ARTICLE AD BOX
ନୂଆଦିଲ୍ଲୀ/ମସ୍କଟ୍: ଓମାନ ଉପକୂଳ ନିକଟରେ ସୋମବାର ଏକ ଭାରତୀୟ ପତାକାଧାରୀ ମାଲବାହୀ ଜାହାଜ ଉପରେ ଆକାଶମାର୍ଗରୁ ଆକ୍ରମଣ ଏକ ଅଜ୍ଞାତ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜାହାଜରେ ଥିବା ୧୪ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେନ୍ଦ୍ର ପୋତ ପରିବହନ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋସିଆଲ ମିଡିଆ ''ଏକ୍ସ'' ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଭାରତୀୟ ଜାହାଜ ଉପରେ ଆକ୍ରମଣ
ମୃତ ନାବିକଙ୍କ ନାମ ଗାନ୍ଧାର ନାହିମ୍ ଅଜିଜ୍ ବୋଲି ଜଣାପଡ଼ିଛି, ଯାହାଙ୍କ ଘର ଗୁଜରାଟରେ। ସୋନୋୱାଲ କହିଛନ୍ତି ଯେ, ଭାରତୀୟ ଜାହାଜ ''ଏମଏସଭି ଅଲ୍ ଜୁସୁଫି'' ଉପରେ ଆକ୍ରମଣ ହେବା ପରେ ଓମାନ କୋଷ୍ଟଗାର୍ଡ ତୁରନ୍ତ ପହଞ୍ଚି ୧୩ ଜଣ ନାବିକଙ୍କୁ ଉଦ୍ଧାର କରିଛନ୍ତି। ମସ୍କଟସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଆହତ ତଥା ଉଦ୍ଧାର ହୋଇଥିବା ନାବିକଙ୍କ ସମେତ ସହିଦଙ୍କ ମୃତଦେହକୁ ଶୀଘ୍ର ସ୍ୱଦେଶ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି।
ପଶ୍ଚିମବଙ୍ଗରେ ଗୋ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୮ ଗିରଫ
ଆମେରିକା, ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଚାଲିଥିବା ଭୟଙ୍କର ସାମରିକ ସଂଘର୍ଷ ମଧ୍ୟରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ଏକ ଚିନ୍ତାଜନକ ବିଷୟ ହୋଇପଡ଼ିଛି। ଚଳିତ ବର୍ଷ ଫେବୃଆରୀ ୨୮ ରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସମୁଦ୍ର ମାର୍ଗରେ କାର୍ଗୋ ଓ ଟ୍ୟାଙ୍କର ଜାହାଜ ଉପରେ ହୋଇଥିବା ବିଭିନ୍ନ ଆକ୍ରମଣରେ ଏପର୍ଯ୍ୟନ୍ତ ୧୪ ଜଣ ନାବିକଙ୍କ ସମେତ ମୋଟ ୨୨ ଜଣ ଭାରତୀୟ ପ୍ରାଣ ହରାଇସାରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଆକ୍ରମଣକୁ କଡ଼ା ନିନ୍ଦା କରାଯିବା ସହ ଅନ୍ତର୍ଜାତୀୟ ଜଳସୀମାରେ ନାବିକମାନଙ୍କ ସୁରକ୍ଷା ପାଇଁ ବୈଶ୍ୱିକ ସହଯୋଗ ଆବଶ୍ୟକ ବୋଲି ଦାବି କରାଯାଇଛି।

1 hour ago
1


