ARTICLE AD BOX
ପୁରୀ: ମୂଳ ପୀଠ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସରିଥିବା ବେଳେ ଇସ୍କନ ଅ-ତିଥିରେ ରଥଯାତ୍ରା ଜାରି ରଖି ନିଜ ଜିଦ୍ରେ ଅଟଳ ରହିଛି। ଅଗଷ୍ଟ ୨ ତାରିଖରେ ଅମାନିଆ ଇସ୍କନ ପୁନର୍ବାର ଆମେରିକା କାଲିଫର୍ଣ୍ଣିଆସ୍ଥିତ ଲସ୍ ଏଞ୍ଜେଲସ୍ରେ ରଥଯାତ୍ରା ଆୟୋଜନ କରି ପୁଣି ମୂଳ ପୀଠର ପରମ୍ପରାକୁ ଅବମାନନା କରିଛି। ଇସ୍କନ ଅ-ତିଥିରେ ରଥଯାତ୍ରା ଆୟୋଜନ କରିବା ନେଇ ପୂର୍ବରୁ ସୂଚନା ପାଇ ସେଠାରେ ଓଡ଼ିଆ ଜଗନ୍ନାଥପ୍ରେମୀ ପ୍ରତିବାଦ କରିଥିଲେ। ଶହେରୁ ଅଧିକ ଓଡ଼ିଆଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଇ-ମେଲ ଜରିଆରେ ଇସ୍କନ ବାର୍କେଲେ ମନ୍ଦିରର ସଭାପତି ଜଗନ୍ନାଥ ସ୍ବାମୀ ଦାସଙ୍କୁ ପଠାଯାଇଥିଲା। ଜଗନ୍ନାଥ କଲଚରାଲ୍ ଓ ଏଜୁକେସନାଲ୍ ସେଣ୍ଟର, କାଲିଫର୍ଣ୍ଣିଆର ସଭାପତି ଡ. ସୂର୍ଯ୍ୟ ପଟ୍ଟନାୟକଙ୍କ ଜରିଆରେ ଜୁଲାଇ ୨୦ ତାରିଖରେ ଚିଠ କରାଯାଇଥିଲା।
Greater Rourkela: ବୃହତ୍ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍ ରିଂ ରୋଡ୍ ପାଇଁ ୩ଟି ନକ୍ସା ପ୍ରସ୍ତୁତ
ମାତ୍ର ଇସ୍କନ ଶାଖା ଏହାକୁ ଅମାନ୍ୟ କରି ମନଇଚ୍ଛା ଗତକାଲି ଲସ୍ ଏଞ୍ଜେଲସ୍ରେ ରଥଯାତ୍ରା ପାଳନ କଲେ। ଏହି ଅବସରରେ ସେଠାରେ ରହୁଥିବା ଓଡ଼ିଆମାନେ ଯୋଗ ନଦେଇ ପ୍ରତିବାଦ କରିଥିଲେ। ଡ. ସୂର୍ଯ୍ୟ ପଟ୍ଟନାୟକ କହିଛନ୍ତି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କ ମାଧ୍ୟମରେ ଇସ୍କନ ପଶ୍ଚିମବଙ୍ଗ ମେଦିନପୁରର ମୁଖ୍ୟ ଶାଖା ସହ ଯେ ପର୍ଯ୍ୟନ୍ତ ଏ ନେଇ ଆଲୋଚନା ନ ହୋଇଛି, ସେ ପର୍ଯ୍ୟନ୍ତ ଏଥିରେ ସମ୍ପୂର୍ଣ୍ଣ ରୋକ ଲାଗିବା ଭଳି ସମ୍ଭାବନା ଦେଖାଯାଉ ନାହିଁ। ତେଣୁ ତୁରନ୍ତ ଏଥିରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଇସ୍କନକୁ ମନମାନୀ ନକରିବାକୁ ନିର୍ଦ୍ଦେଶ ଦେବାକୁ ସମଗ୍ର ବିଶ୍ବରେ ଥିବା ଜଗନ୍ନାଥପ୍ରେମୀ ଚାହୁଛନ୍ତି ବୋଲି ସେ କହିଛନ୍ତି। ନିକଟରେ ଦିଲ୍ଲୀରେ ଥିବା ଓଡ଼ିଆ ଫୋରମ୍ ରାଷ୍ଟ୍ରପତିଙ୍କୁ ଏ ସଂକ୍ରାନ୍ତରେ ଭେଟି ଏଥିରେ ରୋକ୍ ଲଗାଇବା ଲାଗି ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ। ଇସ୍କନ ବାଙ୍ଗାଲୁରୁ ମଧ୍ୟ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଗଜପତି ମହାରାଜଙ୍କ ମତକୁ ସମ୍ମାନ ଏବଂ ଶାସ୍ତ୍ରୀୟ ବିଧି ବିଧାନକୁ ଅନୁକରଣ କରି ରଥଯାତ୍ରା ଆୟୋଜନ କରାଯିବ ବୋଲି ଜଣାଇଥିଲେ।
Health: ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଫାର୍ମାସିଷ୍ଟ ଭରସାରେ ଚିକିତ୍ସା

2 hours ago
1


