Maatrubhumi 11 Rupees Ticket: ମାତ୍ର ୧୧ ଟଙ୍କାରେ ଦେଖିପାରିବେ ସଲମାନ ଖାନଙ୍କ ‘ମାତୃଭୂମି’! ଭାଇଜାନଙ୍କ ଘୋଷଣା ଜିତିଲା ଦର୍ଶକଙ୍କ ହୃଦୟ

5 days ago 2
ARTICLE AD BOX

ମୁମ୍ବାଇ: ବଲିଉଡ୍ଅଭିନେତା ସଲମାନ ଖାନ ନିଜ ପ୍ରଶଂସକ, ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ନିଶ୍ଚିତ ଭାବେ ଦର୍ଶକଙ୍କ ମନ ଜିଣିବ। ସଲମାନ ଖାନ ଖୁବ୍‌ଶୀଘ୍ର ନିଜ ଅଭିନୀତ ଫିଲ୍ମ ‘ମାତୃଭୂମି: ମେ ୱାର ରେଷ୍ଟ ଇନ୍ ପିସ୍’ (Maatrubhumi: May War Rest in Peace) ସହ ବକ୍ସ ଅଫିସ୍‌କୁ ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର ଟ୍ରେଲର ଲଞ୍ଚ୍‌ କାର୍ଯ୍ୟକ୍ରମରେ ଭାଇଜାନ ଏକ ବଡ଼ ଘୋଷଣା କରିଛନ୍ତି। ୭୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠନାଗରିକମାନେ ମାତ୍ର ୧୧ ଟଙ୍କାର ଶଗୁନ ଦେଇ ଏହି ଫିଲ୍ମ ଦେଖିପାରିବେ ବୋଲି ସେ କହିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା ବେଳେ ସଲମାନ କହିଥିଲେ, “୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକେଟ୍ ମୂଲ୍ୟ ୧୧ ଟଙ୍କା ରଖାଯାଇଛି।” ତେଣୁ ଆପଣଙ୍କ ଜେଜେବାପା, ଜେଜେମାଆ କିମ୍ବା ଅଜା, ଆଈ ଯଦି ସଲମାନଙ୍କ ପ୍ରଶଂସକ, ତେବେ ସେମାନଙ୍କ ସହ ଫିଲ୍ମ ଦେଖିବାର ଯୋଜନା କରିପାରିବେ।

‘ମାତୃଭୂମି’ ଫିଲ୍ମ ବିଳମ୍ବକୁ ନେଇ କ’ଣ କହିଲେ ସଲମାନ?

ଫିଲ୍ମର ଟ୍ରେଲର ଲଞ୍ଚ୍‌ କାର୍ଯ୍ୟକ୍ରମରେ ସଲମାନ ଖାନ ‘ମାତୃଭୂମି’ର ରିଲିଜ୍ ବିଳମ୍ବ, କିଛି ଦୃଶ୍ୟର ପୁନଃ ସୁଟିଂ ଏବଂ ସରକାରୀ ଅନୁମତି ମିଳିବାରେ ସମସ୍ୟା ଥିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ନିଜର ମତ ରଖିଥିଲେ।

ସେ କହିଥିଲେ, ଏସବୁ କଥା ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ। ଆମେ ଏହି ଫିଲ୍ମଟି ସୈନିକ ଏବଂ ସେମାନଙ୍କ ପରିବାରକୁ ନେଇ ନିର୍ମାଣ କରିଛୁ। ସେମାନେ କେଉଁ ପରିସ୍ଥିତି ଦେଇ ଗତି କରନ୍ତି, ତାହା ଏଥିରେ ଦର୍ଶାଯାଇଛି। ଏଥିରେ କୌଣସି ନକାରାତ୍ମକ ଶକ୍ତି ନାହିଁ, କେବଳ ପରିସ୍ଥିତି ନକାରାତ୍ମକ ରହିଛି।

ଗଲୱାନର ବୀର ଯବାନଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ

ପୂର୍ବରୁ ଏହି ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗଲୱାନ’ ନାମରେ ରିଲିଜ୍ ହେବାର ଯୋଜନା ଥିଲା। ଜୁନ୍ ୨୦୨୦ରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଐତିହାସିକ ଗଲୱାନ ଘାଟି ସଂଘର୍ଷ (Galwan Valley Clash) ଘଟଣାରୁ ଏହି ଫିଲ୍ମର କାହାଣୀ ପ୍ରେରିତ।

ଫିଲ୍ମରେ ସଲମାନ ଖାନ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଭୂମିକାରେ ନଜର ଆସିବେ। ଗଲୱାନ ଘାଟିରେ ଚୀନ୍ ସୈନିକଙ୍କ ବିରୋଧରେ ସେ ଭାରତୀୟ ଯବାନଙ୍କ ନେତୃତ୍ୱ ନେଇଥିଲେ। ଏହି ଫିଲ୍ମ ଆସନ୍ତା ଡିସେମ୍ବର ୪ ତାରିଖରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏବେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି।

Police Raid: ଭୁବନରେ ବେଆଇନ ବାଣ ଦୋକାନ ଉପରେ ପୁଲିସ ଚଢ଼ାଉ: ୩୩ ପ୍ରକାର ବାଣ ଜବତ; ୪ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.