JSW Motors: ଭାରତୀୟ ବଜାରକୁ ଆସୁଛି ଜେଏସଡବ୍ଲ୍ୟୁର iCaur V23: ଥରେ ଚାର୍ଜରେ ଚାଲିବ ୪୫୦ କିଲୋମିଟରରୁ ଅଧିକ ବାଟ

25 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ଅଟୋମୋବାଇଲ୍ ବଜାରରେ ନିଜର ସ୍ଥିତି ମଜବୁତ୍ କରିବା ପାଇଁ JSW ମୋଟର୍ସ ଏକ ବଡ଼ ଧମାକା କରିବାକୁ ଯାଉଛି। କମ୍ପାନୀ ଚୀନ୍‌ର ଗାଡ଼ି ନିର୍ମାତା Chery ର ଲୋକପ୍ରିୟ ଇଲେକ୍ଟ୍ରିକ୍ ଏସୟୁଭି iCaur V23 କୁ ଭାରତରେ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ନିକଟରେ ଏହି ଗାଡ଼ିକୁ ଭାରତୀୟ ରାସ୍ତାରେ ଟେଷ୍ଟିଂ କରାଯାଉଥିବାର ଦେଖିବାକୁ ମିଳିଛି।

iCaur V23 ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବକ୍ସି ଡିଜାଇନ୍। ଏଥିରେ ଗୋଲାକାର ଏଲଇଡ଼ି ହେଡ୍‌ଲାଇଟ୍‌ ସହ ଅଫ୍‌-ରୋଡିଂ ଏସୟୁଭି ଭଳି ମଜବୁତ୍ ଲୁକ୍ ଦିଆଯାଇଛି। ଆକାରରେ କମ୍ପାକ୍ଟ ହୋଇଥିଲେ ମଧ୍ୟ ଏହା ମହିନ୍ଦ୍ରା ଥର ଭଳି ଅଫ୍-ରୋଡ୍ ଗାଡ଼ିଗୁଡ଼ିକୁ କଡ଼ା ଟକ୍କର ଦେବ।

ବ୍ୟାଟେରୀ ଓ ରେଞ୍ଜ୍: ଏହି ଗାଡ଼ିଟି ୫୯.୯୩ କିଲୋୱାଟ ଏବଂ ୮୧.୭୬ କିଲୋୱାଟ ଭଳି ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହ ଆସିପାରେ। ବଡ଼ ବ୍ୟାଟେରୀ ମଡେଲ୍‌ରେ ଗୋଟିଏ ଥର ଚାର୍ଜ କଲେ ପ୍ରାୟ ୪୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିବାର କ୍ଷମତା ରହିବ। ଏହାର ଟପ୍ ଭାରିଆଣ୍ଟରେ ଅଲ୍-ହ୍ୱିଲ୍ ଡ୍ରାଇଭ୍ (AWD) ଏବଂ ଡୁଆଲ୍-ମୋଟର ସେଟ୍‌ଅପ୍ ମିଳିପାରେ, ଯାହା ଖରାପ ରାସ୍ତାରେ ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ।

ଆହୁରି ପଢନ୍ତୁ: Sugar Price: ଖୁଚୁରା ବଜାରରେ ଚିନି ଦର ୧୦ ପ୍ରତିଶତ ହ୍ରାସ: କୋହଳ ହେଲା ଚିନି ଷ୍ଟକ୍‌ ନିୟମ

ଗାଡ଼ିଟି ବାହାରୁ ଜବରଦସ୍ତ ଦେଖାଯାଉଥିବା ବେଳେ ଏହାର ଭିତର ଭାଗ ବେଶ୍ ପ୍ରିମିୟମ୍। ଏଥିରେ ୧୫.୬ ଇଞ୍ଚ୍‌ର ବଡ଼ ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍ ଦିଆଯାଇଛି। ଏହା ବ୍ୟତୀତ ଭାରତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ୟାନୋରାମିକ୍ ସନରୁଫ୍ ଭଳି ଆହୁରି ଅନେକ ଆଧୁନିକ ଫିଚର ଯୋଡ଼ାଯାଇପାରେ। ଜେଏସଡବ୍ଲ୍ୟୁ ମୋଟର୍ସର ଏହି ୫-ସିଟର ଇଲେକ୍ଟ୍ରିକ୍ ଏସୟୁଭି ଆସନ୍ତା ୨୦୨୭ ମସିହାରେ ଭାରତୀୟ ବଜାରରେ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ତେବେ କମ୍ପାନୀ ପକ୍ଷରୁ ଏହାର ନିର୍ଦ୍ଦିଷ୍ଟ ମୂଲ୍ୟ ଓ ଲଞ୍ଚ୍ ତାରିଖ ବିଷୟରେ ଘୋଷଣା କରାଯାଇ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.