ARTICLE AD BOX
ଭୁବନେଶ୍ବର:ଯାଜପୁରଜିଲ୍ଲା ଜେନାପୁର ଥାନାରେ କାମ କରିଥିବା ପୂର୍ବତନ ଏଏସ୍ଆଇ ଅମୀୟ କୁମାର ବେହେରାଙ୍କୁ ଆଜି ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛି।
Suspend: ଗୋମାଫିଆଙ୍କୁ ସାହାଯ୍ୟ: ପୁଲିସ ଏଏସ୍ଆଇ-କନଷ୍ଟେବଳ ନିଲମ୍ବିତ
ସମ୍ପ୍ରତି ଅମୀୟ ବେହେରା କଟକ ଜିଲ୍ଲା ଆଠଗଡ଼ ଥାନାରେ କାର୍ଯ୍ୟରତ। ସେ ଜେନାପୁର ଥାନାରେ କାର୍ଯ୍ୟ କରୁଥିବା ସମୟରେ ଏକ ପ୍ରକୀର୍ଣ୍ଣ ଅଭିଯୋଗ (ମିସେଲେନିୟସ୍ ଏଲିଗେସନ୍)ର ଆପୋଷ ବୁଝାମଣା କରିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଇଥିଲେ। ଏହି ମାମଲାରେ ଆଜି (ଗୁରୁବାର) ସ୍ବତନ୍ତ୍ର କୋର୍ଟ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), ୧୩(୧)(ଡି) ଓ ୭ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଣ୍ଡାଦେଶରେ ୪ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
କୋର୍ଟଙ୍କ ରାୟ ପରେ ଉକ୍ତ ଏଏସ୍ଆଇଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଦିଆଯାଇଛି।

1 month ago
14


