ARTICLE AD BOX
ଜୟପୁର(ଦେବାଶିଷ ସାହୁ): ଜୟପୁର ସହରାଞ୍ଚଳର ଏକ ଘରେ ଚଢ଼ାଉ କରି ଗୁଜରାଟର ସ୍ବତନ୍ତ୍ର ଟିମ୍, ଓଡ଼ିଶା ବନବିଭାଗର ମିଳିତ ଚଢ଼ାଉରେ ଏକ ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ଜୟପୁର କେନ୍ଦୁଗୁଡ଼ାସ୍ଥିତ ଜଳସମ୍ପଦ ବିଭାଗ କଲୋନୀର ବିଭୂତି ଭୂଷଣ ପାତ୍ର(୪୪)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଛାଲ ରଖିବାରେ ବ୍ୟବହୃତ ଏକ ବ୍ୟାଗ୍, ହ୍ୟୁଣ୍ଡାଇ କ୍ରେଟା କାର୍ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି।
/filters:format(webp)/sambad/media/media_files/2026/09/08/leopard-skin1-2026-09-08-18-34-47.jpeg)
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୭ ତାରିଖ ରାତି ପ୍ରାୟ ସାଢ଼େ ୮ଟାରେ ଗୁଜରାଟରୁ ଆସିଥିବା ସ୍ୱତନ୍ତ୍ର ଗୁଇନ୍ଦା ଟିମ୍ ଜୟପୁର ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ବାଘ ଛାଲ କାରବାର ଅଭିଯୋଗରେ ବିଭୂତିଙ୍କୁ କାବୁ କରାଯାଇଥିଲା। ପରେ ଜବତ ବାଘ ଛାଲ, କାର୍, ମୋବାଇଲ୍ ଫୋନ୍ ସହ ଅଭିଯୁକ୍ତଙ୍କୁ ଜୟପୁର ବନାଞ୍ଚଳ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ହୋଇଥିବା ଛାଲଟି ପୂର୍ଣ୍ଣାଙ୍ଗ ଓ ଶୁଖିଲା ଅବସ୍ଥାରେ ରହିଛି।
Leopard Found Dead ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ, ଗଛ ଉପରୁ ମୃତଦେହ ଉଦ୍ଧାର
ନାକଠାରୁ ଲାଞ୍ଜ ମୂଳ ପର୍ଯ୍ୟନ୍ତ ଏହାର ଲମ୍ବ ୧୪୧ ସେମି ଥିବା ବେଳେ ଲାଞ୍ଜର ଲମ୍ବ ୯୮ ସେମି। ଶରୀରର ସର୍ବାଧିକ ପ୍ରସ୍ଥ ୫୪ ସେମି, ମୁଣ୍ଡର ପ୍ରସ୍ଥ ୩୬ ସେମି, ଆଗ ଗୋଡ଼ର ଦୈର୍ଘ୍ୟ ୧୭୫ ସେମି ଏବଂ ପଛ ଗୋଡ଼ର ଦୈର୍ଘ୍ୟ ୧୭୨ ସେମି ରହିଥିବା ଜଣାପଡ଼ିଛି। ଛାଲର ବେକର ଡାହାଣ ପାର୍ଶ୍ୱରେ ଏକ କଣା ଚିହ୍ନ ମଧ୍ୟ ରହିଛି। ଏହି କଣା ଚିହ୍ନ ଶିକାର ସମୟରେ ଗୁଳି କିମ୍ବା ଧାରୁଆ ଅସ୍ତ୍ର ଆଘାତର ଚିହ୍ନ ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ଏହାର ପ୍ରକୃତ କାରଣ ଓ ଛାଲଟି କେଉଁଠାରୁ ଆସିଛି, ସେନେଇ ଅଧିକ ଯାଞ୍ଚ ଆବଶ୍ୟକ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ମାମଲାର ତଦନ୍ତ ଅଧିକାରୀ ତଥା ଏସିଏଫ୍ ଡ. ଅମିତ ନାୟକ ସୂଚନା ଦେଇ କହିଛନ୍ତି, ଘଟଣାରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଜବତ ଛାଲର ଉତ୍ସ, କେଉଁ ଅଞ୍ଚଳରେ କଲରାପତରିଆକୁ ଶିକାର କରାଯାଇଥିଲା ଏବଂ ଘଟଣା ପଛରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ଖୋଳତାଡ଼ କରାଯାଉଛି। ଏଥିସହ ଘଟଣାରେ ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାଚାଲାଣ ରାକେଟ୍ର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତର ଜାମିନ ଖାରଜ ହୋଇ ତାକୁ ଜେଲକୁ ନିଆଯାଇଛି।

1 week ago
7


