ARTICLE AD BOX
ଦଶରଥପୁର: ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବା ପରେ ଶାଖା ନଦୀ କାଣୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇଛି | ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣାଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ଫଳରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର, କୟାଁ, କମାରଡିହ, ଜୟନ୍ତରା, କଟିକଟା ଆଦି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।
ଆହୁରି ପଢନ୍ତୁ: Trump Administration: ବିଶ୍ୱଠାରୁ ସତ୍ୟ ଲୁଚାଇ ରଖିଥିଲେ ଟ୍ରମ୍ପ ପ୍ରଶାସନ: ସାଟେଲାଇଟ୍ ଚିତ୍ରରୁ ପର୍ଦ୍ଦାଫାସ୍
ଲୋକେ କିଛି ଜାଣିବା ପୂର୍ବରୁ ଘରେ ପଶିଯାଇଥିଲା ବନ୍ୟା ପାଣି। ଏଣୁ ଲୋକେ ଗତକାଲି ଠାରୁ ଆଖିଆଅପିଆ ରହିଥିବା ଅଭିଯୋଗ ହୋଇଛି। ୨ ଦିନ ହେବ ଏଯାବତ ପ୍ରଶାସନ ପହଂଚି ନଥିବା କିମ୍ବା କୌଣସି ଖାଦ୍ୟ ପହଂଚି ନଥିବା ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଅହିୟାସ ବଜାର ଉପରେ ୪ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେବାରୁ ପ୍ରାୟ ସମସ୍ତ ଦୋକାନରେ ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଯାଇଛି। କିଛି ଲୋକେ ଛାତ ଉପରେ ଆଶ୍ରୟ ନେଇଥିବାବେଳେ କିଛି ଲୋକ ବନ୍ଧ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଜଣାପଡିଛି।

4 days ago
4


