Munna Bhai Franchise: ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ ‘ମୁନ୍ନା ଭାଇ ୩’, ପୁଣିଥରେ ପରଦାକୁ ଫେରିବେ ମୁନ୍ନା ଭାଇ ଓ ସର୍କିଟ୍‌ଙ୍କ ଯୋଡ଼ି

1 hour ago 1
ARTICLE AD BOX

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କ ‘ମୁନ୍ନା ଭାଇ ୩’ ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ ବୋଲି ଜଣାଯାଇଛି। ପୁଣିଥରେ ପରଦାକୁ ଫେରିବେ ମୁନ୍ନା ଭାଇ ଓ ସର୍କିଟ୍‌ଙ୍କ ଯୋଡ଼ି। ସୂଚନା ଅନୁଯାୟୀ  ଫରହାଦ ସାମଜୀ ଏବେ ‘ମୁନ୍ନା ଭାଇ ୩’ର ସ୍କ୍ରିନ୍‌ପ୍ଲେ ଲେଖିବା କାମରେ ବ୍ୟସ୍ତ ଅଛନ୍ତି। ଖୁବ୍‌ଶୀଘ୍ର ସେ ଏହି ଫିଲ୍ମର ସ୍କ୍ରିପ୍ଟ ଶେଷ କରିବେ। ରୋଚକ କଥା ହେଉଛି, ୨୦୦୩ରେ ରିଲିଜ୍ ହୋଇଥିବା ଏହି ଫ୍ରାଞ୍ଚାଇଜ୍‌ର ପ୍ରଥମ ଫିଲ୍ମ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ଠାରୁ ହିଁ ସାମଜୀ ଏହା ସହ ଜଡ଼ିତ ଅଛନ୍ତି। ଏହି ଫିଲ୍ମର ଲୋକପ୍ରିୟ ଗୀତ ‘ଏମ୍ ବୋଲେ ତୋ’ର ଆରମ୍ଭ ଧାଡ଼ି ମଧ୍ୟ ସେ ଲେଖିଥିଲେ।

ଆଗାମୀ ଫିଲ୍ମରେ ସଞ୍ଜୟ ଦତ୍ତ ପୁଣିଥରେ ମୁରଲୀ ପ୍ରସାଦ ଶର୍ମା ଓରଫ୍ ମୁନ୍ନା ଭାଇ ଭୂମିକାରେ ଏବଂ ଅର୍ଶଦ ୱାରସୀ ତାଙ୍କ ଘନିଷ୍ଠ ବନ୍ଧୁ ଓ ସାଥୀ ସର୍କିଟ୍ ଭୂମିକାରେ ନଜର ଆସିବା ନେଇ ଆଶା କରାଯାଉଛି। ପ୍ରଥମ ଫିଲ୍ମରେ ଏହି ଯୋଡ଼ିଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିଣିଥିଲା। ୨୦୦୬ରେ ରିଲିଜ୍ ହୋଇଥିବା ଏହାର ଦ୍ୱିତୀୟ ଭାଗ ‘ଲଗେ ରହୋ ମୁନ୍ନା ଭାଇ’ରେ ମଧ୍ୟ ଉଭୟ ନିଜ ନିଜ ଭୂମିକାରେ ଫେରିଥିଲେ।

ପ୍ରଥମ ଫିଲ୍ମର କାହାଣୀ ମୁନ୍ନା ଭାଇଙ୍କ ଡାକ୍ତରୀ ଦୁନିଆରେ ପ୍ରବେଶକୁ ନେଇ ଥିବାବେଳେ ଦ୍ୱିତୀୟ ଭାଗରେ ହାସ୍ୟରସ ମାଧ୍ୟମରେ ଗାନ୍ଧୀବାଦୀ ଦର୍ଶନ ଓ ଜୀବନ ପ୍ରତି ମୁନ୍ନାଙ୍କ ନିଆରା ଦୃଷ୍ଟିଭଙ୍ଗୀକୁ ଦେଖାଯାଇଥିଲା।

‘ମୁନ୍ନା ଭାଇ ୩’କୁ ନେଇ ଏତେ ବିଳମ୍ବ କାହିଁକି?

