Mayurbhanj Kangaroo Court viral video: ଯୁବକ ଓ ବିବାହିତ ମହିଳାଙ୍କୁ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର, ଭିଡିଓ ଭାଇରାଲ ପରେ ପୁଲିସର ତନାଘନା

22 minutes ago 2
ARTICLE AD BOX

ବାରିପଦା:   ମୟୂରଭଞ୍ଜଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତରେ କଙ୍ଗାରୁ କୋର୍ଟର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେସ୍‌ ଆଲୋଡ଼ନ ସୃଷ୍ଟି କରିଛି। ଏକ ବିବାହିତା ମହିଳା ଓ ଯୁବକଙ୍କୁ ଗାଁ ପଞ୍ଚାୟତରେ ବିଚାର କରାଯାଇ ଦଣ୍ଡିତ କରାଯାଉଥିବା ଭିଡ଼ିଓକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। 

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ: ୨ ଦଳିତଙ୍କୁ ନିର୍ଧୁମ୍‌ ମାଡ଼, ଅଧାଲଣ୍ଡା କରି ଆଣ୍ଠୁରେ ଚଲାଇଲେ

ମିଳିଥିବା ସୂଚନା ଅନୁସାରେ, ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ଦୁଇ ସନ୍ତାନର  ବିବାହିତା ମହିଳାଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଉଭୟ କୌଣସି ଏକାନ୍ତ ସ୍ଥାନରେ ପରସ୍ପରକୁ ସାକ୍ଷାତ କରିଥିଲେ। ଏହା ଗାଁର କେତେକ ଯୁବକ ଦେଖି ସେମାନଙ୍କୁ କାବୁ କରି ଗଛରେ ବାନ୍ଧିଥିଲେ। 

କଙ୍ଗାରୁ କୋର୍ଟ: ଗାଁ ଦାଣ୍ଡରେ ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ଦେଲେ ସ୍ତ୍ରୀ, ସହଯୋଗୀ

ଗାଁରେ ପଞ୍ଚାୟତ ବସାଇ ଜେରା କରିବା ସହ ନିର୍ଯାତନା ଦେଇଥିଲୋ ଦୀର୍ଘ ଦୁଇ ଦିନ ଧରି ସେମାନଙ୍କୁ ଏଭଳି ଅଟକ ରଖାଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ ରେକର୍ଡ କରି ଭାଇରାଲ କରି ଦେଇଥିଲେ। ଏସପି ବରୁଣ ଗୁଣ୍ଠ ପାଳିଙ୍କ ନିର୍ଦ୍ଦେଶ ମତେ ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ଏନେଇ ଏକ ମାମଲା ରୁଜୁ କରି ପଞ୍ଚାୟତ ବସାଇଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.