ARTICLE AD BOX
ମାଲକାନଗିରି: ମାଓବାଦୀଙ୍କ ବିରୋଧରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍ରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଗୁରୁବାର ୫ ନଭେମ୍ବରରେ ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେଜି ହିଲ୍ସ ଜଙ୍ଗଲରୁ ୭୧୧ଟି ବିଜିଏଲ୍ (BGL) ସେଲ୍ ଜବତ କରାଯାଇଛି। ତାଡ଼ାପାଲା ଏଫ୍ଓବି ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ସୂଚନା ମିଳିଛି।
ପୁଲିସ, ସିଆର୍ପିଏଫ୍ ଏବଂ କୋବ୍ରା ବାହିନୀର ମିଳିତ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଜବତ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷା ନିୟମ ଅନୁଯାୟୀ ନିଜ ହେପାଜତକୁ ନେଇଛନ୍ତି ସୁରକ୍ଷା ବାହିନୀ।
ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ
ଅନ୍ୟପକ୍ଷରେ କର୍ରେଗୁଟ୍ଟା ଏବଂ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳକୁ ବର୍ତ୍ତମାନ ନଯିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି। ଏହି ଅଞ୍ଚଳରେ ଏବେ ମଧ୍ୟ ଆଇଇଡି ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା ରହିଛି। ଆଗାମୀ ଦିନରେ ଯୋଜନାବଦ୍ଧ ଭାବେ ଡି-ମାଇନିଂ ଅଭିଯାନ ଚଳାଇ ବିସ୍ଫୋରକଗୁଡ଼ିକୁ ନିଷ୍କ୍ରିୟ କରାଯିବ।

40 minutes ago
1


