Metro train: ମେ ସୁଦ୍ଧା ବୁଲେଟ୍ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ

1 week ago 8
ARTICLE AD BOX

ନୂଆଦିଲ୍ଲୀ: ରେଳ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। ଦେଶର ପ୍ରଥମ ସ୍ୱଦେଶୀ ବୁଲେଟ୍ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ ନେଇ ବଡ଼ ଘୋଷଣା ହୋଇଛି। ଆସନ୍ତା ବର୍ଷ ମେ କିମ୍ବା ଜୁନ୍ ମାସ ସୁଦ୍ଧା ଏହି ହାଇସ୍ପିଡ୍ ଟ୍ରେନ୍‌ର ପରୀକ୍ଷଣ ଆରମ୍ଭ ହେବ। ଗୁଜରାଟର ବଡ଼ୋଦରାରେ ଆୟୋଜିତ ‘ନମୋ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ପ୍ରାୟ ୨ ରୁ ୪ ମାସ ପର୍ଯ୍ୟନ୍ତ ଏହାର କଠିନ ପରୀକ୍ଷଣ କରାଯିବା ପରେ ସଫଳତା ମିଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ୨୦୨୭ ଶେଷ ସୁଦ୍ଧା ଏହା ସାଧାରଣ ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଉପଲବ୍ଧ ହେବ।

ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ହେଉଛି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ। ରେଳମନ୍ତ୍ରୀଙ୍କ କହିବାନୁଯାୟୀ, ନିକଟରେ ବୁଲେଟ୍ ଟ୍ରେନ୍‌ର ପ୍ରଥମ ବଡି ଫ୍ରେମ୍ ତିଆରି କାମ ଶେଷ ହୋଇଛି। ଏହାର ସୁରକ୍ଷା ଓ ଦୃଢତା ଯାଞ୍ଚ ପାଇଁ ଏହାକୁ ‘ସ୍କୁଇଜ୍ ଟେଷ୍ଟ’ ପାଇଁ ପଠାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଭଦୋଦରାରୁ ମୁମ୍ବାଇ ମାତ୍ର ଦେଢ଼ ଘଣ୍ଟାରେ ପହଞ୍ଚିଯିବ। ବର୍ତ୍ତମାନ ଏହି ରୁଟ୍‌ରେ ଯାତାୟାତ ପାଇଁ ବହୁତ ସମୟ ଲାଗୁଛି।

Metro train: ମେ ସୁଦ୍ଧା ବୁଲେଟ୍ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ

ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ସୁରଟରୁ ଭାପି ମଧ୍ୟରେ ଥିବା ରେଳ ଟ୍ରାକ୍‌ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଦ୍ରୁତ ଗତିରେ ଚାଲିଛି। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଏହି ସେକ୍ସନ୍‌ର କାମ ସମ୍ପୂର୍ଣ୍ଣ ହୋଇଯିବ। କୋଭିଡ୍ ମହାମାରୀ ସମୟରେ ପ୍ରକଳ୍ପ ପାଇଁ କିଛିଟା ପ୍ରତିବନ୍ଧକ ଆସିଥିଲା। କିନ୍ତୁ ୨୦୨୦ ପରଠାରୁ ଏହି ପ୍ରକଳ୍ପର କାର୍ଯ୍ୟ ବହୁ ଗୁଣା ବୃଦ୍ଧି ପାଇଛି। ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଅନ୍ୟାନ୍ୟ ରୁଟ୍‌ଗୁଡ଼ିକରେ ନିର୍ମାଣ କାର୍ଯ୍ୟକୁ ଆହୁରି ଦ୍ରୁତ କରାଯାଇଛି ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.