Drinking Water: ବାତ୍ୟା ପରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ତତ୍ପରତା: ୯୭.୫୮% ନଳକୂପର ମରାମତି ଓ ବିଶୋଧନ ଶେଷ

1 hour ago 1
ARTICLE AD BOX

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ସହ ଜଳ ଉତ୍ସଗୁଡ଼ିକର ମରାମତି ଓ ବିଶୋଧନ କାର୍ଯ୍ୟକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରଭାବିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।

୩ ନଭେମ୍ବର ୨୦୨୬ ସୁଦ୍ଧା ଏହି ତିନି ଜିଲ୍ଲାରେ ପ୍ରଭାବିତ ହୋଇଥିବା ମୋଟ ୪,୭୨୨ଟି ନଳକୂପ ମଧ୍ୟରୁ ୪,୬୦୮ଟିର ମରାମତି ଓ ବିଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହା ମୋଟ ପ୍ରଭାବିତ ନଳକୂପର ୯୭.୫୮ ପ୍ରତିଶତ। ସେହିପରି ପ୍ରଭାବିତ ୪୦୨ଟି ଗ୍ରାମୀଣ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୨୭୫ଟିର ପୁନରୁଦ୍ଧାର ଓ ବିଶୋଧନ କାର୍ଯ୍ୟ ଶେଷ ହୋଇଛି। ଏହା ମୋଟ ପ୍ରଭାବିତ ପ୍ରକଳ୍ପର ୬୮.୪୧ ପ୍ରତିଶତ।

ପାନୀୟ ଜଳ ଯୋଗାଣ ପାଇଁ ୨୯୨ଟି ଜଳ ଟ୍ୟାଙ୍କର ନିୟୋଜିତ

ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ପାଇଁ ୨୯୨ଟି ଜଳ ଟ୍ୟାଙ୍କର ନିୟୋଜିତ କରାଯାଇଛି। ଏଥିମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨୩ଟି ଏବଂ ଆସିକା ପୌରାଞ୍ଚଳରେ ୭ଟି ଟ୍ୟାଙ୍କର ନିୟୋଜିତ ହୋଇଛି। ଏଥିସହ ୮୦ଟି ସିଣ୍ଟେକ୍ସ ଟ୍ୟାଙ୍କ ଏବଂ ୮୭ଟି ଡିଜି ସେଟ୍‌ ମଧ୍ୟ ନିୟୋଜିତ କରାଯାଇଛି।

ଜଳ ବିଶୋଧନ ଓ ବିକଳ୍ପ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୨ଟି ମୋବାଇଲ୍‌ ଜଳ ବିଶୋଧନ ୟୁନିଟ୍‌ ନିୟୋଜିତ ହୋଇଛି। ଏଥିମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଏବଂ ଆସିକା ପୌରାଞ୍ଚଳରେ ୧ଟି ୟୁନିଟ୍‌ ନିୟୋଜିତ ହୋଇଛି।

ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ପାନୀୟ ଜଳ ଯୋଗାଇଦେବା ପାଇଁ ଏଯାବତ୍‌ ୪ ଲକ୍ଷ ୫୫ ହଜାର ପ୍ୟାକେଟ୍‌ ପାଣି ବୋତଲ ଏବଂ ୩ ଲକ୍ଷ ୨୦ ହଜାର ପାଣି ପାଉଚ୍‌ ବଣ୍ଟନ କରାଯାଇଛି। ଏଥିସହ ଆବଶ୍ୟକତା ଅନୁଯାୟୀ ତୁରନ୍ତ ବଣ୍ଟନ ପାଇଁ ଅତିରିକ୍ତ ୪ ଲକ୍ଷ ୩ ହଜାର ପ୍ୟାକେଟ୍‌ ପାଣି ବୋତଲ ମହଜୁଦ ରଖାଯାଇଛି। ଏହାସହ ସମସ୍ତ ପାନୀୟ ଜଳ ଉତ୍ସର ବିଶୋଧନ କାର୍ଯ୍ୟ ଜାରି ରହିଛି।

Cattle Smuggling Gang: ପଶ୍ଚିମବଙ୍ଗରେ ଗୋ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୮ ଗିରଫ, ୬ଟି କାର୍ ଜବତ; ୭ ଜଣ ଝାଡ଼ଖଣ୍ଡର

ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର ଓ ନିରାପଦ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପାନୀୟ ଜଳ ନିର୍ଦ୍ଦେଶକ ବିନୀତ ଭାରଦ୍ୱାଜ ପ୍ରଭାବିତ ଅଞ୍ଚଳରେ ରହି ସ୍ଥିତିର ସମୀକ୍ଷା କରିବା ସହ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ତ୍ୱରିତ ମରାମତି, ଜଳ ଉତ୍ସର ବିଶୋଧନ ଏବଂ ଜରୁରୀକାଳୀନ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ସହ ଜଳ ଯୋଗାଣ ବ୍ୟବସ୍ଥାର ପୂର୍ଣ୍ଣ ପୁନରୁଦ୍ଧାର ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଏହି ତତ୍ପରତା ଜାରି ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.