ARTICLE AD BOX
ପୁରୀ (ଶିବ ପ୍ରସାଦ ଦାସ): ପୁରୀ ଜିଲ୍ଲାରେ ପ୍ରବାହିତ ମଙ୍ଗଳା ନଈ ମୁହାଣରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ସାହା କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ର ଓମ୍ ଶୁଭମ୍ ବାରିକ୍ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଓମ୍ ଶୁଭମ୍ ତାଙ୍କ ସାଙ୍ଗମାନଙ୍କ ସହିତ ମଙ୍ଗଳା ନଈ ମୁହାଣକୁ ବୁଲିବାକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ହଠାତ୍ ଗଭୀର ପାଣିକୁ ଚାଲିଯାଇ ସେ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ପରେ ଏ ନେଇ ପରିବାର ଲୋକ ଏବଂ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଈ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ପାଣି ଓ ପଙ୍କ ଅଧିକ ଥିବାରୁ ଖୋଜାଖୋଜିରେ ସମସ୍ୟା ହେଉଥିବା ଜଣାପଡ଼ିଛି।

1 week ago
8


