ARTICLE AD BOX
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସେବାୟତ ନିଯୋଗ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ପ୍ରଭାବିତ ହୋଇଛି। ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁ ଗତକାଲି ରାତି ପ୍ରାୟ ୧୧ଟାରୁ ଠାକୁରଙ୍କ ଶୟନ ନୀତି ହୋଇନାହିଁ। ଠାକୁର ରାତିତମାମ ଉପବାସ ସହ ଆଜି ଦିନତମାମ ନୀତି ବନ୍ଦ ରହିଥିଲା। ଫଳରେ ମହାପ୍ରଭୁଙ୍କ ଭୋଗରାଗ ଓ ଅନ୍ୟ ନୀତି ପ୍ରଭାବିତ ହୋଇଥିଲା। କାଲି କନ୍ୟା ସଂକ୍ରାନ୍ତି ଯାହା ଠାକୁରଙ୍କ ପ୍ରଥମ ଦିନ ବା ବର୍ଷର ପ୍ରଥମ ଖଟଣି। ପଞ୍ଚବକ୍ର ବିଜେ ନୀତିକୁ ନେଇ ଉପୁଜିଥିବା ବିବାଦ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଗତକାଲି ଅନୁରୋଧ କରିଥିଲେହେଁ ଏହାକୁ କେହି କର୍ଣ୍ଣପାତ କରିନଥିଲେ। ପୁଣି ଆଜି ପୂର୍ବାହ୍ଣରେ ବୈଠକ କରିଥିଲେ ହେଁ ସମାଧାନ ହୋଇପାରିନଥିଲା। ତେବେ ଅପରାହ୍ଣରେ ପୁର୍ନବାର ବୈଠକ ପରେ ସନ୍ଧ୍ୟାରେ ମହାସ୍ନାନ ପରେ ପୁର୍ନବାର ନୀତି ହୋଇଥିଲା।
Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
ପଞ୍ଚବକ୍ର ବିଜେକୁ ନେଇ ପୂଜାପଣ୍ଡା-ବ୍ରାହ୍ମଣ ନିଯୋଗ ବିବାଦ
ନୀତିକାନ୍ତି ବନ୍ଦ, ଭକ୍ତ ନିରାଶ, ଏଡିଏମ୍ଙ୍କ ଅଧ୍ୟକ୍ଷତାରେ ବୈଠକ
କ’ଣ ପଞ୍ଚବକ୍ର ବିଜେ-ପଞ୍ଚବକ୍ର ଆଳତି
ବଡ଼ସିଂହାର ପରେ ଦକ୍ଷିଣୀ ଘରୁ ପଞ୍ଚବକ୍ର ପ୍ରତିମାଙ୍କୁ ଆଣି ଆଡ଼କାଠ ବାହାରେ ପାଳିଆ ସେବକ ବିଜେ କରାନ୍ତି। ଠାକୁରଙ୍କଠାରୁ ଆଜ୍ଞାମାଳ ଆଣି ପ୍ରତିମାଙ୍କୁ ପ୍ରଦାନ କରାଯାଏ। ସେଠାରୁ ପଞ୍ଚବକ୍ରଙ୍କୁ ପୂର୍ବଦିଗଗାମୀ କରାଇ ନାଟ ମନ୍ଦିରରେ କାଠଡମ୍ବରୁ ଉପରେ ପୂଜାପଣ୍ଡା ସେବକ ବସାନ୍ତି। ସେଠାରେ ତାଙ୍କୁ ଦୁଇଟି କୋରା ଭୋଗ କରାଯାଏ ଓ ବିଡ଼ିଆ ଲାଗି ହୁଏ। ତା’ପରେ ଆଳତି କରି ପୁଷ୍ପାଞ୍ଜଳି ଦିଆଯାଏ। ଇତି ମଧ୍ୟରେ ପାଳିଆବଡୁ ଓ ପତ୍ରୀ ଖଟଶେଯ ନେଇ ଖଣ୍ଡଗିରି ପିଣ୍ଡି ଉପରେ ରଖିଥାନ୍ତି। ପୂଜାପଣ୍ଡା ଡମ୍ବରୁ ଉପରୁ ପଞ୍ଚବକ୍ରଙ୍କୁ ବିଜେ କରାଇ ପାହାଡ଼ା ଉପରେ ଚାଲି ପ୍ରତିମାଙ୍କୁ ଖଟଶେଯ ଉପରେ ବସାନ୍ତି। ଏହା ପରେ ଭେଟ ଆଳତି ହୁଏ ଏବଂ ପ୍ରତିମାଙ୍କୁ ପୁନଶ୍ଚ ଦକ୍ଷିଣ ଘରକୁ ନେଇ ନିଜ ଆସ୍ଥାନରେ ସ୍ଥାପିତ କରାଯାଏ।
