lightning death ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

5 hours ago 1
ARTICLE AD BOX

ଘଷିପୁରା: ଆଜି ମଧ୍ଯାହ୍‌ଣରେ ହୋଇଥିବା ଘଡ଼ଘଡ଼ି ବର୍ଷାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

lightning strike: ବଜ୍ରାଘାତରେ ପାଞ୍ଚ ଗୁରୁତର, ମେଡିକାଲରେ ଭର୍ତ୍ତି

ମଧ୍ୟାହ୍‌ଣରେ ହଠାତ୍ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।  ଫଳରେ ରାମଚନ୍ଦ୍ରପୁର ଥାନା ଖାଲଣା ଗାଁର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ରମାକାନ୍ତ ବେହେରା(୫୨) ନାମକ ବ୍ୟକ୍ତି ଧାନ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

Lightning Strikes ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୫ ମୃତ, ୧୦ଜଣ ଗୁରୁତର
ସେହିପରି ଖଲଣା ଗ୍ରାମର ଭଗବାନ ରାଉତ(୪୫) ମଧ୍ୟ କାମ କରୁଥିବା ବେଳେ ବଜ୍ରାଘାତରେ ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରୀ ବାମ୍ଫିଡି ଗ୍ରାମର ଅଙ୍କିତା ପାତ୍ର(୩୦) ମଧ୍ୟ ବଜ୍ରାଘାତରେ ଆହତ ହୋଇ ସାଇଁକୁଳ  ପରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାୟକୁ ପଠାଇ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.