଥିଲେ ହେଁ ନିହାତି ଆବଶ୍ୟକ ଥିବାରୁ ସେ ସ୍ବାଭିମାନ ଭୁଲି ଭିକ୍ଷାବୃତ୍ତି ଆପଣାଉଥିବା ବିନା ସଂକୋଚରେ କହିଥିଲେ। କେବଳ ମା’କ୍ଷୀର ଖାଇ ବଞ୍ଚୁଥିବାରୁ ମାଆ ଭଲରେ ମୁଠେ ଖାଇଲେ ସିନା ଛୁଆମାନଙ୍କ ପେଟ ପୂରିବ ବୋଲି ଦର୍ଶାଇଥିଲେ।

ସଂପୃକ୍ତ ୨ ଜନଜାତି ପରିବାର ପାଖେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତା ସାତସପନ ହୋଇରହିଛି। ସକାଳୁ ସଞ୍ଜ ଜଙ୍ଗଲରେ ଘୂରି ବୁଲିବାକୁ ପଡ଼ୁଥିଲେ ହେଁ ଏହି ଦମ୍ପତିଙ୍କ ପାଇଁ ଦୈନିକ ଶହେ ଟଙ୍କା ରୋଜଗାର କାଠିକର ପାଠ। ଶିଶୁଙ୍କ ପାଇଁ ସୁଷମ ଶିଶୁ ଆହାର ସାତସପନ ହୋଇରହିଛି। କାଳିଆପାଣି ଓ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି) ସଂପର୍କରେ ସେମାନେ ଅଜ୍ଞ। ସୁଭଦ୍ରା, ମମତା କିମ୍ବା ଜନନୀ ସୁରକ୍ଷାରେ ଟଙ୍କାଟିଏ ବି ସରକାରୀ ସହାୟତା ପାଇନଥିବା ନେଇ ୨ ମହିଳା ଅଭିଯୋଗ କରନ୍ତି। ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଜାଣିନଥିବା କହିଥିଲେ। ସେମାନଙ୍କ ପାଖେ ଶିଶୁ ଅଧିକାର, ସୁରକ୍ଷା ଓ ମିସନ ଶକ୍ତି ଅପହଞ୍ଚ। ସହୃଦୟ ବ୍ୟକ୍ତିଙ୍କ ଠାରୁ ଦାନରେ ମିଳୁଥିବା ପୁରୁଣା ଲୁଗାପଟାରେ ଦେହ ଢାଙ୍କି ହୋଇଥାନ୍ତି।

BJD: ଜନଜାତିଙ୍କ ପାଇଁ ବିଜେଡି ଲଢ଼େଇ ଜାରି ରଖିବ: ନବୀନ 

ଢେଲାପଥର ଓ ମାଟି କାଦୁଅରେ ନିର୍ମିତ କାନ୍ଥରେ ବଖୁରିକିଆ କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି। ଏଠା‌ରେ ସାମାଜିକ ନିରାପତ୍ତାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଜବ୍‌କାର୍ଡ ନଥିବାରୁ ମନରେଗା କିମ୍ବା ଭିବିଜିରାମଜି ଯୋଜନାରେ ୨ ପରିବାର ଟଙ୍କାଟିଏ ରୋଜଗାର କରିନଥିବା କୁହାଯାଇଛି। ଏହି ଭୂମିହୀନ ପରିବାର ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଓ ବସୁନ୍ଧରା ଯୋଜନାରୁ ବଞ୍ଚିତ ଅଭିଯୋଗ ହୁଏ। ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେମାନଙ୍କୁ ସାତସପନ ହୋଇଛି। ଶାଶୂମାନଙ୍କ ନାଁରେ ଥିବା ରାସନ କାର୍ଡରେ ମିଳୁଥିବା ଭାଗ ଚାଉଳ ସପ୍ତାହକୁ ନିଅଣ୍ଟ। ଏହି ବିଲୁପ୍ତ ବିରହୋର ବର୍ଗର ଜନଜାତି ପରିବାର ପାଖେ ଖାଦ୍ୟ ସୁରକ୍ଷା ଯୋଜନା ବାଟ ହୁଡ଼ିଛି। 

ଏ ସଂପର୍କରେ ସରପଞ୍ଚ ଅଞ୍ଜଳି ଦେହୁରୀଙ୍କୁ ପଚାରିବାରେ ମହ୍ଲାର ପରିବାରର କୌଣସି ସଦସ୍ୟଙ୍କ ଜନ୍ମ ପ୍ରମାଣପତ୍ର କିମ୍ବା ଆଧାରକାର୍ଡ ନଥିବାରୁ ସେମାନେ ଜନ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତହୋଇ ରହିଥିବା କହିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.