Long live life: ଜୀବନ ଜିନ୍ଦାବାଦ୍‌: ହାତ ନ ଥ‌ାଇ ବି ଅନ୍ନଦାତା!

1 week ago 6
ARTICLE AD BOX

ଶାରୀରିକ ଅକ୍ଷମତା କେବେ ବି ବାଧା ହୋଇପାରେନା। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏକଥା ବାରମ୍ବାର ପ୍ରମାଣିତ ହୋଇଛି ଏବଂ ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ପଶ୍ଚିମବଙ୍ଗର ସୁଲଭ। ଥରେ ରାସ୍ତାରେ ଯାଉଥିବା ବେଳେ ସେ ଦେଖିଲେ କିଛି ପିଲା ଆହାର ଆଶାରେ ଡଷ୍ଟ୍‌ବିନ୍‌ ଉଣ୍ଡାଳୁଛନ୍ତି। ଏ ଦୃଶ୍ୟ ଦେଖି ସେ ଏମିତି ବିଚଳିତ ହୋଇଗଲେ ଯେ ବାସ୍ତୁହରା ଭୋକିଲାଙ୍କ ପାଇଁ କିଛି କରିବା ଲାଗି ସ୍ଥିରକଲେ। ହଠାତ୍‌ ମନକୁ ଆସିଲା- ବହୁ ଲୋକ ଭୋକିଲା ଶୋଉଥିବା ବେଳେ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବାନୁଷ୍ଠାନରେ ବଳକା ଆହାର ଫିଙ୍ଗି ଦିଆଯାଉଛି। ଏ ଭାବନା ଶେଷରେ ତାଙ୍କୁ ‘ରୋଟି ବ୍ୟାଙ୍କ୍‌’ ଗଠନ କରିବାକୁ ପ୍ରେରିତ କଲା। ଉତ୍ସବାନୁଷ୍ଠାନରୁ ବଳକା ଖାଦ୍ୟ ସଂଗ୍ରହ କରି ସେ ଏହା ଜରିଆରେ ଭୋକିଲାମାନଙ୍କୁ ଆହାର ଯୋଗାଇଲେ।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

ପୁରୁଲିୟା ଅନ୍ତର୍ଗତ ଚୈବସା ରୋଡ୍‌ନିବାସୀ ସୁଲଭ ବୁଦ୍ଧିଆଙ୍କର ଜନ୍ମରୁ ଦୁଇ ହାତର ନିମ୍ନାଂଶ ନାହିଁ। ଜୀବନ ତାଙ୍କ ପ୍ରତି କ୍ରୂର ହେଲେ ବି କପାଳକୁ ନ ନିନ୍ଦି ସେ ସ୍ନାତକ ସମାପ୍ତ କରି ଛୋଟିଆ ଇଲେକ୍ଟ୍ରିକ୍‌ ସାମଗ୍ରୀ ଦୋକାନଟିଏ ଖୋଲିଛନ୍ତି। ସେଥିରୁ ହେଉଥିବା ଆୟରେ ସେ ପାଞ୍ଚପ୍ରାଣୀ କୁଟୁମ୍ବ ପୋଷନ୍ତି। ସୀମିତ ସମ୍ବଳ ପୁଣି ଘରେ ଅନେକ ଦାୟିତ୍ବ ଥାଇ ସୁଦ୍ଧା ସୁଲଭ ପ୍ରାୟ ଆଠବର୍ଷ ହେବ ‘ରୋଟି ବ୍ୟାଙ୍କ୍‌’ ଚଳାଇଛନ୍ତି। ନିଜ ଅଞ୍ଚଳରେ କେଉଁଠି ବିଭାଘର ବା ଭୋଜିଭାତ ହେଲେ ଅଥବା କୌଣସି ବଡ଼ ଉତ୍ସବ ହେଲେ, ସୁଲଭ ଆୟୋଜକମାନଙ୍କୁ ବଳକା ଖାଦ୍ୟଦ୍ରବ୍ୟ ନ ଫିଙ୍ଗିବାକୁ ଅନୁରୋଧ କରନ୍ତି। ଯଦି ସେସବୁ ଖାଇବାଯୋଗ୍ୟ ଅବସ୍ଥାରେ ଥାଏ, ତାହାକୁ ନେଇଆସନ୍ତି। ‘ରୋଟି ବ୍ୟାଙ୍କ୍‌’ ନାମରେ ସେ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ଟିଏ ବି ଗଠନ କରିଛନ୍ତି। ସେ ଗ୍ରୁପ୍‌ରେ ଲୋକେ ସୁଲଭଙ୍କୁ ଉତ୍ସବାନୁଷ୍ଠାନ ଉତ୍ତାରେ ବଳିପଡ଼ିଥିବା ଖାଦ୍ୟ ସଂକ୍ରାନ୍ତରେ ଜଣାନ୍ତି।