ଦର୍ଶକମାନେ ତୃତୀୟ ଭାଗକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ନିର୍ଦ୍ଦେଶକ ରାଜକୁମାର ହିରାନୀ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବର ଦୁଇଟି ଫିଲ୍ମର ମାନ ସହ ମେଳ ଖାଉଥିବା କାହାଣୀ ନ ମିଳିବା ପର୍ଯ୍ୟନ୍ତ ସେ ତୃତୀୟ ଭାଗ ନିର୍ମାଣ କରିବାକୁ ଚାହୁଁନାହାନ୍ତି।

ଜୁନ୍ ମାସରେ ଏକ ସାକ୍ଷାତକାରରେ ହିରାନୀ କହିଥିଲେ ଯେ, ଏହି ଫିଲ୍ମର ସିକ୍ୱେଲ୍ ପାଇଁ କାହାଣୀ ପ୍ରସ୍ତୁତ କରିବା ବେଶ୍ କଷ୍ଟକର ହୋଇପଡ଼ିଛି। ସେ କହିଥିଲେ, “ଯଦି ଆପଣ କେବଳ ଇଣ୍ଟରଭାଲ୍ ପର୍ଯ୍ୟନ୍ତ ମୁନ୍ନା ଭାଇଙ୍କୁ ଦେଖିବାକୁ ଚାହୁଁଛନ୍ତି, ତେବେ ମୁଁ ଏବେ ହିଁ ପାଞ୍ଚଟି ଫିଲ୍ମ ତିଆରି କରିପାରିବି। କାରଣ ମୋ ପାଖରେ ଇଣ୍ଟରଭାଲ୍ ପରର କାହାଣୀ ନାହିଁ।”

ଅର୍ଶଦ ୱାରସୀ ମଧ୍ୟ ତୃତୀୟ ଭାଗ ନିର୍ମାଣରେ ଥିବା ସମସ୍ୟା ସମ୍ପର୍କରେ କହିଥିଲେ। ତାଙ୍କ କହିବା ଅନୁସାରେ, ଏହି ଫିଲ୍ମ ପାଇଁ ତିନୋଟି ଅସମ୍ପୂର୍ଣ୍ଣ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି। ସେଥିରେ ଅନେକ ରୋଚକ ଦୃଶ୍ୟ ଓ ଚିନ୍ତାଧାରା ରହିଛି, କିନ୍ତୁ ସମ୍ପୂର୍ଣ୍ଣ କାହାଣୀକୁ ଏକାଠି ଯୋଡ଼ିବା ପାଇଁ ଆବଶ୍ୟକ ମୁଖ୍ୟ ସୂତ୍ରର ଅଭାବ ରହିଛି।

ମୁନ୍ନା ଭାଇ ଓ ସର୍କିଟ୍‌ଙ୍କ ଫେରିବାକୁ ଅପେକ୍ଷା

ଯଦି ଯୋଜନା ଅନୁସାରେ ଫିଲ୍ମର କାମ ଆଗକୁ ବଢ଼େ, ତେବେ ‘ଲଗେ ରହୋ ମୁନ୍ନା ଭାଇ’ ରିଲିଜ୍ ହେବାର ପ୍ରାୟ ଦୁଇ ଦଶନ୍ଧି ପରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାରସୀ ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିପାରନ୍ତି। ତେବେ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମୟ କିମ୍ବା ରିଲିଜ୍ ତାରିଖକୁ ନେଇ ନିର୍ମାତା କିମ୍ବା ଅଭିନେତାମାନଙ୍କ ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ମୁନ୍ନା ଭାଇ ଓ ସର୍କିଟ୍‌ଙ୍କ ଯୋଡ଼ି ପୁଣିଥରେ ପରଦାକୁ ଫେରିବା ନେଇ ଦର୍ଶକଙ୍କ ଅପେକ୍ଷା ଜାରି ରହିଛି।

EOW: ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ରାୟଗଡ଼ା ଘରେ ପଶିଲା ଇ ଓ ଡବ୍ଲୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.