Mines Amendment Bill ଖଣି ସଂଶୋଧନ ବିଲ୍‌, ଚିଠି ଲେଖି ବିରୋଧ କଲେ ନବୀନ

1 month ago 13
ARTICLE AD BOX

ଭୁବନେଶ୍ବର: ସଂସଦରେ ଗୃହୀତ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌, ୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। 

ଖଣି ରାଜସ୍ବ ହାତଛଡ଼ା! ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ବି ତତ୍ପରତା ଦେଖାଉନାହାନ୍ତି ସରକାର

ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି, ଏହି ବିଲ୍‌ ଓଡ଼ିଶାର ବିତ୍ତୀୟ ସ୍ବାଧୀନତା ଓ ଏହାର ପ୍ରାକୃତିକ ସମ୍ବଳ ଉପରେ ଥିବା ସାମ୍ବିଧାନିକ ଅଧିକାର ପ୍ରତି ଏକ ବଡ଼ ବିପଦ।  ଏହି ବିଲ୍‌ ପ୍ରଭାବରେ ଓଡ଼ିଶାର ବ୍ୟାପକ ରାଜସ୍ବ ହାନି ହେବ ଯାହା ବିକାଶମୂଳକ କାର୍ଯ୍ୟକୁ ପ୍ରଭାବିତ ହେବ। ରାଜ୍ୟର ସଂଘୀୟ ଅଧିକାର ଓ ଖଣିଜ ରାଜସ୍ବର ସୁରକ୍ଷା ପାଇଁ ମିଳିତ ସହମତି ହାସଲ କରିବା ନିମନ୍ତେ ତୁରନ୍ତ ସର୍ବଦଳୀୟ ବୈଠକ ଡକାଇବା ଓ ବିଲ୍‌କୁ ବିରୋଧ କରିବା ଲାଗି ସର୍ବସମ୍ମତିକ୍ରମେ ସଂକଳ୍ପ ହାସଲ କରିବା ନିମନ୍ତେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ସେ ଦାବି କରିଛନ୍ତି। 

୫ ବର୍ଷରେ ଖଣି ରାଜସ୍ବ ୧୦ ଗୁଣା ବୃଦ୍ଧି: ୨୦୧୬-୧୭ରେ ଥିଲା ୪୯୦୦ ‌କୋଟି, ୨୦୨୧-୨୨ରେ ୫୦ ହଜାର କୋଟି

କେନ୍ଦ୍ର ସରକାର ରାଜ୍ୟଠାରୁ କ୍ଷମତା ଛଡ଼ାଇନେଲେ ଓଡ଼ିଶାରେ କେବଳ ପ୍ରଦୂଷଣ, ବିସ୍ଥାପନ ଓ ଖଣି ଜନିତ ବୋଝ ରହିଯିବ। ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.