ବୈଠକ ପରେ ସମାଧାନ
ପରିସ୍ଥିତିର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ମନ୍ଦିର ପରିଚାଳନା ବୋର୍ଡ, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ସମ୍ପୂର୍ଣ୍ଣ ସହମତି ହୋଇପାରିନଥିଲା। ପରେ ବୈଠକ କରି ସନ୍ଧ୍ୟାରେ ମହାସ୍ନାନ ପରେ ନୀତି ଆରମ୍ଭ ହୋଇଥିଲା।
Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସିଗ୍ନେଚର୍ସ’
ବାରମ୍ବାର ହେଉଛି ନୀତି ବନ୍, ସ୍ଥାୟୀ କାର୍ଯ୍ୟନିର୍ବାହୀ ଓ ସ୍ବତ୍ବଲିପି ନଥିବାରୁ ହୋଇପାରୁନି ସମାଧାନ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ସେବା ବିବାଦ ହେଉ କି ହାଣ୍ଡିଭଙ୍ଗା ଯାତ କିମ୍ବା ମହାପ୍ରଭୁଙ୍କର ମୂଲ୍ୟବାନ ଜମି ଜବରଦଖଲ ଯୋଗୁ ବାରମ୍ବାର ନୀତି ବନ୍ଦ ହେଉଛି। ଦିନତମାମ ନୀତି ବନ୍ଦ ହୋଇ ରହୁଛି। ଛୋଟବଡ଼ ଘଟଣାକୁ ମିଶାଇ ପ୍ରତିବର୍ଷ ୨୦ରୁ ୨୫ଥର ନୀତି ବନ୍ଦ ହେଉଛି। ମନ୍ଦିରର ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନଥିବାରୁ ଓ ସ୍ବତ୍ବଲିପି ହୋଇନଥିବାରୁ ଏପରି ବିବାଦ ଉପୁଜୁଛି ବୋଲି ସ୍ଥାନୀୟ ବାସିନ୍ଦା ଓ ମୁରବୀମାନେ କହିଛନ୍ତି। ଗତ ଏପ୍ରିଲ ୩ତାରିଖ ଶ୍ରାବଣ ପ୍ରଥମ ସୋମବାର ପୂଜାପଣ୍ଡା ଓ ବଡ଼ୁ ନିଯୋଗକୁ ନେଇ ବିବାଦ ଉପୁଜିଥିଲା। ହଜାର ହଜାର କାଉଡ଼ିଆ ପାଣି ଲାଗି କରିବାକୁ ମନ୍ଦିର ଆଗରେ ଧାଡ଼ିବାନ୍ଧିଥିବା ବେଳେ ଶ୍ରାବଣ ପାଉଣା ବଣ୍ଟାକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମଙ୍ଗଳ ଆଳତି ନହୋଇ ଠାକୁରଙ୍କୁ ଅବକାଶ କରାଯାଇ ସାହାଣମେଲା ଦର୍ଶନ ଓ ପାଣିଲାଗି ଆରମ୍ଭ ହୋଇଥିଲା।
୨୦୧୫ରୁ ପ୍ରତିବର୍ଷ ହାଣ୍ଡିଭଙ୍ଗା ଯାତ ଦିନ ହେଉଛି ନୀତି ବନ୍ଦ
ଏହାର ସୂତ୍ରପାତ ହୋଇଥିଲା କପିଳେଶ୍ବର ମନ୍ଦିରରୁ। ୨୦୧୫ ମସିହା ଅଁଳା ନବମୀ ତିଥିରେ କପଳନାଥ ମନ୍ଦିରରେ ଦୁଇ ସେବାୟତଙ୍କ ବିବାଦ ଆରମ୍ଭ ହୋଇଥିଲା। ଅଁଳା ନବମୀ ତିଥିରେ କପିଳନାଥ ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଯୋଗୁ ଶ୍ରୀଲିଙ୍ଗରାଜ କପିଳେଶ୍ବର ମନ୍ଦିରକୁ ଯାତ୍ରା କରିପାରନ୍ତି ନାହିଁ। ହେଲେ ୨୦୧୫ମସିହାରୁ ହାଣ୍ଡିଭଙ୍ଗା ତିଥିରେ ନୀତି ବନ୍ଦ ସହ ଠାକୁର ଉପବାସରେ ରୁହନ୍ତି। ସେହିପରି ଅକ୍ଟୋବର ୩୦ତାରିଖରେ ନିଅଂଶ ପାଳିକୁ ନେଇ ୭ଅଗଷ୍ଟରେ ପଇତା ଲାଗିକୁ ନେଇ ଏପରି ଅନେକ ଭଲ ଦିନରେ ନୀତି ବନ୍ଦ ହେବାର ନଜିର ରହିଛି।
Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର
୨ବର୍ଷ ହେଲା ଚାଲିଛି ମକର ସଂକ୍ରାନ୍ତି ଓ ପୂର୍ବଦିନ ନୀତି ବନ୍ଦ
ଗତ ମକର ସଂକ୍ରାନ୍ତି ଓ ଏହାର ପୂର୍ବ ଦିନ ପରି ଗତବର୍ଷ ମଧ୍ୟ ମକର ସଂକ୍ରାନ୍ତି ପୂର୍ବ ଦିନ ଘୃତ ପ୍ରସ୍ତୁତ ଓ କ୍ଷୀର ଗରମ କରିବା ପାଇଁ ଆୟୋଜନ କରାଯାଇଥିଲା। ଏଥି ପାଇଁ ସାମନ୍ତରାୟ ୩ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ୩ ପରିବାର ମଧ୍ୟରୁ ଜଣେ ସେବାୟତ କ୍ଷୀର ଆଣିବା ପରେ ମକର ମଣ୍ଡପରେ ବ୍ରାହ୍ମଣ ନିଯୋଗ ସେବାୟତ (ପର୍ବଯାତ୍ରୀ ବିଷୋୟୀ ସେବାୟତ) ଏହାକୁ ଫୁଟାଇଥାନ୍ତି। ତେବେ ସେଠାରେ ସାମନ୍ତରାୟ ସେବାୟତ ଏହାକୁ ଫୁଟାଇବାକୁ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ଥ ବଡ଼ୁ କହିଥିଲେ। ଏହାର ପରମ୍ପରା ନାହିଁ, ପର୍ବଯାତ୍ରୀ ବିଷୋୟୀ ଏହି କାର୍ଯ୍ୟ କରନ୍ତି ବୋଲି ଉପସ୍ଥିତ ବ୍ରାହ୍ମଣ ନିଯୋଗର ସେବାୟତମାନେ କହିଥିଲେ। ଫଳରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ଓ ବଡ଼ୁ ନିଯୋଗ ସମ୍ପାଦକଙ୍କ କଥା କଟାକଟି ପରେ ବଡ଼ୁ ନିଯୋଗ ସାମନ୍ତରାୟ ସେବାୟତ କ୍ଷୀରକୁ ନେଇ ପଳାଇଥିଲେ। ଫଳରେ ନୀତି ବନ୍ଦ ରହିବା ସହ ଠାକୁର କାକରରେ ପଡ଼ି ରହିଲେ। ତହିଁ ଆରଦିନ ଘୃତ କମଳ ପ୍ରସ୍ତୁତ ହୋଇପାରି ନଥିବାରୁ ମକର ନୀତି କରିବା ପରମ୍ପରା ଭଙ୍ଗ ବୋଲି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଥିଲା। ଯାହା ଫଳରେ ତହିଁ ଆରଦିନ ମଧ୍ୟ କୌଣସି ନୀତି ହୋଇନଥିଲା।
ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଆସିଲେ ସୁଧୁରିବ
ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଆସିଲେ ସମସ୍ୟା ସୁଧୁରିବ ବୋଲି ସଭିଁଏ ଦୃଢ଼ୋକ୍ତି କରିଛନ୍ତି। ୩ ନିଯୋଗର ସଭାପତି ଓ ସମ୍ପାଦକଙ୍କ ମତ ସ୍ବତନ୍ତ୍ର ଆଇନ ଆସିଲେ ସବୁ ସମସ୍ୟା ସୁଧୁରିବ। ତେବେ ସେବାୟତଙ୍କ ସହ ଆଲୋଚନା କରି ଆଇନ ପ୍ରଣୟନ ହେବା ଉଚିତ। ସ୍ବତନ୍ତ୍ର ଆଇନ ଆସିଲେ ଆଉ ସମସ୍ୟା ଦେଖାଦେବନି।

15 minutes ago
2


