Life is still colorful: ୬୦ ପରେ ବି ଜୀବନ ରଙ୍ଗିନ

1 week ago 9
ARTICLE AD BOX

ବୟସ କେବଳ ଏକ ସଂଖ୍ୟା, ଆଉ ରୁଚି ଅନୁସାରେ ବଞ୍ଚିବାର କୌଣସି ବୟସ ସୀମା ନଥାଏ। ଏହି କଥାକୁ ଆଜିର ଭାରତୀୟ ବରିଷ୍ଠ ନାଗରିକମାନେ ସତ୍ୟ ପ୍ରମାଣିତ କରୁଛନ୍ତି। ଜୀବନର ସାୟାହ୍ନରେ ପହଞ୍ଚି ଏକଲାପଣକୁ ଆପଣାଇ ନେବା ବଦଳରେ ନୂତନ ବନ୍ଧୁ ଖୋଜିବା ସହ ଜୀବନକୁ ଉପଭୋଗ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ୬୦ ବର୍ଷ ବୟସ୍କ ବ୍ୟକ୍ତିମାନେ ଜୀବନ ଜିଇବାର ନୂଆ ବାଟ ଖୋଜି ପାଇଛନ୍ତି। ନିକଟରେ ଗୋ‌ଟେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

ଅବସର ପରେ ପ୍ରାତଃଭ୍ରମଣ, ଅପରାହ୍‌ଣର ବୁଲା କିମ୍ବା ହ୍ୱାଟ୍‌ସ୍‌ଆପ୍‌ରେ କେବଳ ଗୁଡ୍‌ମର୍ଣ୍ଣିଂ ମେସେଜ୍ ପଠାଇବା ଭଳି ପୁରୁଣା ଅଭ୍ୟାସଗୁଡ଼ିକ ଏବେ ପଛରେ ପଡ଼ିଗଲାଣି। ଆଜିର ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତିମାନେ ନିଜର ସାମାଜିକ ପରିସରକୁ କେବଳ ପରିବାର ମଧ୍ୟରେ ସୀମିତ ନ ରଖି ଏକ ରୋମାଞ୍ଚକର ପରିବର୍ତ୍ତନ ଆଡ଼କୁ ଆଗେଇ ନେଉଛନ୍ତି। ବର୍ତ୍ତମାନ ବୟସ୍କମାନଙ୍କ ପାଇଁ ‘ତୃତୀୟ ସ୍ଥାନ’ର ଆବିର୍ଭାବ ହୋଇଛି। ଯାହା ଘର ଓ କାର୍ଯ୍ୟକ୍ଷେତ୍ର ବାହାରେ ଏକ ସ୍ୱତନ୍ତ୍ର ସାମାଜିକ ପରିବେଶ। ଏଠାରେ ସେମାନେ ନିଜ ଇଚ୍ଛାରେ ଏକାଠି ହୋଇ ଡ୍ୟାନ୍‌ସ ପାର୍ଟି, ଗେମିଂ ନାଇଟ୍‌ ଭଳି ବିଭିନ୍ନ କାର୍ଯ୍ୟକଳାପରେ ସମୟ ବିତାଉଛନ୍ତି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏହା ସିଲ୍‌ଭର୍‌ ଇକୋନୋମିକୁ ପ୍ରୋତ୍ସାହିତ କରୁଛି, ଯେଉଁଠାରେ ବୟସ୍କମାନେ ଜରୁରୀ ଜିନିଷ ସହ ଭ୍ରମଣ, ନୂତନ ଅଭିଜ୍ଞତା ଓ ସାମାଜିକୀକରଣ ପାଇଁ ମଧ୍ୟ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହି ପରିବର୍ତ୍ତନ ପଛରେ ମୁଖ୍ୟତଃ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ, ଅବସର ପରେ କାର୍ଯ୍ୟକ୍ଷେତ୍ରରୁ ବିରତି ନେବା ଓ ଦୈନନ୍ଦିନ ରୁଟିନ୍ ବଦଳିବା। ଦ୍ୱିତୀୟତଃ, ଏକାକୀତ୍ବକୁ ଦୂର କରିବା ଓ ସମମନସ୍କ ବନ୍ଧୁମାନଙ୍କ ସହ ସମୟ ବିତାଇବା। ଆଜିର ବରିଷ୍ଠ ନାଗରିକମାନେ ଜେନ୍‌-ଜି ଓ ମିଲେନିଆଲ୍‌ମାନଙ୍କ ଭଳି ଜୀବନକୁ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରୁଛନ୍ତି। ଏଥିସହିତ ନୂତନ ସାଥୀମାନଙ୍କ ସହ ଏକ ସୁନ୍ଦର ଜୀବନ ଅତିବାହିତ କରିବାକୁ ବି ପ୍ରସ୍ତୁତ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.