ARTICLE AD BOX
ମୋକ୍ବି: ଭାରତୀୟ କନିଷ୍ଠ ମହିଳା ଦଳ ଏଠାରେ ଚାଲିଥିବା ଏଏଚ୍ଏଫ୍ କନିଷ୍ଠ ଏସିଆ କପ୍ରେ ବିଜୟ ଜାରି ରଖିଛି। ପ୍ରଥମ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇଥିବା ଦୁଇ ଥରର ବିଜେତା ଭାରତ ରବିବାର ମାଲେସିଆକୁ ୧୧-୧ରେ ପରାସ୍ତ କରିଥିଲା। ବିଜେତା ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ୭ଜଣ ଖେଳାଳି ଗୋଲ୍ ଦେଇଥିଲେ। ଏହା ମଧ୍ୟରେ ଥିଲା ୪ ଫିଲ୍ଡ, ୫ ପେନାଲ୍ଟି କର୍ଣ୍ଣର ଓ ୨ ପେନାଲ୍ଟି ଷ୍ଟ୍ରୋକ୍ସ ଗୋଲ୍। ପ୍ରଥମ ମିନିଟ୍ରେ ଓଡ଼ିଆ ଝିଅ ପୂଜା ସାହୁଙ୍କ ପେନାଲ୍ଟି ଷ୍ଟ୍ରୋକ୍ ଗୋଲ୍ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା। ଚତୁର୍ଥ ମିନିଟ୍ରେ ପୂର୍ଣ୍ଣିମା ଯାଦବ ଦ୍ବିତୀୟ ଗୋଲ୍ କରିଥିଲେ। ବିନିମା ଧାନ୍ (୮ ମିିନିଟ୍)ଙ୍କ ପେନାଲ୍ଟି ଗୋଲ୍ ପରେ କ୍ରିଷ୍ଣା ଶର୍ମା (୧୪ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ପ୍ରଥମ କ୍ବାର୍ଟରରେ ୪-୦ରେ ଆଗରେ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ପୂର୍ଣ୍ଣିମା (୧୭ ମିନିଟ୍) ପେନାଲ୍ଟି ଗୋଲ୍ ଦେଇ ଯୁଗଳ ସଫଳତା ପାଇଥିଲେ।
ପରବର୍ତ୍ତୀ ମ୍ୟାଚ୍ ଜାପାନ ବିପକ୍ଷରେ
ପ୍ରଥମାର୍ଦ୍ଧ ଶେଷ ପୂର୍ବରୁ ସୁଖବୀର କୌର (୨୧ ମିନିଟ୍) ଓ ଗୀତା ଯାଦବ (୨୮ ମିନିଟ୍) ଗୋଟିଏ ଲେଖାଏଁ ଦେଇ ଦଳକୁ ୭-୦ରେ ଅଗ୍ରଣୀ ଦେଇଥିଲେ। ତେବେ ୩୮ତମ ମିନିଟ୍ରେ ମାଲେସିଆର ନୁର ମହଦ ଗୋଟିଏ ପେନାଲ୍ଟି ଗୋଲ୍ ଦେଇ ବ୍ୟବଧାନ କମାଇଥିଲେ। ତେବେ ଏହାପରେ ପୂଜା (୪୨ ମିନିଟ୍) ପେନାଲ୍ଟି ଗୋଲ୍ ଦେଇ ଯୁଗଳ ସଫଳତା ପାଇଥଲୋ ବେଳେ ସନିକା ଚନ୍ଦ୍ରକାନ୍ତ ମାନେ (୪୩ ମିନିଟ୍)ଙ୍କ ଗୋଲ୍ ଦଳରେ ଶେଷ କ୍ବାର୍ଟର ପୂର୍ବରୁ ୯-୧ରେ ଆଗୁଆ ରହିଥିଲା। ଚତୁର୍ଥ କ୍ବାର୍ଟରରେ ଗୀତା (୫୩ ମିନିଟ୍) ଓ ସନିକା (୫୮ ମିନିଟ୍) ଆଉ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ୧୧-୧ରେ ବିଜୟ ଦେଇଥିଲେ। ଗୀତା ଯାଦବଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍ ମଙ୍ଗଳବାର ଜାପାନ ବିପକ୍ଷରେ ଖେଳିବ।
ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ରବିବାର ଜାପାନ ସହ ପଏଣ୍ଟ ବାଣ୍ଟିଛି। ପ୍ରଥମ ମ୍ୟାଚ୍ରେ ଇଣ୍ଡୋନେସିଆକୁ ୧୪-୦ରେ ହରାଇଥିବା ଭାରତ ରବିବାର ଜାପାନ ବିପକ୍ଷ ଦ୍ବିତୀୟ ମ୍ୟାଚ୍କୁ ୩-୩ରେ ଅମୀମାଂସିତ ରଖିଛି। ଚତୁର୍ଥ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍କୁ ଅଧିନାୟକ ତଥା ଓଡ଼ିଆ ପୁଅ ଅନମୋଲ ଏକ୍କା ଗୋଲ୍ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦଶମ ମିନିଟ୍ରେ ଅଶୁ ମୌର୍ଯ୍ୟଙ୍କ ପେନାଲ୍ଟି ଗୋଲ୍ରେ ଭାରତ ୨-୦ରେ ଆଗୁଆ ହୋଇଯାଇଥିଲା। ଏହା ପର ମିନିଟ୍ରେ ଜାପାନର ରୁସିନ ସାସାକି (୧୧ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ଫଳରେ ପ୍ରଥମ କ୍ବାର୍ଟରରେ ଭାରତ ୨-୧ରେ ଆଗରେ ରହିଥିଲା।
Diamond League Final: ପଥିରାଗେ ଜିତିଲେ ଡାଇମଣ୍ଡ ଲିଗ୍ ଫାଇନାଲ୍
ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ଉଭୟ ଦଳ କଡ଼ା ସଂଘର୍ଷ କରିଥିଲେ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟରରେ ଜାପାନ ଅଧିନାୟକ କାଜୁକି ନାକାନିଶି (୪୮, ୫୯ ମିନିଟ୍) ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦଳକୁ ବିଜୟର ନିକଟତର କରିଥିଲେ। ହେଲେ ଶେଷ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅନମୋଲ ଦଳ ପାଇଁ ୧ ପଏଣ୍ଟ୍ ନିଶ୍ଚିତ କରିଥିଲେ। ଏହାପରେ ଜାପାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତକୁ କୌଣସି ସୁଯୋଗ ନ ଦେଇ ୩ ଗୋଲ୍ ଲଦି ଆଗୁଆ ହୋରଇଯାଇଥିଲା।

1 week ago
6


