Mahua Moitra: "ସରକାରଙ୍କ ଆଗରେ କ୍ଷମା ମାଗନ୍ତୁ ନାହିଁ": ମାର୍କ ଜୁକରବର୍ଗଙ୍କ ସମର୍ଥନରେ ବାହାରିଲେ ମହୁଆ ମୈତ୍ରା

52 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ ପୋଷ୍ଟ କିଛି ସମୟ ପାଇଁ ବ୍ଲକ୍ ହୋଇ ରହିଯାଇଥିବା ଘଟଣାରେ ମେଟା ସଂସଦୀୟ କମିଟି ଆଗରେ କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିବା ପରେ, ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସମର୍ଥନରେ ବାହାରିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରା। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ'' ରେ ପୋଷ୍ଟ କରି ମେଟାକୁ ସରକାରଙ୍କ ଆଗରେ ନିଜକୁ ବାଧ୍ୟ ଅନୁଭବ କରି କ୍ଷମା ନ ମାଗିବାକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଔଷଧ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ: ଚାନ୍ଦିପୁରା ନେଲାଣି ୨୨ପିଲାଙ୍କ ଜୀବନ

ମହୁଆ ଲେଖିଛନ୍ତି, "ହେଲୋ ମାର୍କ, ଦୟାକରି କାହାରି ଆଗରେ ନିଜକୁ ବାଧ୍ୟ ଅନୁଭବ କରି କ୍ଷମା ମାଗନ୍ତୁ ନାହିଁ। ଭାରତ ସରକାର ସବୁବେଳେ ନାଗରିକମାନଙ୍କୁ ଭୟଭୀତ କରୁଛନ୍ତି ଏବଂ ନିଜ ସମାଲୋଚନାମୂଳକ କଣ୍ଟେଣ୍ଟକୁ ନିଜ ଇଚ୍ଛାମୁତାବକ ହଟାଇ ଦେଉଛନ୍ତି। ଗୋଟିଏ ଭିଡିଓ ଭୁଲବଶତଃ କିଛି ଘଣ୍ଟା ପାଇଁ ହଟିଯିବା ଦ୍ୱାରା ଆକାଶ ଛିଣ୍ଡି ପଡ଼ିନାହିଁ।"
ସୂଚନାଯୋଗ୍ୟ ଯେ, ଭାଜପା ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ମେଟା, ଗୁଗୁଲ୍, ଏକ୍ସ ଏବଂ ସ୍ନାପଚାଟର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ହଟାଯିବା ନେଇ ମେଟା ପକ୍ଷରୁ ବୈଷୟିକ ତ୍ରୁଟି ବୋଲି କୁହାଯାଇଥିଲେ ହେଁ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହାକୁ ଅପର୍ଯ୍ୟାପ୍ତ ବୋଲି ଦର୍ଶାଇଥିଲା। କମିଟିର ସଦସ୍ୟମାନେ ମେଟାର କଣ୍ଟେଣ୍ଟ ମୋଡରେସନ୍ ନୀତି ଏବଂ ଆଲଗୋରିଦମ୍ ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇବା ସହ କେବଳ କ୍ଷମାପ୍ରାର୍ଥନା ଯଥେଷ୍ଟ ନୁହେଁ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସିଆରପିଏଫ୍ କ୍ୟାମ୍ପରେ ୨ ସହଯୋଗୀଙ୍କୁ ଗୁଳିକରି ହତ୍ୟା ପରେ ଆତ୍ମହତ୍ୟା କଲେ ଏଏସଆଇ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.