Marriage proposal: ବିବାହ ପ୍ରସ୍ତାବର ସୁଅ ଛୁଟୁଛି, ଅଭିଜିତ୍‌ ଦୀପକେଙ୍କ ମା’ କହିଲେ- ପୁଅ ଆଗେ ସ୍ୱାବଲମ୍ବୀ ହେବାକୁ ଚାହୁଛି

4 days ago 3
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ବିରୋଧୀ ଆନ୍ଦୋଳନର ମୁଖ୍ୟ ଚେହେରା ତଥା କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏବେ ଆଉ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି। ଆନ୍ଦୋଳନ ପରେ ତାଙ୍କ ପାଇଁ ଲଗାତାର ବିବାହ ପ୍ରସ୍ତାବ ଆସୁଥିବା ତାଙ୍କ ମା’ ଅନୀତା ଦୀପକେ କହିଛନ୍ତି। ତେବେ ଅଭିଜିତ୍ ଏବେ ବିବାହ ଅପେକ୍ଷା ନିଜ ଶିକ୍ଷା ଓ ଆର୍ଥିକ ସ୍ୱାଧୀନତା ଉପରେ ଅଧିକ ଧ୍ୟାନ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ:Sarvodaya Sankalp Camp ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସର୍ବୋଦୟ ସଙ୍କଳ୍ପ ଶିବିର

ଅନୀତା ଦୀପକେ କହିଛନ୍ତି, ସିଜେପିର ନିଟ୍‌ ପେପର ଲିକ୍‌ ବିରୋଧୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅଭିଜିତ୍‌ଙ୍କ ପାଇଁ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ଆନ୍ଦୋଳନ ସମୟରେ ସେ ଜାତୀୟ ସ୍ତରରେ ପରିଚିତ ହେବା ପରେ ଏହି ପ୍ରସ୍ତାବର ସଂଖ୍ୟା ଆହୁରି ବଢ଼ିଛି। ଅଭିଜିତ୍‌ଙ୍କ ମା’ କହିଛନ୍ତି, ପରିବାର ପକ୍ଷରୁ ମଧ୍ୟ ପୁଅର ବିବାହ ନେଇ ଆଲୋଚନା କରାଯାଇଛି। ସେ ବୋଷ୍ଟନରେ ଥିବା ସମୟରେ ମଧ୍ୟ ଏହି ପ୍ରସଙ୍ଗରେ କଥା ହୋଇଥିଲା। କିନ୍ତୁ ଅଭିଜିତ୍ ଏହା ଉପରେ ବେଶି କିଛି କହିନଥିଲେ। ସେ ନିଜ ଭବିଷ୍ୟତ ନେଇ ନିଷ୍ପତ୍ତି ନିଜେ ନେବେ ବୋଲି ପରିବାର କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.