ସୁଲଭଙ୍କର ଦୈନନ୍ଦିନ ଗନ୍ତବ୍ୟ ହେଉଛି ସ୍ଥାନୀୟ ସରକାରୀ ମେଡିକାଲ୍‌ କଲେଜର ହସ୍‌ପିଟାଲ୍‌। ସେଠାରେ ଚିକିତ୍ସିତ ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନଙ୍କ ପରିବାର ଲୋକଙ୍କୁ ଜଗି ରହିବାକୁ ପଡ଼ିଥାଏ। ଆପଣାର ରୋଗୀମାନଙ୍କ ସେବାଯତ୍ନ କରୁଥିବାରୁ ନିଜ ପାଇଁ ଭୋଜନ ଯୋଗାଡ଼ କରିବା ସେମାନଙ୍କ ପକ୍ଷେ କ‌ଷ୍ଟକର ହୋଇପଡ଼େ। ସୁଲଭ ସେମାନଙ୍କୁ ସଂଗୃହୀତ ଖାଦ୍ୟ ମାଗଣାରେ ଦିଅନ୍ତି। ଡାକ୍ତରଖାନା ବାହାରେ ପ୍ରତୀକ୍ଷାରତ ପରିବାରଙ୍କ ପାଇଁ ମାଗଣା ଭୋଜନ ଆଶୀର୍ବାଦ ତୁଲ୍ୟ। ଏଥିଯୋଗୁଁ ସେମାନଙ୍କ ଖର୍ଚ୍ଚ କେତେକାଂଶରେ କମିଯାଏ। ଦୁର୍ଗତ ଲୋକଙ୍କୁ ସହାୟତା କରିବା ନିମନ୍ତେ ତାଙ୍କ ମାଆ ହିଁ ତାଙ୍କୁ ପ୍ରେରିତ କରିଥିଲେ। ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ବିନା ଏଭଳି କାର୍ଯ୍ୟ ଚାଲୁ ରଖିବା ତାଙ୍କ ପକ୍ଷେ ସମ୍ଭବ ହୁଅନ୍ତାନାହିଁ ବୋଲି ବି ସେ କହନ୍ତି। ଆବଶ୍ୟକ ବେଳେ ସୁଲଭଙ୍କ ସ୍ତ୍ରୀ ମିତାଲି ମୁର୍ମୁ ଭୋଜନ ରାନ୍ଧିବାରେ ତାଙ୍କୁ ସହଯୋଗ କରନ୍ତି। ସେ କହନ୍ତି- ମୋ ସ୍ବାମୀଙ୍କ କାର୍ଯ୍ୟରେ ମୁଁ ଗୌରବାନ୍ବିତ ମନେକରେ। ମୋର ଇଚ୍ଛା ସେ ଏ କାର୍ଯ୍ୟ ଚାଲୁରଖନ୍ତୁ।

Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ

ସୁଲଭ ମଧ୍ୟ ଆଶା କରନ୍ତି ଯେ ପୁରୁଲିୟା ଜିଲ୍ଲା ବାହାରେ ଥିବା ଅଧିକରୁ ଅଧିକ ବାନ୍‌କ୍ବେଟ୍‌ ହଲ୍‌, ମ୍ୟାରେଜ୍‌ ଭେନ୍ୟୁ ଓ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକରେ ଖାଦ୍ୟ ବଳିପଡ଼ିଲେ ସେମାନେ ‘ରୋଟି ବ୍ୟାଙ୍କ୍‌’ ସହିତ ଯୋଗାଯୋଗ କରନ୍ତୁ। ବାସ୍ତବ କଥା ହେଉଛି, ‘ରୋଟି ବ୍ୟାଙ୍କ୍‌’ ଚଳାଇ ରଖିବା ଲାଗି ସୁଲଭଙ୍କୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ତାଙ୍କ ଦୋକାନରୁ ହେଉଥିବା ଆୟ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସ୍ବେଚ୍ଛାକୃତ ଦାନ ଅର୍ଥରେ ‘ରୋଟି ବ୍ୟାଙ୍କ୍‌’ ପାଇଁ ଆବଶ୍ୟକ ଖର୍ଚ୍ଚ କରିବାକୁ ପଡୁଛି। ଆର୍ଥିକ ଅନଟନ ପଡୁ ପଛେ ‘ରୋଟି ବ୍ୟାଙ୍କ୍‌’ ଚଳାଇ ରଖିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବେ ବୋଲି ସୁଲଭ କହନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.