Muhurat Trading: ସାଢ଼େ ୨ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଭାରତୀୟ ସେୟାର ବଜାରର ଘଣ୍ଟିକିଆ ମୁହୂର୍ତ୍ତ ଟ୍ରେଡିଂ

4 days ago 4
ARTICLE AD BOX

ମୁମ୍ବାଇ: ମୁହୂର୍ତ୍ତ ଟ୍ରେଡିଂ ହେଉଛି ଭାରତୀୟ ସେୟାର ବଜାରର ଏକ ବିଶେଷ ଏବଂ ପାରମ୍ପରିକ ଅଧିବେଶନ, ଯାହା ପ୍ରତିବର୍ଷ ଦୀପାବଳି ଅବସରରେ ଆୟୋଜିତ ହୋଇଥାଏ। ଏହି ଦିନ ସାଧାରଣତଃ ସେୟାର ବଜାର ବନ୍ଦ ରହିଥାଏ। କିନ୍ତୁ କେବଳ ଏକ ଘଣ୍ଟା ପାଇଁ ଟ୍ରେଡିଂ ପାଇଁ ବଜାର ଖୋଲାଯାଇଥାଏ । ଚଳିତ ବର୍ଷ ଦୀପାବଳି ଅବସରରେ ଏହି ବିଶେଷ ମୁହୂର୍ତ୍ତ ଟ୍ରେଡିଂ ୮ ନଭେମ୍ବର ରବିବାର ଅପରାହ୍ନ ୨:୨୦ ରୁ ଅପରାହ୍ନ ୩:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହା ସହିତ ହିନ୍ଦୁ କ୍ୟାଲେଣ୍ଡରର ନୂତନ ବର୍ଷ ସମ୍ବତ ୨୦୮୩ ର ଆରମ୍ଭ ହେଉଛି ।

ଶୁଭ ମୁହୂର୍ତ୍ତରେ ନିବେଶ
ହିନ୍ଦୁ ପରମ୍ପରାରେ ଦୀପାବଳି ଏବଂ ଲକ୍ଷ୍ମୀ ପୂଜା ଦିନକୁ ଆର୍ଥିକ ସମୃଦ୍ଧି ପାଇଁ ଅତ୍ୟନ୍ତ ଶୁଭ ମନେକରାଯାଏ । ମାନାଯାଏ ଯେ ଏହି ଶୁଭ ମୁହୂର୍ତ୍ତରେ ନିବେଶ କଲେ ବର୍ଷସାରା ଭାଗ୍ୟ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ପାରମ୍ପରିକ ବ୍ୟବସାୟୀମାନେ ଏହି ଦିନ ସେମାନଙ୍କର ନୂତନ ଖାତା ବହି ପୂଜା କରନ୍ତି। ଷ୍ଟକ ମାର୍କେଟରେ ବ୍ରୋକର ଏବଂ ନିବେଶକମାନେ ଟୋକନ୍ ନିବେଶ କରି ନୂଆ ଆର୍ଥିକ ବର୍ଷର ଶୁଭାରମ୍ଭ କରନ୍ତି ।

''ଅତି-ଖରାପ'' ସ୍ଥିତିରେ ବାୟୁମଣ୍ଡଳ

ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୯୫୭ ମସିହାରୁ ଏହି ପ୍ରଥା ଆରମ୍ଭ କରିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ୧୯୯୨ ମସିହାରୁ ଏହାକୁ ପାଳନ କରିଆସୁଛି । ପ୍ରି-ଓପନ୍ ସେସନ୍ ଅପରାହ୍ନ ୨:୦୫ ରୁ ଅପରାହ୍ନ ୨:୨୦,ମୁଖ୍ୟ ମାର୍କେଟ ଟ୍ରେଡିଂ ଅପରାହ୍ନ ୨:୩୦ ରୁ ଅପରାହ୍ନ ୩:୩୦ ଏବଂ କ୍ଲୋଜିଂ ସେସନ୍ ଅପରାହ୍ନ ୩:୩୦ ରୁ ଅପରାହ୍ନ ୩:୫୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଏକ ଶୁଭ ଉତ୍ସବ ହୋଇଥିବାରୁ ଅଧିକାଂଶ ଲୋକ କେବଳ ପ୍ରତୀକାତ୍ମକ ଭାବେ କେବଳ ଟୋକନ୍ ନିବେଶ କରି ଭଲ କମ୍ପାନିର କିଛି ସେୟାର କିଣିଥାନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.